ରାଜ୍ୟସ୍ତରୀୟ ପୁସ୍ତକ ମେଳାରେ ବିଦେଶୀ ନାୟକଙ୍କ ‘ପ୍ରଣୟର ପାଣ୍ଡୁଲିପି’ ଉନ୍ମୋଚିତ

ଦାରିଙ୍ଗବାଡ଼ି,୧୬ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ତଥା ବନାନୀ ସାରସ୍ବତ ପରିଷଦର ସମ୍ପାଦକ ତଥା ବିଶିଷ୍ଟ କବି, ସାହିତି୍ୟକ ବିଦେଶୀ ନାୟକଙ୍କ ଷଷ୍ଠ କବିତା ସଙ୍କଳନ ‘ପ୍ରଣୟର ପାଣ୍ଡୁଲିପି’ର ଶୁଭ ଉନ୍ମୋଚିତ ହୋଇଯାଇଛି। ପ୍ରକାଶ ଯେ, ରାଜ୍ୟସ୍ତରୀୟ ପୁସ୍ତକ ମେଳାରେ ରବିବାର ସନ୍ଧ୍ୟାରେ ଭୁବନେଶ୍ବରର ପ୍ରଦର୍ଶନୀ ପଡ଼ିଆଠାରେ ୧୦ ଦିନ ଧରି ଚାଲିଥିବା ଏହି ଉତ୍ସବରେ ଉନ୍ମୋଚିତ କରାଯାଇଛି। ଏହାକୁ ଅତିଥି ଭାବେ କବୟିତ୍ରୀ କବି ତଥା ଜଗତସିଂହପୁରର ବିଶିଷ୍ଟ କବି […] The post ରାଜ୍ୟସ୍ତରୀୟ ପୁସ୍ତକ ମେଳାରେ ବିଦେଶୀ ନାୟକଙ୍କ ‘ପ୍ରଣୟର ପାଣ୍ଡୁଲିପି’ ଉନ୍ମୋଚିତ appeared first on Dharitri Odia News.

ରାଜ୍ୟସ୍ତରୀୟ ପୁସ୍ତକ ମେଳାରେ ବିଦେଶୀ ନାୟକଙ୍କ ‘ପ୍ରଣୟର ପାଣ୍ଡୁଲିପି’ ଉନ୍ମୋଚିତ

ଦାରିଙ୍ଗବାଡ଼ି,୧୬ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ତଥା ବନାନୀ ସାରସ୍ବତ ପରିଷଦର ସମ୍ପାଦକ ତଥା ବିଶିଷ୍ଟ କବି, ସାହିତି୍ୟକ ବିଦେଶୀ ନାୟକଙ୍କ ଷଷ୍ଠ କବିତା ସଙ୍କଳନ ‘ପ୍ରଣୟର ପାଣ୍ଡୁଲିପି’ର ଶୁଭ ଉନ୍ମୋଚିତ ହୋଇଯାଇଛି।

ପ୍ରକାଶ ଯେ, ରାଜ୍ୟସ୍ତରୀୟ ପୁସ୍ତକ ମେଳାରେ ରବିବାର ସନ୍ଧ୍ୟାରେ ଭୁବନେଶ୍ବରର ପ୍ରଦର୍ଶନୀ ପଡ଼ିଆଠାରେ ୧୦ ଦିନ ଧରି ଚାଲିଥିବା ଏହି ଉତ୍ସବରେ ଉନ୍ମୋଚିତ କରାଯାଇଛି। ଏହାକୁ ଅତିଥି ଭାବେ କବୟିତ୍ରୀ କବି ତଥା ଜଗତସିଂହପୁରର ବିଶିଷ୍ଟ କବି ପୀତାମ୍ବର ତରାଇ, ଭୁବନେଶ୍ୱରର ରକ୍ଷକ ନାୟକ,ଭାରତ ମାଝି, କଥାଶିଳ୍ପୀ ସୁଜାତା ପ୍ରହରାଜ,କବି ସୁଚେତା ପାଣିଗ୍ରାହୀ,ବ୍ରହ୍ମପୁରର କବି ସୁଶାନ୍ତ ଦାଶ ପ୍ରମୁଖ ଯୋଗଦେଇ ସଦ୍ୟ ଉନ୍ମୋଚିତ ପୁସ୍ତକ ସମ୍ପର୍କରେ ଆଲୋକପାତ କରିଥିଲେ। ବିଦେଶୀ ନାୟକଙ୍କ ଏହା ଷଷ୍ଠ କବିତା ସଙ୍କଳନ ହୋଇଥିବା ବେଳେ ସେଥିରେ ମୋଟ୍‌ ୪୧ଟି କବିତା ରହିଥିବା ବରିଷ୍ଠ ସାହିତି୍ୟକ ବିଦେଶୀ ନାୟକ ସୂଚନା ଦେଇଛନ୍ତି।

The post ରାଜ୍ୟସ୍ତରୀୟ ପୁସ୍ତକ ମେଳାରେ ବିଦେଶୀ ନାୟକଙ୍କ ‘ପ୍ରଣୟର ପାଣ୍ଡୁଲିପି’ ଉନ୍ମୋଚିତ appeared first on Dharitri Odia News.