ରାଜ୍ୟରେ ସରିଛି ଶେଷ ପର୍ଯ୍ୟାୟ ମତଦାନ : ମୟୁରଭଞ୍ଜରେ ସର୍ବାଧିକ, ଯାଜପୁରରେ ସର୍ବନିମ୍ନ ଭୋଟିଂ

ଭୁବନେଶ୍ୱର ୦୨।୦୬ : ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ ସହ ଶେଷ ହୋଇଛି ନିର୍ବାଚନ । ଶେଷ ପର୍ଯ୍ୟାୟରେ ୭୧ ପ୍ରତିଶତ ମତଦାନ ରେକର୍ଡ଼ ହୋଇଛି । ମୟୁରଭଞ୍ଜରେ ସର୍ବାଧିକ ମତଦାନ ରେକର୍ଡ ହୋଇଥିବା ବେଳେ ଯାଜପୁରରେ ସର୍ବନିମ୍ନ ଭୋଟିଂ ରେକର୍ଡ ହୋଇଛି ।ନିର୍ବାଚନ କମିଶନଙ୍କ ୱେବସାଇଟର ସୂଚନା ଅନୁଯାୟୀ, ମୟୂରଭଞ୍ଜ ଲୋକସଭା କ୍ଷେତ୍ରରେ ସର୍ବାଧିକ ୭୩.୮୧ ପ୍ରତିଶତ ମତଦାନ ହୋଇଛି । ଯାଜପୁର ଲୋକସଭା କ୍ଷେତ୍ରରେ ସବୁଠୁ କମ ୬୭.୯୧ ପ୍ରତିଶତ ମତଦାନ ହୋଇଛି । ବିଧାନସଭା ଆସନ ଗୁଡିକରୁ ବାଙ୍ଗିରିପୋଷୀ ଆସନରେ ସର୍ବାଧିକ ୭୭.୫୨ ପ୍ରତିଶତ ମତଦାନ ଥିବା ବେଳେ ଭଣ୍ଡାରୀପୋଖରୀରେ ସବୁଠୁ କମ ୭୨.୬୩ ପ୍ରତିଶତ ହାର ଥିବା ସୂଚନା ମିଳିଛି । କାଁ ଭାଁ ଗଣ୍ଡଗୋଳ ହୋଇଥିଲେ ବି ପ୍ରାୟ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି । ସେପଟେ ରାଜ୍ୟରେ ଶାନ୍ତିପୂର୍ଣ୍ଣ ମତଦାନ ପରିଚାଳନାରେ ସାଧାରଣ ଜନତାଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ପୂର୍ବ ୩ ପର୍ଯ୍ୟାୟ ଭଳି ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ମଧ୍ୟ ମତଦାନ ପାଇଁ ବିଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା । ଇଭିଏମରେ ସିଲ୍ ହୋଇଯାଇଛି ସମସ୍ତ ୪ ପର୍ଯ୍ୟାୟରେ ୨୧ ଲୋକସଭା ଏବଂ ୧୪୭ ବିଧନସଭା ଆସନରେ ଲଢୁଥିବା ପ୍ରାର୍ଥୀଙ୍କ ଭାଗ୍ୟ । ଷ୍ଟ୍ରଙ୍ଗ ରୁମ୍ ରେ କଡା ସୁରକ୍ଷା ବଳୟରେ ରହିଛି ଇଭିଏମ୍ ଏବଂ ଭିଭିପାଟ୍। ଆସନ୍ତା

ରାଜ୍ୟରେ ସରିଛି ଶେଷ ପର୍ଯ୍ୟାୟ ମତଦାନ : ମୟୁରଭଞ୍ଜରେ ସର୍ବାଧିକ, ଯାଜପୁରରେ ସର୍ବନିମ୍ନ ଭୋଟିଂ

ଭୁବନେଶ୍ୱର ୦୨।୦୬ : ଓଡ଼ିଶାରେ ଚତୁର୍ଥ ପର୍ଯ୍ୟାୟ ଭୋଟ୍ ସହ ଶେଷ ହୋଇଛି ନିର୍ବାଚନ । ଶେଷ ପର୍ଯ୍ୟାୟରେ ୭୧ ପ୍ରତିଶତ ମତଦାନ ରେକର୍ଡ଼ ହୋଇଛି । ମୟୁରଭଞ୍ଜରେ ସର୍ବାଧିକ ମତଦାନ ରେକର୍ଡ ହୋଇଥିବା ବେଳେ ଯାଜପୁରରେ ସର୍ବନିମ୍ନ ଭୋଟିଂ ରେକର୍ଡ ହୋଇଛି ।

ନିର୍ବାଚନ କମିଶନଙ୍କ ୱେବସାଇଟର ସୂଚନା ଅନୁଯାୟୀ, ମୟୂରଭଞ୍ଜ ଲୋକସଭା କ୍ଷେତ୍ରରେ ସର୍ବାଧିକ ୭୩.୮୧ ପ୍ରତିଶତ ମତଦାନ ହୋଇଛି । ଯାଜପୁର ଲୋକସଭା କ୍ଷେତ୍ରରେ ସବୁଠୁ କମ ୬୭.୯୧ ପ୍ରତିଶତ ମତଦାନ ହୋଇଛି । ବିଧାନସଭା ଆସନ ଗୁଡିକରୁ ବାଙ୍ଗିରିପୋଷୀ ଆସନରେ ସର୍ବାଧିକ ୭୭.୫୨ ପ୍ରତିଶତ ମତଦାନ ଥିବା ବେଳେ ଭଣ୍ଡାରୀପୋଖରୀରେ ସବୁଠୁ କମ ୭୨.୬୩ ପ୍ରତିଶତ ହାର ଥିବା ସୂଚନା ମିଳିଛି । କାଁ ଭାଁ ଗଣ୍ଡଗୋଳ ହୋଇଥିଲେ ବି ପ୍ରାୟ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି । 

ସେପଟେ ରାଜ୍ୟରେ ଶାନ୍ତିପୂର୍ଣ୍ଣ ମତଦାନ ପରିଚାଳନାରେ ସାଧାରଣ ଜନତାଙ୍କ ସହଯୋଗ ପାଇଁ ଧନ୍ୟବାଦ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ପୂର୍ବ ୩ ପର୍ଯ୍ୟାୟ ଭଳି ଚତୁର୍ଥ ତଥା ଶେଷ ପର୍ଯ୍ୟାୟରେ ମଧ୍ୟ ମତଦାନ ପାଇଁ ବିଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କ ଉତ୍ସାହ ଦେଖିବାକୁ ମିଳିଥିଲା । ଇଭିଏମରେ ସିଲ୍ ହୋଇଯାଇଛି ସମସ୍ତ ୪ ପର୍ଯ୍ୟାୟରେ ୨୧ ଲୋକସଭା ଏବଂ ୧୪୭ ବିଧନସଭା ଆସନରେ ଲଢୁଥିବା ପ୍ରାର୍ଥୀଙ୍କ ଭାଗ୍ୟ । ଷ୍ଟ୍ରଙ୍ଗ ରୁମ୍ ରେ କଡା ସୁରକ୍ଷା ବଳୟରେ ରହିଛି ଇଭିଏମ୍ ଏବଂ ଭିଭିପାଟ୍। ଆସନ୍ତା ୪ତାରିଖରେ ଭୋଟ୍ ଗଣତିରେ ସ୍ପଷ୍ଟ ହୋଇଯିବ ଚିତ୍ର କାହାକୁ କେତେ ଆସନ ମିଳିଛି ।