ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ : ବିଭିନ୍ନ ସ୍ଥାନରେ EVM ଅଚଳ, ଭୋଟ ଦେବାରେ ବିଳମ୍ବ
ଭୁବନେଶ୍ୱର ୦୧।୦୬ : ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ। ହେଲେ ମତଦାନ ଆରମ୍ଭରୁ ବିଭିନ୍ନ ସ୍ଥାନରେ ଇଭିଏମ୍ ଅଚଳ ଥିବା ଖବର ଆସିଛି । ଯାହାଫଳରେ କିଛି ସମୟ ପାଇଁ ଭୋଟ ଦେବାରେ ବିଳମ୍ବ ହୋଇଛି । ତେବେ ଇଭିଏମ୍ ଖରାପ ହୋଇଥିବା ସ୍ଥାନଗୁଡିକ ହେଉଛି, ଯାଜପୁର ବିଧାନସଭା ମଣ୍ଡଳୀର ୯୮ ନମ୍ବର ବୁଥ୍ରେ ଇଭିଏମ୍ ଅଚଳ, ନୀଳିଗିରିରେ ଅନେକ ମତଦାନ କେନ୍ଦ୍ରରେ ଠିକ୍ ସମୟରେ କାମ କରୁନି ମେସିନ । ସେହିପରି ଯଶୀପୁର ନିର୍ବାଚନ ମଣ୍ଡଳୀର ବୁଥ୍ ନମ୍ବର ୨୧୭ ବଡ଼ଜୁଣପୋଷିରେ ଇଭିଏମ୍ ଅଚଳ ହୋଇଛି । ଦେଢ ଘଣ୍ଟା ଧରି ମତଦାନରେ ବିଳମ୍ବ ହେବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ଜଳେଶ୍ୱର ମ୍ୟୁନିସିପାଲିଟିର ୮୮ ନମ୍ବର ବୁଥ୍ର ଦୁଇଟି ଇଭିଏମ୍ ଅଚଳ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ୨୫୭ ନମ୍ବର ବୁଥ୍ରେ ଇଭିଏମ୍ ଅଚଳ, ବାଲିକୁଦା-ଏରସମା ମାଛଗାଁ ପଞ୍ଚାୟତର ୫୮ ଓ ୨୫୬ ନମ୍ବର ବୁଥ୍ରେ ଖରାପ ହୋଇଛି ଇଭିଏମ୍, ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀରେ ବ୍ୟାସନଗର ପୌରାଞ୍ଚଳର ଝାଟିଆସାହି ସ୍ଥିତ ୯୭ ନମ୍ବର ବୁଥ୍ରେ ଇଭିଏମ୍ ଅଚଳ, ଜଗତସିଂହପୁର ଗଳଦାରୀ ପଞ୍ଚାୟତର ୧୭୪ ଓ ୧୭୫ ନମ୍ବର ବୁଥ୍ରେ ଇଭିଏମ୍ ଖରାପ, କୋରେଇ ନିର୍ବାଚନ ମଣ୍ଡଳୀର ଗୋଳେଇପୁର ସ୍ଥିତ ୧୫୭ ନମ୍ବର ବୁଥ୍ରେ ଅଚଳ ଇଭିଏମ୍, ଭଦ୍ରକର ୧୪୨ ନମ୍ବର ଚିଙ୍ଗୁଡିପୁର ବୁଥ୍ରେ ଇଭିଏମ୍ ଖରା
ଭୁବନେଶ୍ୱର ୦୧।୦୬ : ରାଜ୍ୟରେ ଶେଷ ପର୍ଯ୍ୟାୟ ମତଦାନ। ହେଲେ ମତଦାନ ଆରମ୍ଭରୁ ବିଭିନ୍ନ ସ୍ଥାନରେ ଇଭିଏମ୍ ଅଚଳ ଥିବା ଖବର ଆସିଛି । ଯାହାଫଳରେ କିଛି ସମୟ ପାଇଁ ଭୋଟ ଦେବାରେ ବିଳମ୍ବ ହୋଇଛି ।
