ରାଜ୍ୟସଭାରେ ବିରୋଧୀଙ୍କୁ ଝଟକା, ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ନୋଟିସ ହେବ ରଦ୍ଦ !

ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟର ଜଜ୍ ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ପ୍ରଥମେ ଲୋକସଭାରୁ ହିଁ ଆରମ୍ଭ ହେବ । ଏନଡିଟିଭି ରିପୋର୍ଟ ଅନୁସାରେ ରାଜ୍ୟସଭାରେ ମହାଭିଯୋଗ ପ୍ରସ୍ତାବର ଯେଉଁ ନୋଟିସକୁ ତତ୍କାଳୀନ ଅଧ୍ୟକ୍ଷ ଜଗଦୀପ ଧନଖଡ଼ ସ୍ୱୀକାର କରିଥିଲେ, ତାହାକୁ ରଦ୍ଦ କରାଯିବ । ସୂଚନା ଅନୁସାରେ ବିରୋଧୀ ଦଳଗୁଡ଼ିକ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବ ନୋଟିସକୁ ଉଚ୍ଚ ସଦନରେ ଆନୁଷ୍ଠାନିକ ଭାବେ ସ୍ୱୀକାର କରାଯାଇନାହିଁ । ପ୍ରକ୍ରିୟା ଅନୁସାରେ ପ୍ରସ୍ତାବ ଉପରେ ଆଲୋଚନା କିମ୍ୱା ଅନ୍ୟ ପଦକ୍ଷେପ ପୂର୍ବରୁ ଏହାକୁ ସ୍ୱୀକାର କରାଯିବା ଜରୁରି ଥିଲା ।ଏନଡିଟିଭି ରିପୋର୍ଟ ଅନୁସାରେ ଲୋକସଭାରେ ସରକାର ନିଜେ ମହାଭିଯୋଗ ପ୍ରସ୍ତାବ ଉପସ୍ଥାପନ କରିବେ । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ଥିବା ଅଭିଯୋଗର ତଦନ୍ତ ପାଇଁ ଏକ କମିଟି ଗଠନ କରିବେ । ଠୋସ୍ ପ୍ରମାଣ ମିଳିବା ପରେ ତାଙ୍କ ବିରୋଧରେ ମହାଭିଯୋଗ ପାଇଁ ସୁପାରିଶ କରାଯାଇପାରେ ।ବିଜେପି ଏହି ପ୍ରସଙ୍ଗକୁ ନ୍ୟାୟପାଳିକାରେ ଦୁର୍ନୀତି ବିରୁଦ୍ଧରେ ସରକାରଙ୍କ କଠୋର ଅଭିମୁଖ୍ୟକୁ ଦର୍ଶାଇବାକୁ ଚାହୁଁଛି । ଦଳ ଚଳିତ ବର୍ଷ ବିହାର ଏବଂ ଆସନ୍ତା ବର୍ଷ ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ବିଧାନସଭା ନିର୍ବାଚନ ପୂର୍ବରୁ ଏହାକୁ ଏକ ଉଦାହରଣ ଭାବରେ ଉପସ୍ଥାପନ କରିବାକୁ ଚାହୁଁଛି । ଶାସକ ବିଜେପି ଜୁଲାଇ ୨୧ରେ ଆରମ୍ଭ ହୋଇଥିବା ମୌସୁମୀ ଅଧିବେ

ରାଜ୍ୟସଭାରେ ବିରୋଧୀଙ୍କୁ ଝଟକା, ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ନୋଟିସ ହେବ ରଦ୍ଦ !

ନୂଆଦିଲ୍ଲୀ: ଆହ୍ଲାବାଦ ହାଇକୋର୍ଟର ଜଜ୍ ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରକ୍ରିୟା ପ୍ରଥମେ ଲୋକସଭାରୁ ହିଁ ଆରମ୍ଭ ହେବ । ଏନଡିଟିଭି ରିପୋର୍ଟ ଅନୁସାରେ ରାଜ୍ୟସଭାରେ ମହାଭିଯୋଗ ପ୍ରସ୍ତାବର ଯେଉଁ ନୋଟିସକୁ ତତ୍କାଳୀନ ଅଧ୍ୟକ୍ଷ ଜଗଦୀପ ଧନଖଡ଼ ସ୍ୱୀକାର କରିଥିଲେ, ତାହାକୁ ରଦ୍ଦ କରାଯିବ । ସୂଚନା ଅନୁସାରେ ବିରୋଧୀ ଦଳଗୁଡ଼ିକ ଦ୍ୱାରା ଦିଆଯାଇଥିବା ପ୍ରସ୍ତାବ ନୋଟିସକୁ ଉଚ୍ଚ ସଦନରେ ଆନୁଷ୍ଠାନିକ ଭାବେ ସ୍ୱୀକାର କରାଯାଇନାହିଁ । ପ୍ରକ୍ରିୟା ଅନୁସାରେ ପ୍ରସ୍ତାବ ଉପରେ ଆଲୋଚନା କିମ୍ୱା ଅନ୍ୟ ପଦକ୍ଷେପ ପୂର୍ବରୁ ଏହାକୁ ସ୍ୱୀକାର କରାଯିବା ଜରୁରି ଥିଲା ।

