ରାଜ୍ୟସଭା ଯିବେ ତାମିଲ ଅଭିନେତା କମଲ ହାସନ! ଡିଏମକେକୁ ବଡ ଫାଇଦା ?

ଚେନ୍ନାଇ ୩୦/୦୫: ଦ୍ୱିତୀୟ ଇଂନିସ ଆରମ୍ଭ କରିବେ ତାମିଲ ଅଭିନେତା କମଲ ହାସନ। ଖୁବ୍‌ଶୀଘ୍ର ସେ ରାଜ୍ୟସଭାକୁ ଯିବେ ବୋଲି ଚର୍ଚ୍ଚା ହେଉଛି। ୨୦୨୪ ମସିହା ଲୋକସଭା ନିର୍ବାଚନ ପୂର୍ବରୁ ଷ୍ଟାଲିନଙ୍କ ଡିଏମକେ ଏବଂ କମଲ ହାସନଙ୍କ ଏମଏନଏମ ଭିତରେ ମେଣ୍ଟ ହୋଇଥିଲା । ଆଉ ମେଣ୍ଟ ଧର୍ମ ପାଳନ କରି ଏବେ କମଲ ହାସନଙ୍କ ଦଳ ପାଇଁ ଗୋଟିଏ ରାଜ୍ୟସଭା ସିଟ୍ ଛାଡ଼ିଦେଇଛି ଡିଏମକେ । ଯାହାକି ଷ୍ଟାଲିନଙ୍କୁ ଫାଇଦା ଦେବ । ଆସନ୍ତା ଜୁନ୍ ୧୯ ତାରିଖରେ ରାଜ୍ୟସଭା ପାଇଁ ନିର୍ବାଚନ ହେବାକୁ ଯାଉଛି । ଆଉ ଏହି ନିର୍ବାଚନରେ ତାମିଲନାଡୁରୁ ଖାଲି ହେବାକୁ ଥିବା ୬ଟି ଆସନ ପାଇଁ ମଧ୍ୟ ଭୋଟ୍ ପଡ଼ିବ । ସଂଖ୍ୟାବଳ ଦୃଷ୍ଟିରୁ ଏଠାରେ ଡିଏମକେ ୪ଟି ସିଟ୍ ଜିତିବା ଏକପ୍ରକାର ପକ୍କା, ହେଲେ ତା’ ପରେ ବି ମେଣ୍ଟ ଧର୍ମ ପାଳନ କରି କମଲ ହାସନଙ୍କ ପାର୍ଟି ଏମଏନଏମ୍ ପାଇଁ ଗୋଟିଏ ସିଟ୍ ଛାଡ଼ିଦେଇଛି ଡିଏମକେ । ତେଣୁ ଏହି ସିଟରୁ କମଲ ହାସନ ରାଜ୍ୟସଭାକୁ ଯିବା ପକ୍କା ବୋଲି ଜଣାପଡୁଛି । ହେଲେ ଡିଏମକେ, କମଲ ହାସନଙ୍କୁ ଗୋଟିଏ ରାଜ୍ୟସଭା ସିଟ୍ ଛାଡ଼ିଦେବା ଦଳ ପାଇଁ କେତେ ଲାଭଦାୟକ ହେବ, ତାକୁ ନେଇ ଏବେ ଚର୍ଚ୍ଚା ବଢ଼ିଛି?#WATCH | Chennai: "It is a democracy. I believe in the law and justice. My love for Karnataka, Andhra Pradesh and Kerala is true. Nobody will suspect it except for those who have an agenda.

ରାଜ୍ୟସଭା ଯିବେ ତାମିଲ ଅଭିନେତା କମଲ ହାସନ! ଡିଏମକେକୁ ବଡ ଫାଇଦା ?

ଚେନ୍ନାଇ ୩୦/୦୫: ଦ୍ୱିତୀୟ ଇଂନିସ ଆରମ୍ଭ କରିବେ ତାମିଲ ଅଭିନେତା କମଲ ହାସନ। ଖୁବ୍‌ଶୀଘ୍ର ସେ ରାଜ୍ୟସଭାକୁ ଯିବେ ବୋଲି ଚର୍ଚ୍ଚା ହେଉଛି। ୨୦୨୪ ମସିହା ଲୋକସଭା ନିର୍ବାଚନ ପୂର୍ବରୁ ଷ୍ଟାଲିନଙ୍କ ଡିଏମକେ ଏବଂ କମଲ ହାସନଙ୍କ ଏମଏନଏମ ଭିତରେ ମେଣ୍ଟ ହୋଇଥିଲା । ଆଉ ମେଣ୍ଟ ଧର୍ମ ପାଳନ କରି ଏବେ କମଲ ହାସନଙ୍କ ଦଳ ପାଇଁ ଗୋଟିଏ ରାଜ୍ୟସଭା ସିଟ୍ ଛାଡ଼ିଦେଇଛି ଡିଏମକେ । ଯାହାକି ଷ୍ଟାଲିନଙ୍କୁ ଫାଇଦା ଦେବ । 