ତେବେ ଇଭିଏମ୍ ଖରାପ ହୋଇଥିବା ସ୍ଥାନଗୁଡିକ ହେଉଛି, ଯାଜପୁର ବିଧାନସଭା ମଣ୍ଡଳୀର ୯୮ ନମ୍ବର ବୁଥ୍ରେ ଇଭିଏମ୍ ଅଚଳ, ନୀଳିଗିରିରେ ଅନେକ ମତଦାନ କେନ୍ଦ୍ରରେ ଠିକ୍ ସମୟରେ କାମ କରୁନି ମେସିନ । ସେହିପରି ଯଶୀପୁର ନିର୍ବାଚନ ମଣ୍ଡଳୀର ବୁଥ୍ ନମ୍ବର ୨୧୭ ବଡ଼ଜୁଣପୋଷିରେ ଇଭିଏମ୍ ଅଚଳ ହୋଇଛି । ଦେଢ ଘଣ୍ଟା ଧରି ମତଦାନରେ ବିଳମ୍ବ ହେବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଜଳେଶ୍ୱର ନିର୍ବାଚନ ମଣ୍ଡଳୀର ଜଳେଶ୍ୱର ମ୍ୟୁନିସିପାଲିଟିର ୮୮ ନମ୍ବର ବୁଥ୍ର ଦୁଇଟି ଇଭିଏମ୍ ଅଚଳ, ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ୨୫୭ ନମ୍ବର ବୁଥ୍ରେ ଇଭିଏମ୍ ଅଚଳ, ବାଲିକୁଦା-ଏରସମା ମାଛଗାଁ ପଞ୍ଚାୟତର ୫୮ ଓ ୨୫୬ ନମ୍ବର ବୁଥ୍ରେ ଖରାପ ହୋଇଛି ଇଭିଏମ୍, ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀରେ ବ୍ୟାସନଗର ପୌରାଞ୍ଚଳର ଝାଟିଆସାହି ସ୍ଥିତ ୯୭ ନମ୍ବର ବୁଥ୍ରେ ଇଭିଏମ୍ ଅଚଳ, ଜଗତସିଂହପୁର ଗଳଦାରୀ ପଞ୍ଚାୟତର ୧୭୪ ଓ ୧୭୫ ନମ୍ବର ବୁଥ୍ରେ ଇଭିଏମ୍ ଖରାପ, କୋରେଇ ନିର୍ବାଚନ ମଣ୍ଡଳୀର ଗୋଳେଇପୁର ସ୍ଥିତ ୧୫୭ ନମ୍ବର ବୁଥ୍ରେ ଅଚଳ ଇଭିଏମ୍, ଭଦ୍ରକର ୧୪୨ ନମ୍ବର ଚିଙ୍ଗୁଡିପୁର ବୁଥ୍ରେ ଇଭିଏମ୍ ଖରାପ, ବସ୍ତା ନିର୍ବାଚନ ମଣ୍ଡଳୀର ଜମାଳପୁରର ୨୬ ନମ୍ବର ବୁଥର ଦୁଇଟି ଯାକ ଇଭିଏମ୍ ଅଚଳ, ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀର ବୁଥ ନମ୍ବରର ୧୫୩ ନମ୍ବର (ଲୋକସଭା) EVM ଅଚଳ, କୋରେଇ ନିର୍ବାଚନ ମଣ୍ଡଳୀ ବ୍ୟାସନଗର ପୌରାଞ୍ଚଳର ଝାଟିଆସାହି ସ୍ଥିତ ୯୭ ନଂ ବୁଥରେ EVM ଅଚଳ, ଜଗତସିଂହପୁର ଜିଲ୍ଲା ଗଳଦାରୀ ପଞ୍ଚାୟତ ୧୭୪ ଓ ୧୭୫ ନମ୍ବର ବୁଥରେ ଖରାପ ହୋଇଛି ଇଭିଏମ । ଇଭିଏମ୍ ଖରାପ ଯୋଗୁଁ ଏହିସବୁ ସ୍ଥାନମାନଙ୍କରେ ଭୋଟ ଦେବାରେ ବିଳମ୍ବ ହେଉଛି । ଯାହାଫଳରେ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।