ରାଜ୍ୟରେ ୬୯୬ କଲରାପତରିଆ ଚିହ୍ନଟ, ୨୦୨୨ରେ ସଂଖ୍ୟା ଥିଲା ୫୬୮

ଭୁବନେଶ୍ବର ୩।୧୦: ରାଜ୍ୟରେ ଗତ ବର୍ଷ ତୁଳନାରେ ବଢିଲା କଲରାପତରିଆ ବାଘ ସଂଖ୍ୟା । ଓଡିଶା ଜଙ୍ଗଲରେ ୬୯୬ଟି କଲରାପତରିଆ ବାଘ ରହିଛନ୍ତି । ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଥର ପାଇଁ ବନ ବିଭାଗ କଲରାପତରିଆ ବାଘ ଗଣନା କରିଥିଲେ । ରାଜ୍ୟ ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ୨୦୨୪ ପାଳନ ଉସ୍ଚବରେ ରିପୋର୍ଟ ଉନ୍ମୋଚନ କରିଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ  ଗଣେଶ ରାମ ସିଁ ଖୁଣ୍ଟିଆ ।  NTCA ଦ୍ଵାରା ଫେବ୍ରୁଆରୀ ମାସରେ ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୨୨ରେ ରାଜ୍ୟରେ ୫୬୮ଟି  କଲରାପତରିଆ ବାଘ ରହିଥିଲେ । ୨୦୧୮ରେ ଏହି ସଂଖ୍ୟା ୭୬୦ ଥିଲା । ତେଣୁ ନିଜସ୍ଵ କଲରାପତରିଆ ଗଣନା ପାଇଁ ନିଷ୍ପତ୍ତି ନେଇଥିଲା । କ୍ୟାମେରା ଟ୍ରାପ ଓ ଷ୍ଟାଷ୍ଟିସଟିକ ମଡେଲରୁ ଜଣା ପଡ଼ିଛି ଯେ ମୟୂରଭଞ୍ଜ ଆଉ କେନ୍ଦୁଝର ଜିଲ୍ଲାରେ ଥିବା ବନଖଣ୍ଡରେ ପାଖାପାଖି ୨୦୦ କଲରାପତରିଆ ବାଘ ଅଛନ୍ତି। । ଶିମିଳିପାଳରେ ସର୍ବାଧିକ କଲରାପତରିଆ ବାଘ ଥିବା ଜଣା ପଡିଛି । ସେହିପରି ସାତକୋଶିଆ ଅଭୟାରଣ୍ୟରେ ୧୫୦ ରୁ ଅଧିକ କଲରାପତରିଆ ବାଘ ଥିବା ଜଣା ପଡିଛି। ଡେବ୍ରିଗଡ ଅଭୟାରଣ୍ୟରେ ୫୦ ରୁ ଅଧିକ କଲରାପତରିଆ ବାଘ ଥିବା କ୍ୟାମେରା ଟ୍ରାପରୁ ଜଣା ପଡିଛି। ଅନ୍ୟପଟେ ଖରିଆର ଓ ସୁନାବେଡ଼ା କଲରାପତରିଆ ବାଘ ଥିବା ଜଣାପଡିଛି। ଢେଙ୍କାନାଲ ବନ ଖଣ୍ଡରୁ ମଧ୍ୟ ୨୦ ରୁ ଅଧିକ କଲରାପତରିଆ ବାଘ ଥିବା କ୍ୟାମେରା ଟ୍ରାପରୁ ସୂଚନା ମିଳିଛି।You Can Read:ସବୁ ଗେଟ୍ ବନ୍ଦ ବେଳେ ଉଛୁଳୁଛି ହୀର

ରାଜ୍ୟରେ ୬୯୬ କଲରାପତରିଆ ଚିହ୍ନଟ, ୨୦୨୨ରେ ସଂଖ୍ୟା ଥିଲା ୫୬୮

ଭୁବନେଶ୍ବର ୩।୧୦: ରାଜ୍ୟରେ ଗତ ବର୍ଷ ତୁଳନାରେ ବଢିଲା କଲରାପତରିଆ ବାଘ ସଂଖ୍ୟା । ଓଡିଶା ଜଙ୍ଗଲରେ ୬୯୬ଟି କଲରାପତରିଆ ବାଘ ରହିଛନ୍ତି । ଚଳିତ ବର୍ଷ ରାଜ୍ୟରେ ପ୍ରଥମ ଥର ପାଇଁ ବନ ବିଭାଗ କଲରାପତରିଆ ବାଘ ଗଣନା କରିଥିଲେ । ରାଜ୍ୟ ସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ୨୦୨୪ ପାଳନ ଉସ୍ଚବରେ ରିପୋର୍ଟ ଉନ୍ମୋଚନ କରିଥିଲେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ  ଗଣେଶ ରାମ ସିଁ ଖୁଣ୍ଟିଆ ।  NTCA ଦ୍ଵାରା ଫେବ୍ରୁଆରୀ ମାସରେ ପ୍ରକାଶିତ ରିପୋର୍ଟ ଅନୁସାରେ ୨୦୨୨ରେ ରାଜ୍ୟରେ ୫୬୮ଟି  କଲରାପତରିଆ ବାଘ ରହିଥିଲେ । ୨୦୧୮ରେ ଏହି ସଂଖ୍ୟା ୭୬୦ ଥିଲା । ତେଣୁ ନିଜସ୍ଵ କଲରାପତରିଆ ଗଣନା ପାଇଁ ନିଷ୍ପତ୍ତି ନେଇଥିଲା । 

କ୍ୟାମେରା ଟ୍ରାପ ଓ ଷ୍ଟାଷ୍ଟିସଟିକ ମଡେଲରୁ ଜଣା ପଡ଼ିଛି ଯେ ମୟୂରଭଞ୍ଜ ଆଉ କେନ୍ଦୁଝର ଜିଲ୍ଲାରେ ଥିବା ବନଖଣ୍ଡରେ ପାଖାପାଖି ୨୦୦ କଲରାପତରିଆ ବାଘ ଅଛନ୍ତି। । ଶିମିଳିପାଳରେ ସର୍ବାଧିକ କଲରାପତରିଆ ବାଘ ଥିବା ଜଣା ପଡିଛି । ସେହିପରି ସାତକୋଶିଆ ଅଭୟାରଣ୍ୟରେ ୧୫୦ ରୁ ଅଧିକ କଲରାପତରିଆ ବାଘ ଥିବା ଜଣା ପଡିଛି। ଡେବ୍ରିଗଡ ଅଭୟାରଣ୍ୟରେ ୫୦ ରୁ ଅଧିକ କଲରାପତରିଆ ବାଘ ଥିବା କ୍ୟାମେରା ଟ୍ରାପରୁ ଜଣା ପଡିଛି। ଅନ୍ୟପଟେ ଖରିଆର ଓ ସୁନାବେଡ଼ା କଲରାପତରିଆ ବାଘ ଥିବା ଜଣାପଡିଛି। ଢେଙ୍କାନାଲ ବନ ଖଣ୍ଡରୁ ମଧ୍ୟ ୨୦ ରୁ ଅଧିକ କଲରାପତରିଆ ବାଘ ଥିବା କ୍ୟାମେରା ଟ୍ରାପରୁ ସୂଚନା ମିଳିଛି।

You Can Read:

ସବୁ ଗେଟ୍ ବନ୍ଦ ବେଳେ ଉଛୁଳୁଛି ହୀରାକୁଦ ଡ୍ୟାମ୍, କ୍ରାଷ୍ଟ ଗେଟ୍ ଦେଇ ଲିକ୍ ହେଉଛି ପାଣି