ରାଜ୍ୟରେ ଲୁଟେରାଙ୍କ ରାଜୁତି: ଶୋଇଯାଉଛି ପୋଲିସ, ମାତୁଛନ୍ତି ଅପରାଧୀ
କନକ ବ୍ୟୁରୋ: ସୀମା ଟିପିଛି ଚୋରି, ଡକାୟତି । ଦିନ ହେଉ କି ରାତି, ସହର ହେଉ କି ଗାଗଣ୍ଡା, ସବୁଠି ଲୁଟପାତ କରୁଛନ୍ତି ଅପରାଧୀ । ସମ୍ବଲପୁର ମଣପୁରମ୍ ଗୋଲ୍ଡ ଲୋନ୍ ଶାଖାରୁ ସୁନା ଲୁଟ୍ ଘଟଣାରେ ଏବେ ସାମ୍ନାକୁ ଆସିଛି ସିସିଟିଭି ଫୁଟେଜ । ଲୁଟ୍ କରି ଫେରାର ହେବାର ଦୃଶ୍ୟ କଏଦ ହୋଇଛି କ୍ୟାମେରାରେ । ଦିନ ୧୦ଟା ସମୟରେ ଜଣେ ଲୁଟେରା ବାହାରେ ବାଇକରେ ଅପେକ୍ଷା କରିଥିବା ବେଳେ ବ୍ୟାଗ ଭର୍ତ୍ତି ସୁନା ନେଇ ଆସୁଛନ୍ତି ଅନ୍ୟ ଲୁଟେରା। ଏବଂ ସୁନା ଭର୍ତ୍ତି ବ୍ୟାଗ ନେଇ ୨ଜଣ ପଳାଇଥିବା ବେଳେ ଅନ୍ୟମାନେ ଅନ୍ୟତ୍ର ଫେରାର ହୋଇଯାଇଥିବା ସିସିଟିଭିରେ କଏଦ ହୋଇଛି । ୧୦ ଜଣ ଲୁଟେରା କର୍ମଚାରୀଙ୍କୁ ବାନ୍ଧି ମାଡ଼ ମାରିବା ସହ ପ୍ରାୟ ୩୦ କେଜି ସୁନା ଓ ଟଙ୍କା ଲୁଟି ନେଇଛନ୍ତି । ଅଭିଯୁକ୍ତଙ୍କୁ ଧରିବାକୁ ବାହାର ଜିଲ୍ଲାକୁ ଯାଇ ତଦନ୍ତ କରୁଛି ୪ଟି ସ୍ବତନ୍ତ୍ର ଟିମ୍ । ରାଉରକେଲାରେ ମଧ୍ୟ ସମାନ ଢଙ୍ଗରେ ଲୁଟ୍ କରିଛନ୍ତି ଦୁର୍ବତ୍ତ । ବେଦବ୍ୟାସ ଅଞ୍ଚଳରେ ଏକ ଗାଡ଼ି ସୋ ରୁମରେ ପଶି ସଶସ୍ତ୍ର ଡକାୟତି କରିଛନ୍ତି । ସୁରକ୍ଷା କର୍ମୀଙ୍କୁ ବାନ୍ଧି ଲକର ଵାକ୍ସକୁ ଉଠାଇ ନେଇଛନ୍ତି ୩ ଜଣ ମୁଖା ପିନ୍ଧା ଡକାୟତ । ଆଉ ଲୁଟ୍ ସମୟର ଏହି ଭିଡିଓ କଏଦ ହୋଇଛି ସିସିଟିଭିରେ । ପୋଲିସର ଡଗ୍ ସ୍କ୍ୱାଡ ଏବଂ ସାଇଣ୍ଟଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ବ୍ରହ୍ମପୁରରୁ ମଧ୍ୟ ସାମ୍ନାକୁ ଆସିଛି ଆଉ ଏକ ଛାତିଥରା ଘଟଣା । ଚୋରି କର
କନକ ବ୍ୟୁରୋ: ସୀମା ଟିପିଛି ଚୋରି, ଡକାୟତି । ଦିନ ହେଉ କି ରାତି, ସହର ହେଉ କି ଗାଗଣ୍ଡା, ସବୁଠି ଲୁଟପାତ କରୁଛନ୍ତି ଅପରାଧୀ । ସମ୍ବଲପୁର ମଣପୁରମ୍ ଗୋଲ୍ଡ ଲୋନ୍ ଶାଖାରୁ ସୁନା ଲୁଟ୍ ଘଟଣାରେ ଏବେ ସାମ୍ନାକୁ ଆସିଛି ସିସିଟିଭି ଫୁଟେଜ । ଲୁଟ୍ କରି ଫେରାର ହେବାର ଦୃଶ୍ୟ କଏଦ ହୋଇଛି କ୍ୟାମେରାରେ । ଦିନ ୧୦ଟା ସମୟରେ ଜଣେ ଲୁଟେରା ବାହାରେ ବାଇକରେ ଅପେକ୍ଷା କରିଥିବା ବେଳେ ବ୍ୟାଗ ଭର୍ତ୍ତି ସୁନା ନେଇ ଆସୁଛନ୍ତି ଅନ୍ୟ ଲୁଟେରା। ଏବଂ ସୁନା ଭର୍ତ୍ତି ବ୍ୟାଗ ନେଇ ୨ଜଣ ପଳାଇଥିବା ବେଳେ ଅନ୍ୟମାନେ ଅନ୍ୟତ୍ର ଫେରାର ହୋଇଯାଇଥିବା ସିସିଟିଭିରେ କଏଦ ହୋଇଛି । ୧୦ ଜଣ ଲୁଟେରା କର୍ମଚାରୀଙ୍କୁ ବାନ୍ଧି ମାଡ଼ ମାରିବା ସହ ପ୍ରାୟ ୩୦ କେଜି ସୁନା ଓ ଟଙ୍କା ଲୁଟି ନେଇଛନ୍ତି । ଅଭିଯୁକ୍ତଙ୍କୁ ଧରିବାକୁ ବାହାର ଜିଲ୍ଲାକୁ ଯାଇ ତଦନ୍ତ କରୁଛି ୪ଟି ସ୍ବତନ୍ତ୍ର ଟିମ୍ ।
