ରାଜ୍ୟରେ ୩୬ ଡିଗ୍ରୀ ଟପିଲା ପାରଦ:ବଲାଙ୍ଗିର ସବୁଠୁ ଉତ୍ତପ୍ତ ସହର
ଭୁବନେଶ୍ୱର:ରାଜ୍ୟରେ ୩୬ ଡିଗ୍ରୀ ଟପିଲା ପାରଦ। ଦିନ ତାପମାତ୍ରାରେ ୩୬ ଡିଗ୍ରୀ ଟପିଛି ପାରଦ। ବଲାଙ୍ଗିର ସବୁଠୁ ଉତ୍ତପ୍ତ ସହର ପାଲଟିଛି।୩୬.୭ ଡିଗ୍ରୀ ସହ ତତଲା ସହର ପାଲଟିଛି ବଲାଙ୍ଗିର। ସେହିପରି ଟିଟିଲାଗଡ଼ ୩୬, ପାରଳାଖେମୁଣ୍ଡି ୩୫.୮ ଡିଗ୍ରୀ,ଝାରସୁଗୁଡ଼ା ୩୫.୬, ସମ୍ବଲପୁର ୩୫.୧, ଭବାନୀପାଟଣା ୩୫, ଭୁବନେଶ୍ବର ୩୪.୯ ଓ କଟକ ତାପମାତ୍ରା ୩୩ ଡିଗ୍ରୀ ରେକର୍ଡ କରାଯାଇଛି। ପୂର୍ବରୁ ଅଧିକାଂଶ ସ୍ଥାନରେ ୩୫ରୁ ୩୭ ଡିଗ୍ରୀ ମଧ୍ୟରେ ତାପମାତ୍ରା ରେକର୍ଡ ହେବ ବୋଲି ପୂର୍ବାନୁମାନ କରିଥିଲା […]

ଭୁବନେଶ୍ୱର:ରାଜ୍ୟରେ ୩୬ ଡିଗ୍ରୀ ଟପିଲା ପାରଦ। ଦିନ ତାପମାତ୍ରାରେ ୩୬ ଡିଗ୍ରୀ ଟପିଛି ପାରଦ। ବଲାଙ୍ଗିର ସବୁଠୁ ଉତ୍ତପ୍ତ ସହର ପାଲଟିଛି।୩୬.୭ ଡିଗ୍ରୀ ସହ ତତଲା ସହର ପାଲଟିଛି ବଲାଙ୍ଗିର। ସେହିପରି
ଟିଟିଲାଗଡ଼ ୩୬, ପାରଳାଖେମୁଣ୍ଡି ୩୫.୮ ଡିଗ୍ରୀ,ଝାରସୁଗୁଡ଼ା ୩୫.୬, ସମ୍ବଲପୁର ୩୫.୧, ଭବାନୀପାଟଣା ୩୫, ଭୁବନେଶ୍ବର ୩୪.୯ ଓ କଟକ ତାପମାତ୍ରା ୩୩ ଡିଗ୍ରୀ ରେକର୍ଡ କରାଯାଇଛି।
ପୂର୍ବରୁ ଅଧିକାଂଶ ସ୍ଥାନରେ ୩୫ରୁ ୩୭ ଡିଗ୍ରୀ ମଧ୍ୟରେ ତାପମାତ୍ରା ରେକର୍ଡ ହେବ ବୋଲି ପୂର୍ବାନୁମାନ କରିଥିଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ବିଶେଷ କରି ଉପକୂଳ ଓଡ଼ିଶା ଅପେକ୍ଷା ଆଭ୍ୟନ୍ତରୀଣ ଓଡ଼ିଶାରେ ଅଧିକ ତାତି ବଢିବା ନେଇ ଅନୁମାନ ହୋଇଥିଲା।