ଏନଡିଟିଭି ରିପୋର୍ଟ ଅନୁସାରେ ଲୋକସଭାରେ ସରକାର ନିଜେ ମହାଭିଯୋଗ ପ୍ରସ୍ତାବ ଉପସ୍ଥାପନ କରିବେ । ଲୋକସଭା ବାଚସ୍ପତି ଓମ୍ ବିର୍ଲା ଜଷ୍ଟିସ୍ ବର୍ମାଙ୍କ ବିରୋଧରେ ଥିବା ଅଭିଯୋଗର ତଦନ୍ତ ପାଇଁ ଏକ କମିଟି ଗଠନ କରିବେ । ଠୋସ୍ ପ୍ରମାଣ ମିଳିବା ପରେ ତାଙ୍କ ବିରୋଧରେ ମହାଭିଯୋଗ ପାଇଁ ସୁପାରିଶ କରାଯାଇପାରେ ।

ବିଜେପି ଏହି ପ୍ରସଙ୍ଗକୁ ନ୍ୟାୟପାଳିକାରେ ଦୁର୍ନୀତି ବିରୁଦ୍ଧରେ ସରକାରଙ୍କ କଠୋର ଅଭିମୁଖ୍ୟକୁ ଦର୍ଶାଇବାକୁ ଚାହୁଁଛି । ଦଳ ଚଳିତ ବର୍ଷ ବିହାର ଏବଂ ଆସନ୍ତା ବର୍ଷ ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ ବିଧାନସଭା ନିର୍ବାଚନ ପୂର୍ବରୁ ଏହାକୁ ଏକ ଉଦାହରଣ ଭାବରେ ଉପସ୍ଥାପନ କରିବାକୁ ଚାହୁଁଛି । ଶାସକ ବିଜେପି ଜୁଲାଇ ୨୧ରେ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନ ପୂର୍ବରୁ ମହାଭିଯୋଗ ପ୍ରସ୍ତାବ ପ୍ରସ୍ତୁତ କରିଥିଲା । ସମସ୍ତ ଦଳର ସମ୍ମତି ସୁନିଶ୍ଚିତ କରିବା ପାଇଁ ଦଳ ବିରୋଧୀ ଦଳଗୁଡ଼ିକ ସହିତ ମଧ୍ୟ ଯୋଗାଯୋଗ କରିଥିଲା । ଅନେକ ବିରୋଧୀ ସାଂସଦ ମଧ୍ୟ ସରକାରଙ୍କ ପ୍ରସ୍ତାବରେ ସ୍ୱାକ୍ଷର କରିଥିଲେ । କିନ୍ତୁ ଧନଖଡ଼ ଦଳର ଏହି ଗୁରୁତ୍ୱପୂର୍ଣ୍ଣ ଯୋଜନାକୁ ଏକ ପ୍ରକାର ନଷ୍ଟ କରିଦେଇଥିଲେ । 

ରାଜ୍ୟସଭାରେ ବିରୋଧୀ ଦଳ ଦ୍ୱାରା ଉପସ୍ଥାପିତ ମହାଭିଯୋଗ ପ୍ରସ୍ତାବ ନୋଟିସକୁ ଧନଖଡ଼ ଗ୍ରହଣ କରିଥିଲେ । ସୂତ୍ର ଅନୁସାରେ, ସରକାର ଏହାକୁ ବିଭିନ୍ନ ଦଳ ସହିତ ହୋଇଥିବା ସହମତିର ବିରୁଦ୍ଧ ରୂପେ ବିବେଚନା କରିଥିଲେ । ଏହା ସମ୍ଭବତଃ ଧନଖଡ଼ଙ୍କ ଇସ୍ତଫା ପଛର ଏକ କାରଣ ହୋଇପାରେ । 

ଉଲ୍ଲେଖଯୋଗ୍ୟ ଜଷ୍ଟିସ୍ ବର୍ମା ଦିଲ୍ଲୀ ହାଇକୋର୍ଟର ବିଚାରପତି ଥିବା ସମୟରେ, ମାର୍ଚ୍ଚ ୧୫ରେ ତାଙ୍କ ଦିଲ୍ଲୀସ୍ଥିତ ବାସଭବନରୁ ବିଡ଼ା ବିଡ଼ା ପୋଡ଼ା ନୋଟ୍ ମିଳିଥିଲା । ଏହା ପରେ, ତାଙ୍କୁ ଆହ୍ଲାବାଦ ହାଇକୋର୍ଟକୁ ସ୍ଥାନାନ୍ତର କରାଯାଇଥିଲା । ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ଏକ ତିନି ଜଣିଆ ପ୍ୟାନେଲ୍ ତାଙ୍କ ବିରୋଧରେ ମହାଭିଯୋଗ ଚଲାଇବା ପାଇଁ ସୁପାରିଶ କରିଥିଲେ । ସେପଟେ କିନ୍ତୁ ଜଷ୍ଟିସ୍ ବର୍ମା କୌଣସି ପ୍ରକାରର ଦୁଷ୍କର୍ମରେ ଜଡିତ ଥିବା କଥାକୁ ଅସ୍ୱୀକାର କରିଛନ୍ତି ।