ରାଉରକେଲାରେ ମଧ୍ୟ ସମାନ ଢଙ୍ଗରେ ଲୁଟ୍ କରିଛନ୍ତି ଦୁର୍ବତ୍ତ । ବେଦବ୍ୟାସ ଅଞ୍ଚଳରେ ଏକ ଗାଡ଼ି ସୋ ରୁମରେ ପଶି ସଶସ୍ତ୍ର ଡକାୟତି କରିଛନ୍ତି । ସୁରକ୍ଷା କର୍ମୀଙ୍କୁ ବାନ୍ଧି ଲକର ଵାକ୍ସକୁ ଉଠାଇ ନେଇଛନ୍ତି ୩ ଜଣ ମୁଖା ପିନ୍ଧା ଡକାୟତ । ଆଉ ଲୁଟ୍ ସମୟର ଏହି ଭିଡିଓ କଏଦ ହୋଇଛି ସିସିଟିଭିରେ । ପୋଲିସର ଡଗ୍ ସ୍କ୍ୱାଡ ଏବଂ ସାଇଣ୍ଟଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ବ୍ରହ୍ମପୁରରୁ ମଧ୍ୟ ସାମ୍ନାକୁ ଆସିଛି ଆଉ ଏକ ଛାତିଥରା ଘଟଣା । ଚୋରି କରିବା ପରେ ଘରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ । ବୈଦ୍ୟନାଥପୁର ଥାନା କଳିଙ୍ଗନଗର ଦ୍ବିତୀୟ ଲାଇନରେ ଏଭଳି କାଣ୍ଡ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି । ଦେବୀ ପ୍ରସାଦ ପଟ୍ଟନାୟକଙ୍କ ଘରେ କେହି ନଥିବା ବେଳେ ଦୁର୍ବୃତ୍ତମାନେ ଲୁଟପାତ କରିବା ସହ ନିଆଁ ଲଗାଇଦେଇଛନ୍ତି ।
ଅନୁଗୁଳରୁ ମଧ୍ୟ ସାମ୍ନାକୁ ଆସିଛି ଡକାୟତିର ଛାତିଥରା ଦୃଶ୍ୟ । ପେଟ୍ରୋଲ ପମ୍ପରେ ବନ୍ଧୁକ ଓ ଭୁଜାଲି ଦେଖାଇ ଟଙ୍କା ଲୁଟି ନେଇଛନ୍ତି ୪ ଦୁର୍ବୃତ୍ତ। ଦୁଇଟି ବାଇକ୍ରେ ଆସି ତାଳଚେର ଗୋପଳପ୍ରସାଦ ଥାନା ଜଗା ବଳିଆ ପେଟ୍ରୋଲ ପମ୍ପରୁ ଟଙ୍କା ଲୁଟି ନେଇଛନ୍ତି। ଯାହର ଭିଡିଓ ସିସିଟିଭି ଭିଡିଓ ସିସିଟିଭିରେ କଏଦ ହୋଇଛି । ଅଭିଯୁକ୍ତଙ୍କୁ ଧରିବାକୁ ବିଭିନ୍ନ ଅଞ୍ଚଳରେ ନାକାବନ୍ଦି କରି ଛାନ୍ଭିନ୍ କରୁଛି ପୋଲିସ ।
ପୁଣି ମନ୍ଦିର ଲୁଟିଲେ ଲୁଟେରା। ବିଳମ୍ବିତ ରାତିରେ କଟକ ଖାନନଗର ପଞ୍ଚମୁଖୀ ହନୁମାନ ମନ୍ଦିରରୁ ଲୁଟ୍ । ଠାକୁରଙ୍କ ଅଳଙ୍କାର ନେଇ ଚମ୍ପଟ ମାରିଛନ୍ତି ଦୁର୍ବତ୍ତ। ଘଟଣା ଜଣାପଡ଼ିବା ପରେ ମଧୁପାଟଣା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଭଞ୍ଜନଗରରେ ମଧ୍ୟ ମନ୍ଦିରରେ କଳକନା ବୁଲେଇଛନ୍ତି ଲୁଟେରା। ସାଇ ମନ୍ଦିରରେ ପଶି ବାବାଙ୍କ ସୁନା ଚେନ, କିରୀଟ ସମେତ ୩୫ କେଜି ଅଳଙ୍କାର ଲୁଟିନେଇଛନ୍ତି । ଚୋରି ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ଜଣେ ମହିଳା ଓ ଦୁଇ ଜଣ ପୁରୁଷ ଚୋରି କରୁଥିବା ଦେଖିବାକୁ ମିଳିଛି ।
ବର୍ଷ ଆରମ୍ଭରୁ ପୂରା ରାଜ୍ୟରେ ମାତିଛନ୍ତି ଲୁଟେରା । ରାତି ହେଲେ ଉତ୍ପାତ କରୁଛନ୍ତି । ପୋଲିସକୁ ଦେଉଛନ୍ତି ଖୋଲା ଚାଲେଞ୍ଜ । ଲୁଟେରାଙ୍କୁ କାବୁ କରିବା ଏବେ ପୋଲିସ ପାଇଁ ମୁଣ୍ଡ ବିନ୍ଧା ପାଲଟିଛି ।