ରାଡ଼ାବାଲିବାସୀଙ୍କ ଦୁର୍ଦ୍ଦଶା ବଢ଼ାଇଛି ଲଗାଣ ବର୍ଷା, ପାହାଡ଼ ରାସ୍ତାରେ ପାଣି ଯୋଗୁ ହନ୍ତସନ୍ତ…
ରାଇକିଆ,୨୫।୭(ପ୍ରଦୀପ ବେହେରା)-ପାହାଡ଼ ଉପର ଗାଁ ରାଡାବାଲି ବାସୀଙ୍କ ସମସ୍ୟା ସାଜିଛି ଲଗାଣ ବର୍ଷା । କନ୍ଧମାଳ ଜିଲା ରାଇକିଆ ବ୍ଲକର ସୁଗଡବଡି ପଞ୍ଚାୟତର ଏହି ଗ୍ରାମବାସୀଙ୍କ ଦୁଃଖ ପାଲଟିଛି ପାହାଡିଆ ରାସ୍ତା । ୨୦ ରୁ ଊଦ୍ଧର୍ବ ପରିବାର ବସବାସ କରୁଥିବା ଏହି ଗାଁ ପାଇଁ ବଡ଼ ସମସ୍ୟା ସାଜିଛି ରାସ୍ତା। ବର୍ଷା ପାଣି ପାହାଡ଼ିଆ ପାଦ ଚଲା ରାସ୍ତାରେ ପ୍ରବାହିତ ହେଉଥିବାରୁ ବିପଦପୂର୍ଣ୍ଣ ଅବସ୍ଥାରେ ଯାତାୟାତ କରୁଛନ୍ତି ଗ୍ରାମବାସୀ। ବିଭିନ୍ନ କାର୍ଯ୍ୟ ରେ ଗ୍ରାମବାସୀ ମାନେ […] The post ରାଡ଼ାବାଲିବାସୀଙ୍କ ଦୁର୍ଦ୍ଦଶା ବଢ଼ାଇଛି ଲଗାଣ ବର୍ଷା, ପାହାଡ଼ ରାସ୍ତାରେ ପାଣି ଯୋଗୁ ହନ୍ତସନ୍ତ… appeared first on Dharitri Odia News.
ରାଇକିଆ,୨୫।୭(ପ୍ରଦୀପ ବେହେରା)-ପାହାଡ଼ ଉପର ଗାଁ ରାଡାବାଲି ବାସୀଙ୍କ ସମସ୍ୟା ସାଜିଛି ଲଗାଣ ବର୍ଷା । କନ୍ଧମାଳ ଜିଲା ରାଇକିଆ ବ୍ଲକର ସୁଗଡବଡି ପଞ୍ଚାୟତର ଏହି ଗ୍ରାମବାସୀଙ୍କ ଦୁଃଖ ପାଲଟିଛି ପାହାଡିଆ ରାସ୍ତା । ୨୦ ରୁ ଊଦ୍ଧର୍ବ ପରିବାର ବସବାସ କରୁଥିବା ଏହି ଗାଁ ପାଇଁ ବଡ଼ ସମସ୍ୟା ସାଜିଛି ରାସ୍ତା। ବର୍ଷା ପାଣି ପାହାଡ଼ିଆ ପାଦ ଚଲା ରାସ୍ତାରେ ପ୍ରବାହିତ ହେଉଥିବାରୁ ବିପଦପୂର୍ଣ୍ଣ ଅବସ୍ଥାରେ ଯାତାୟାତ କରୁଛନ୍ତି ଗ୍ରାମବାସୀ। ବିଭିନ୍ନ କାର୍ଯ୍ୟ ରେ ଗ୍ରାମବାସୀ ମାନେ ପଞ୍ଚାୟତ କାର୍ଯ୍ୟଳୟକୁ ଆସିବାକୁ ହେଲେ ଦୁଇ କିଲୋମିଟର ପଥୁରିଆ ପାଦଚଲା ରାସ୍ତାରେ ପାହାଡ଼ ଉପରୁ ଖସି ଆସିବାକୁ ପଡୁଛି । ଛାତ୍ରୀଛାତ୍ରମାନେ ମଧ୍ୟ ବର୍ଷାରେ ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଛନ୍ତି । ଗତ କିଛି ଦିନ ହେଲା ରାସ୍ତା ରେ ପାଣି ଥିବାରୁ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ବଢ଼ିଛି । ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହୋଇଛି।
The post ରାଡ଼ାବାଲିବାସୀଙ୍କ ଦୁର୍ଦ୍ଦଶା ବଢ଼ାଇଛି ଲଗାଣ ବର୍ଷା, ପାହାଡ଼ ରାସ୍ତାରେ ପାଣି ଯୋଗୁ ହନ୍ତସନ୍ତ… appeared first on Dharitri Odia News.