ରାଜ୍ୟସଭାରେ ଗୃହମନ୍ତ୍ରାଳୟ ରଖିଲେ ପାରାମିଲେଟ୍ରି ଫୋର୍ସର ଡାଟା, ଜବାନଙ୍କ ଆତ୍ମହତ୍ୟାକୁ ନେଇ ଚିନ୍ତା

ନୂଆଦିଲ୍ଲୀ ୬।୧୨: ଦୀର୍ଘ ସମୟ ଧରି ଡ୍ୟୁଟି କରିବା ଓ ନିଦ୍ରା ହ୍ରାସ ଯୋଗୁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଏପିଏଫ)ରେ ମୁତୟନ ଜବାନ ନା କେବଳ ଆତ୍ମହତ୍ୟା କରୁଛନ୍ତି ସେମାନେ ଚାକିରୀ ଶେଷ ହେବା ପୂର୍ବରୁ ସ୍ୱେଚ୍ଛାକୃତ ଅବସର ବି ନେଉଛନ୍ତି। ଗୃହମନ୍ତ୍ରାଳୟ ଗୁରୁବାର ରାଜ୍ୟସଭାକୁ କହିଛନ୍ତି ଯେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୭୩୦ ଜଣ ଜବାନ ଆତ୍ମହତ୍ୟା କରିଛନ୍ତି। ସେହିପରି ୫୫ ହଜାରରୁ ଅଧିକ ଜବାନ ହୁଏତ ଇସ୍ତଫା ଦେଇଛନ୍ତି କିମ୍ବା ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି। କର୍ମଚାରୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧିର କାରଣ ଅଧ୍ୟୟନ କରୁଥିବା ଟାସ୍କଫୋର୍ସ କହିଛନ୍ତି ଯେ ଆତ୍ମହତ୍ୟା କରିଥିବା ୮୦ ପ୍ରତିଶତ ଜବାନ ଛୁଟି ଶେଷରେ ଡ୍ୟୁଟିକୁ ଫେରିଥିଲେ। ଟାସ୍କଫୋର୍ସ ରିପୋର୍ଟରେ ଆତ୍ମହତ୍ୟାର କାରଣ ବ୍ୟକ୍ତିଗତ ବୋଲି କହିଛନ୍ତି। ଜୀବନ ସାଥୀ ଅଥବା ପରିବାର ସଦସ୍ୟଙ୍କ ମୃତ୍ୟୁ, ବିବାହରେ ବିବାଦ ଅଥବା ଛାଡପତ୍ର, ଆର୍ଥିକ ସମସ୍ୟା ଅଥବା ପିଲାଙ୍କ ଅପର୍ଯ୍ୟପ୍ତ ଶିକ୍ଷାକୁ କାରଣ ବୋଲି କହିଛନ୍ତି। ଗୃହରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଏପରି ମାମଲାର ସମାଧାନ ନିମନ୍ତେ ଅଧିକରୁ ଅଧିକ କର୍ମଚାରୀଙ୍କୁ ସେମାନଙ୍କ ପରିବାର ସହ ସମୟ ବିତାଇବାକୁ ସୁଯୋଗ ଦିଆଯାଉ। ଗୃହମନ୍ତ୍ରାଳୟ ରାଜ୍ୟସଭାକୁ ଦେଇଥିବା ଜବାବରେ ୪୨,୭୯୭ ଜଣ ଜବାନ ଲିଭ ପଲିସର ବ୍ୟବହାର କରିଛନ୍ତି। ନିତ୍ୟାନନ୍ଦ ରାୟ ରାଜ୍ୟସଭାକୁ କହିଛନ୍ତି ଚଳିତବର୍ଷ

ରାଜ୍ୟସଭାରେ ଗୃହମନ୍ତ୍ରାଳୟ ରଖିଲେ ପାରାମିଲେଟ୍ରି ଫୋର୍ସର ଡାଟା, ଜବାନଙ୍କ ଆତ୍ମହତ୍ୟାକୁ ନେଇ ଚିନ୍ତା

ନୂଆଦିଲ୍ଲୀ ୬।୧୨: ଦୀର୍ଘ ସମୟ ଧରି ଡ୍ୟୁଟି କରିବା ଓ ନିଦ୍ରା ହ୍ରାସ ଯୋଗୁ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଏପିଏଫ)ରେ ମୁତୟନ ଜବାନ ନା କେବଳ ଆତ୍ମହତ୍ୟା କରୁଛନ୍ତି ସେମାନେ ଚାକିରୀ ଶେଷ ହେବା ପୂର୍ବରୁ ସ୍ୱେଚ୍ଛାକୃତ ଅବସର ବି ନେଉଛନ୍ତି। ଗୃହମନ୍ତ୍ରାଳୟ ଗୁରୁବାର ରାଜ୍ୟସଭାକୁ କହିଛନ୍ତି ଯେ ଚଳିତ ବର୍ଷ ଏ ପର୍ଯ୍ୟନ୍ତ ୭୩୦ ଜଣ ଜବାନ ଆତ୍ମହତ୍ୟା କରିଛନ୍ତି। ସେହିପରି ୫୫ ହଜାରରୁ ଅଧିକ ଜବାନ ହୁଏତ ଇସ୍ତଫା ଦେଇଛନ୍ତି କିମ୍ବା ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିଛନ୍ତି। 

