ରାତି ପାହିଲେ ପୁରୀରେ ପାଳନ ହେବ ନୌସେନା ଦିବସ; ବନ୍ଦ ରହିବ ସମସ୍ତ ସ୍କୁଲ

କନକ ବ୍ୟୁରୋ : ଆସନ୍ତାକାଲି ପୁରୀରେ ସ୍କୁଲ ବନ୍ଦ । ପୌରପାଳିକାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିବ । ଏହାସହ ପ୍ରାଥମିକ, ମାଧ୍ୟମିକ ଶିକ୍ଷା ଅନୁଷ୍ଠାନ ମଧ୍ୟ ବନ୍ଦ ରହିବ । ନୌସେନା ଦିବସ ପାଳନ ଓ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । କିନ୍ତୁ ଏନସିଇଆରଟି ଦ୍ୱାରା ପରିଚାଳିତ ପରଖ୍ ରାଷ୍ଟ୍ରୀୟ ସର୍ବେକ୍ଷଣ ୨୦୨୪ ଜାରି ରହିବ । ପୁରୀ ପୌରପାଳିକା ଅନ୍ତର୍ଗତ ପରୀକ୍ଷା କେନ୍ଦ୍ରରେ ଓ ପ୍ରଭୁଶ୍ରୀ ଇଂଲିଶ୍ ମିଡିୟମ ସ୍କୁଲରେ ହେବ । ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଏହି ପରୀକ୍ଷା ହେବ ।

ରାତି ପାହିଲେ ପୁରୀରେ ପାଳନ ହେବ ନୌସେନା ଦିବସ; ବନ୍ଦ ରହିବ ସମସ୍ତ ସ୍କୁଲ

କନକ ବ୍ୟୁରୋ : ଆସନ୍ତାକାଲି ପୁରୀରେ ସ୍କୁଲ ବନ୍ଦ । ପୌରପାଳିକାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷା ଅନୁଷ୍ଠାନ ବନ୍ଦ ରହିବ । ଏହାସହ ପ୍ରାଥମିକ, ମାଧ୍ୟମିକ ଶିକ୍ଷା ଅନୁଷ୍ଠାନ ମଧ୍ୟ ବନ୍ଦ ରହିବ । ନୌସେନା ଦିବସ ପାଳନ ଓ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

କିନ୍ତୁ ଏନସିଇଆରଟି ଦ୍ୱାରା ପରିଚାଳିତ ପରଖ୍ ରାଷ୍ଟ୍ରୀୟ ସର୍ବେକ୍ଷଣ ୨୦୨୪ ଜାରି ରହିବ । ପୁରୀ ପୌରପାଳିକା ଅନ୍ତର୍ଗତ ପରୀକ୍ଷା କେନ୍ଦ୍ରରେ ଓ ପ୍ରଭୁଶ୍ରୀ ଇଂଲିଶ୍ ମିଡିୟମ ସ୍କୁଲରେ ହେବ । ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ମଧ୍ୟରେ ଏହି ପରୀକ୍ଷା ହେବ ।