ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ସରିଲା ମତଦାନ । ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ହାରାହାରି ୬୨.୪୬ ପ୍ରତିଶତ ମତଦାନ ହୋଇଛି । ଏପ୍ରିଲ ୧୯ରେ ଦେଶରେ ଆରମ୍ଭ ହୋଇଥିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ପ୍ରାୟ ଦେଢମାସ ଧରି ସାତଟି ପର୍ଯ୍ୟାୟରେ ହୋଇଛି ମତଦାନ । ଜୁନ ୪ରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ […] The post ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ appeared first on KNews Odisha.

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨ ବିଧାନସଭା ଆସନ ପାଇଁ ସରିଲା ମତଦାନ । ସନ୍ଧ୍ୟା ୫ଟା ସୁଦ୍ଧା ରାଜ୍ୟରେ ହାରାହାରି ୬୨.୪୬ ପ୍ରତିଶତ ମତଦାନ ହୋଇଛି । ଏପ୍ରିଲ ୧୯ରେ ଦେଶରେ ଆରମ୍ଭ ହୋଇଥିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ପ୍ରାୟ ଦେଢମାସ ଧରି ସାତଟି ପର୍ଯ୍ୟାୟରେ ହୋଇଛି ମତଦାନ । ଜୁନ ୪ରେ ଭୋଟ ଗଣତି ଓ ଫଳାଫଳ ପ୍ରକାଶ ପାଇବ । କିନ୍ତୁ ମତଦାନ କେନ୍ଦ୍ର ପରିସରରେ ଯେଉଁ ମତଦାତା ଏବେ ବି ଧାଡ଼ିରେ ଅଛନ୍ତି ସେମାନେ ଭୋଟ୍ ଦେବେ।

ରିପୋର୍ଟ ଅନୁସାରେ ବାଲେଶ୍ବରରେ ୬୧.୯୪ ପ୍ରତିଶତ ମତଦାନ ହୋଇଛି । ଭଦ୍ରକରେ ୫୬.୬୮ ପ୍ରତିଶତ, ଜଗତସିଂହପୁରରେ ୬୪.୩୧ ପ୍ରତିଶତ, ଯାଜପୁରରେ ୬୨.୯୨ ପ୍ରତିଶତ, କେନ୍ଦ୍ରାପଡ଼ାରେ ୫୯.୮୯ ପ୍ରତିଶତ, ମୟୂରଭଂଜରେ ୬୩.୯୭ ପ୍ରତିଶତ ମତଦାନ ହୋଇଛି । ସେହିପରି ପୁରୀରେ ୬୭.୩୦ ଓ କଟକରେ ୬୭.୯୬ ପ୍ରତିଶତ ମତଦାନ ହୋଇଛି ।

The post ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ appeared first on KNews Odisha.