ରାଜ୍ୟସଭାରେ ଖଡ୍ଗେଙ୍କ ମାତାଜୀ କଟାକ୍ଷ, ଜବାବ ରଖିଲେ ନିର୍ମଳା
ନୂଆଦିଲ୍ଲୀ ୨୪/୭:ରାଜ୍ୟସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କଟାକ୍ଷ କରି ମାତାଜୀ ଡାକିଲେ ମଲ୍ଲିକାର୍ଜୁନ ଖଡ୍ଗେ । ଆଜି ବଜେଟ୍କୁ ନେଇ ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ଏଥି ସହ ବଜେଟ୍ ଉପସ୍ଥାପନ କରିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମାତାଜୀ କହି କଟାକ୍ଷ କରିଛନ୍ତି ।ଖଡ୍ଗେଙ୍କ ଅଭିଯୋଗ, କେନ୍ଦ୍ର ସରକାର ୨୦୨୪-୨୫ ପୂର୍ଣ୍ଣାଙ୍ଗ ବଜେଟ୍ରେ କେବଳ ଆନ୍ଧ୍ର ଓ ବିହାରକୁ ଗୁରୁତ୍ବ ଦିଆଯାଇଛି । ଆଉ ସମସ୍ତଙ୍କୁ ଅଣଦଖା କରାଯାଇଛି । କେନ୍ଦ୍ରର ବଜେଟ୍କୁ କୁର୍ସି ବଚାଓ ବଜେଟ୍ କହି ସମାଲୋଚନା କରିଛନ୍ତି ଖଡ୍ଗେ । ଏନ୍ଡିଏ ସହଯୋଗୀକୁ ଖୁସି କରିବାକୁ କେନ୍ଦ୍ରୀୟ ବଜେଟ୍ ହୋଇଛି । ଯେଉଁ ରାଜ୍ୟ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛି ସେମାନଙ୍କୁ ବଜେଟ୍ରୁ କିଛି ମିଳିନି । ସମସ୍ତଙ୍କ ପ୍ଲେଟ ଖାଲି ଥିବାବେଳେ ବିହାର ଓ ଆନ୍ଧ୍ରପ୍ରଦେଶ ପ୍ଲେଟରେ ପକଡା ଓ ଜିଲାପି ରହିଛି ।ଏସବୁ ପରେ ରାଜ୍ୟସଭା ଅଧ୍ୟକ୍ଷ ରାଜ୍ୟସଭା ଜଗଦୀପ ଧନକର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏହାର ଜବାବ ରଖିବାକୁ ଖଡଗେ ଅନୁମତି ଦିଅନ୍ତୁ ବୋଲି ପ୍ରସ୍ତାବ ଦେଇଥିଲେ। ଏତିକି ବେଳେ ଖଡଗେ କଟାକ୍ଷ କରି କହିଥିଲେ ମୁଁ କହି ଦେଉଛି। ମାତାଜୀ କହିବାରେ ବେଶ ମାହିର। ଏକଥା ମୋତେ ବେଶ ଜଣା। ରାଜ୍ୟଗୁଡ଼ିକ ମଧ୍ୟରେ ବାଲାନ୍ସ ନ ରହିଲେ ବିକାଶ
ନୂଆଦିଲ୍ଲୀ ୨୪/୭:ରାଜ୍ୟସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କଟାକ୍ଷ କରି ମାତାଜୀ ଡାକିଲେ ମଲ୍ଲିକାର୍ଜୁନ ଖଡ୍ଗେ । ଆଜି ବଜେଟ୍କୁ ନେଇ ରାଜ୍ୟସଭାରେ ବିରୋଧୀ ଦଳ ନେତା ତଥା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ କେନ୍ଦ୍ର ସରକାରଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ଏଥି ସହ ବଜେଟ୍ ଉପସ୍ଥାପନ କରିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମାତାଜୀ କହି କଟାକ୍ଷ କରିଛନ୍ତି ।
ଖଡ୍ଗେଙ୍କ ଅଭିଯୋଗ, କେନ୍ଦ୍ର ସରକାର ୨୦୨୪-୨୫ ପୂର୍ଣ୍ଣାଙ୍ଗ ବଜେଟ୍ରେ କେବଳ ଆନ୍ଧ୍ର ଓ ବିହାରକୁ ଗୁରୁତ୍ବ ଦିଆଯାଇଛି । ଆଉ ସମସ୍ତଙ୍କୁ ଅଣଦଖା କରାଯାଇଛି । କେନ୍ଦ୍ରର ବଜେଟ୍କୁ କୁର୍ସି ବଚାଓ ବଜେଟ୍ କହି ସମାଲୋଚନା କରିଛନ୍ତି ଖଡ୍ଗେ । ଏନ୍ଡିଏ ସହଯୋଗୀକୁ ଖୁସି କରିବାକୁ କେନ୍ଦ୍ରୀୟ ବଜେଟ୍ ହୋଇଛି । ଯେଉଁ ରାଜ୍ୟ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛି ସେମାନଙ୍କୁ ବଜେଟ୍ରୁ କିଛି ମିଳିନି । ସମସ୍ତଙ୍କ ପ୍ଲେଟ ଖାଲି ଥିବାବେଳେ ବିହାର ଓ ଆନ୍ଧ୍ରପ୍ରଦେଶ ପ୍ଲେଟରେ ପକଡା ଓ ଜିଲାପି ରହିଛି ।
ଏସବୁ ପରେ ରାଜ୍ୟସଭା ଅଧ୍ୟକ୍ଷ ରାଜ୍ୟସଭା ଜଗଦୀପ ଧନକର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଏହାର ଜବାବ ରଖିବାକୁ ଖଡଗେ ଅନୁମତି ଦିଅନ୍ତୁ ବୋଲି ପ୍ରସ୍ତାବ ଦେଇଥିଲେ। ଏତିକି ବେଳେ ଖଡଗେ କଟାକ୍ଷ କରି କହିଥିଲେ ମୁଁ କହି ଦେଉଛି। ମାତାଜୀ କହିବାରେ ବେଶ ମାହିର। ଏକଥା ମୋତେ ବେଶ ଜଣା। ରାଜ୍ୟଗୁଡ଼ିକ ମଧ୍ୟରେ ବାଲାନ୍ସ ନ ରହିଲେ ବିକାଶ ଅସମ୍ଭବ ବୋଲି ଖଡଗେ କହିଥିଲେ।
ରାଜ୍ୟସଭା ଅଧ୍ୟକ୍ଷ ଧନକର ଏହାର ଜବାବ ଦେବାକୁ ଅର୍ଥମନ୍ତ୍ରୀଙ୍କୁ ଅନୁମତି ଦେବା କ୍ଷଣି ଖଡଗେଙ୍କ ନେତୃତ୍ୱରେ ବିରୋଧୀ ମେଣ୍ଟର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ତଥାପି ସୀତାରମଣ ଜବାବ ରଖିବା ସହ କହିଥିଲେ ସବୁ ରାଜ୍ୟର ନାଁ ବଜେଟରେ ନେବା ଅସମ୍ଭବ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେହି ରାଜ୍ୟଗୁଡ଼ିକ କେନ୍ଦ୍ରୀୟ ଯୋଜନା ଓ ପାଣ୍ଠିରୁ ବାଦ ପଡ଼ିବେ।