ଆସନ୍ତା ଜୁନ୍ ୧୯ ତାରିଖରେ ରାଜ୍ୟସଭା ପାଇଁ ନିର୍ବାଚନ ହେବାକୁ ଯାଉଛି । ଆଉ ଏହି ନିର୍ବାଚନରେ ତାମିଲନାଡୁରୁ ଖାଲି ହେବାକୁ ଥିବା ୬ଟି ଆସନ ପାଇଁ ମଧ୍ୟ ଭୋଟ୍ ପଡ଼ିବ । ସଂଖ୍ୟାବଳ ଦୃଷ୍ଟିରୁ ଏଠାରେ ଡିଏମକେ ୪ଟି ସିଟ୍ ଜିତିବା ଏକପ୍ରକାର ପକ୍କା, ହେଲେ ତା’ ପରେ ବି ମେଣ୍ଟ ଧର୍ମ ପାଳନ କରି କମଲ ହାସନଙ୍କ ପାର୍ଟି ଏମଏନଏମ୍ ପାଇଁ ଗୋଟିଏ ସିଟ୍ ଛାଡ଼ିଦେଇଛି ଡିଏମକେ । ତେଣୁ ଏହି ସିଟରୁ କମଲ ହାସନ ରାଜ୍ୟସଭାକୁ ଯିବା ପକ୍କା ବୋଲି ଜଣାପଡୁଛି । ହେଲେ ଡିଏମକେ, କମଲ ହାସନଙ୍କୁ ଗୋଟିଏ ରାଜ୍ୟସଭା ସିଟ୍ ଛାଡ଼ିଦେବା ଦଳ ପାଇଁ କେତେ ଲାଭଦାୟକ ହେବ, ତାକୁ ନେଇ ଏବେ ଚର୍ଚ୍ଚା ବଢ଼ିଛି?


ଏହା ପଛର କାରଣ ହେଉଛି, ତାମିଲ-କନ୍ନଡ ଭାଷାକୁ ନେଇ ମନ୍ତବ୍ୟ ଦେବା ଘଟଣାରେ ଏବେ ବିବାଦ ଭିତରେ ଫସିଛନ୍ତି କମଲ ହାସନ । ନିଜ ଫିଲ୍ମ ‘ଠଗ୍ ଲାଇଫ୍’ ରିଲିଜ୍ ସମୟରେ କମଲ ହାସନ କହିଥିଲେ, କନ୍ନଡ ଭାଷା ତାମିଲ ଭାଷାରୁ ହିଁ ସୃଷ୍ଟି ହୋଇଛି । ଯାହାକୁ ନେଇ ଏବେ ବଡ଼ ବିବାଦ ମୁଣ୍ଡ ଟେକିଛି । ଏମିତି କି, ବିଜେପି ଆଉ କଂଗ୍ରେସ ମଧ୍ୟ ଏହି ବୟାନକୁ ନେଇ କମଲ ହାସନଙ୍କୁ ବିରୋଧ କରୁଥିବାବେଳେ, ଡିଏମକେ କିନ୍ତୁ ଏଭଳି ସମୟରେ କମଲ ହାସନଙ୍କୁ ରାଜ୍ୟସଭା ପାଇଁ ବାଟ ଛାଡ଼ିଛି । ତେଣୁ ଚର୍ଚ୍ଚା ହେବା ସ୍ୱାଭାବିକ ଯେ, ଏହା ପଛରେ ଡିଏମକେର ଫାଇଦା ନିଶ୍ଚୟ । 

ସୁପରଷ୍ଟାର୍ କଲମ ହାସନଙ୍କ ଫିଲ୍ମ କ୍ୟାରିୟର୍ ବେଶ୍ ସଫଳ । ଦକ୍ଷିଣୀ ଫିଲ୍ମ ସହ ବିଲଉଡ୍‌ରେ ସେ ବେତାଜ ବାଦଶାହ ଭଳି ଖ୍ୟାତି ଅର୍ଜନ କରିଥିଲେ । ହେଲେ ପଲିଟିକାଲ୍ କ୍ୟାରିୟରରେ ସେତେଟା ଖାସ୍ ଉପଲବ୍ଧି ହାସଲ କରିପାରିନାହାନ୍ତି । ହେଲେ ଏଭଳି ସମୟରେ ବି, କମଲ ହାସନଙ୍କ ବୁଡ଼ିଯାଉଥିବା ରାଜନୈତିକ କ୍ୟାରିୟରର ଡଙ୍ଗାକୁ, କୁଟା ଖିଅ ଭଳି ସାହା ହୋଇଛନ୍ତି ଡିଏମକେ ନେତା ଏମକେ ଷ୍ଟାଲିନ୍ । ଏମିତି କି କନ୍ନଡ଼ ଭାଷାକୁ ନେଇ ବିବାଦ ଭିତରେ ଫସିଥିଲେ ବି, କମଲ ହାସନଙ୍କୁ ରାଜ୍ୟସଭା ଯିବା ପାଇଁ ବାଟ ଛାଡ଼ିଦେଇଛି ଡିଏମକେ ।