କର୍ମଚାରୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧିର କାରଣ ଅଧ୍ୟୟନ କରୁଥିବା ଟାସ୍କଫୋର୍ସ କହିଛନ୍ତି ଯେ ଆତ୍ମହତ୍ୟା କରିଥିବା ୮୦ ପ୍ରତିଶତ ଜବାନ ଛୁଟି ଶେଷରେ ଡ୍ୟୁଟିକୁ ଫେରିଥିଲେ। ଟାସ୍କଫୋର୍ସ ରିପୋର୍ଟରେ ଆତ୍ମହତ୍ୟାର କାରଣ ବ୍ୟକ୍ତିଗତ ବୋଲି କହିଛନ୍ତି। ଜୀବନ ସାଥୀ ଅଥବା ପରିବାର ସଦସ୍ୟଙ୍କ ମୃତ୍ୟୁ, ବିବାହରେ ବିବାଦ ଅଥବା ଛାଡପତ୍ର, ଆର୍ଥିକ ସମସ୍ୟା ଅଥବା ପିଲାଙ୍କ ଅପର୍ଯ୍ୟପ୍ତ ଶିକ୍ଷାକୁ କାରଣ ବୋଲି କହିଛନ୍ତି। 

ଗୃହରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ଏପରି ମାମଲାର ସମାଧାନ ନିମନ୍ତେ ଅଧିକରୁ ଅଧିକ କର୍ମଚାରୀଙ୍କୁ ସେମାନଙ୍କ ପରିବାର ସହ ସମୟ ବିତାଇବାକୁ ସୁଯୋଗ ଦିଆଯାଉ। ଗୃହମନ୍ତ୍ରାଳୟ ରାଜ୍ୟସଭାକୁ ଦେଇଥିବା ଜବାବରେ ୪୨,୭୯୭ ଜଣ ଜବାନ ଲିଭ ପଲିସର ବ୍ୟବହାର କରିଛନ୍ତି। ନିତ୍ୟାନନ୍ଦ ରାୟ ରାଜ୍ୟସଭାକୁ କହିଛନ୍ତି ଚଳିତବର୍ଷ ଅକ୍ଟୋବର ମାସ ପର୍ଯ୍ୟନ୍ତ ୬,୩୦୨ ଜଣ କର୍ମଚାରୀ ନିଜ ପରିବାର ସହିତ ୧୦୦ ଦିନ ବିତାଇଛନ୍ତି। ୨୦୨୩ରେ ଏହି ସଂଖ୍ୟା ୮,୬୩୬ ଓ ୨୦୨୧ରେ ୭,୮୬୪ ଥିଲା। 

ରିପୋର୍ଟରେ ଏ କଥା ଉପରେ ଆଲୋକପାତ କରାଯାଇଛି ଆତ୍ମହତ୍ୟା ପାରିବାରିକ ସମସ୍ୟା ଓ ଡ୍ୟୁଟି ସମ୍ପର୍କିତ କାରଣ ପାଇଁ ହୋଇପାରେ। ତେବେ ପୁରୁଷଙ୍କ ତୁଳନାରେ ମହିଳା ଜବାନଙ୍କଠାରେ ଆତ୍ମହତ୍ୟା ପ୍ରବଣତା କମ ଦେଖାଯାଇଛି ବୋଲି ରିପୋର୍ଟରେ କୁହାଯାଇଛି। ରିପୋର୍ଟରେ ପେଷାଦାର ଚ୍ୟାଲେଞ୍ଜକୁ ମଧ୍ୟ ସମ୍ଭାବିତ ଟ୍ରିଗର ରୂପେ ଦେଖାଯାଇଛି। ତେବେ ଆତ୍ମହତ୍ୟା ଯୋଗୁ ହେଉଥିବା ମୃତ୍ୟୁ ଲାଗି ଏହା ଯଥେଷ୍ଟ କାରଣ ନୁହେଁ ବୋଲି ଅଧିକାଂଶ କର୍ମଚାରୀ କହିଛନ୍ତି। 

ଏଣୁ ମ୍ୟାନେଜମେଣ୍ଟ ଏକ ପାରଦର୍ଶି ଲିଭ ମ୍ୟାନେଜମେଣ୍ଟ ସିଷ୍ଟମ ଲାଗି ପରାମର୍ଶ ଦେଇଛି। ଏଥିରେ ପ୍ରତ୍ୟେକ ରାଙ୍କରେ ଛୁଟି ସଂରକ୍ଷିତ ରହିବ। ରିପୋର୍ଟରେ ପାରଦର୍ଶି ଟ୍ରାନ୍ସଫର ପଲିସିର ଆବଶ୍ୟକତା ଉପରେ ମଧ୍ୟ ଜୋର ଦିଆଯାଇଛି। କାରଣ ସର୍ଭିସରେ ଅପର୍ଯ୍ୟାପ୍ତ ପ୍ରମୋସନ ମଧ୍ୟ କର୍ମଚାରୀଙ୍କୁ ହତୋତ୍ସାହିତ କରୁଛି।