ରାତି ୩ଟାରେ ଚଢ଼ଉ କଲା ପୁଲିସ୍‌; ୨ ଲକ୍ଷ ଲିଟର ମହୁଲି ମଦ ଜବତ

ଖଲିକୋଟ ଥାନା ବାଦପଲ୍ଲି ପଞ୍ଚାୟତରେ ଦୀର୍ଘ ଦିନ ଧରି ଚାଲିଥିଲା ଦେଶୀ ଭାଟି। ବିଶେଷ ସୂତ୍ରରୁ ଖବର ପାଇ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ ପାତ୍ର ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ ଗୁରୁବାର ରାତି ପ୍ରାୟ ୩ଟା ବେଳେ ସେହି ପଞ୍ଚାୟତର ୭ଟି ଗାଁରେ ଚଢ଼ଉ କରିଥିଲେ।

ରାତି ୩ଟାରେ ଚଢ଼ଉ କଲା ପୁଲିସ୍‌; ୨ ଲକ୍ଷ ଲିଟର ମହୁଲି ମଦ ଜବତ

ଶୀତୁଆ ରାତି ୩ଟାରେ ଶୋଇଥିଲା ପୂରା ଗାଁ। ଅଚାନକ ଗାଁରେ ପହଞ୍ଚିଥିଲା ଗଞ୍ଜାମ ପୁଲିସ୍‌ ଟିମ୍‌। ପୂରା ଗାଁକୁ ଘେରାଉ କରିଥିଲେ ପୁଲିସ୍‌ ଟିମ୍‌। ତା’ପରେ ଆରମ୍ଭ ହୋଇଥିଲା ତଲାସୀ ଅଭିଯାନ। ଚଢ଼ଉ ବେଳେ ପୁଲିସ୍‌ ୨ ଲକ୍ଷ ଲିଟର ମହୁଲି ମଦ ଜବତ କରିଥିଲେ। ୨୦ରୁ ଅଧିକ ଆଦିବାସୀଙ୍କୁ ଅଟକ ରଖିଛି। ଏଥିସହ ବିପୁଳ ପରିମାଣର ମହୁଲ ଜବତ କରିଛି।

ଖଲିକୋଟ ଥାନା ବାଦପଲ୍ଲି ପଞ୍ଚାୟତରେ ଦୀର୍ଘ ଦିନ ଧରି ଚାଲିଥିଲା ଦେଶୀ ଭାଟି। ବିଶେଷ ସୂତ୍ରରୁ ଖବର ପାଇ ଗଞ୍ଜାମ ଏସ୍‌ପି ଶୁଭେନ୍ଦୁ ପାତ୍ର ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍‌ ଗୁରୁବାର ରାତି ପ୍ରାୟ ୩ଟା ବେଳେ ସେହି ପଞ୍ଚାୟତର ୭ଟି ଗାଁରେ ଚଢ଼ଉ କରିଥିଲେ। ଚଢଉ ବେଳେ ୨ ଲକ୍ଷ ଲିଟର ମଦ ପୋଚକୁ ଜବତ କରି ନଷ୍ଟ କରିଥିଲେ। ବିପୁଳ ପରିମାଣର ମଦ ତିଆରି ସରଞ୍ଜାମ ଓ ଦୁଇଟି ଦେଶୀ ବନ୍ଧୁକ, ଧନୁ ତୀର ଓ ୩୫୦୦ ଲିଟର ସ୍ପିରିଟ୍‌, ୮୫୦ଟି ଡ୍ରମ୍‌ ଜବତ କରିଥିଲେ।

ଉକ୍ତ ଗାଁରୁ ୧୩ ବସ୍ତା ମହୁଲ ଜବତ କରିଛି। ଏଥିସହ ୨୦ ଜଣ ଆଦିବାସୀ ମହିଳା ଓ ପୁରୁଷଙ୍କୁ ଅଟକ ରଖିଛି ପୁଲିସ। ଉକ୍ତ ଚଢ଼ଉରେ ୩ ଜଣ ଅତିରିକ୍ତ ଏସ୍‌ପି, ୩ ଜଣ ଡିଏସ୍‌ପି, ୧୫ ଜଣ ଆଇଆଇସିଙ୍କ ସମେତ ୧୫ ପ୍ଲାଟୁନ୍‌ ପୁଲିସ୍‌ ସାମିଲ୍‌ ହୋଇଥିଲେ। ଆଗକୁ ଏମିତି ଚଢ଼ଉ ଜାରି ରହିବ ବୋଲି ପୁଲିସ୍‌ କହିଛି।