ରାତି ୯ଟା – ମୁଖ୍ୟ ଖବର
♦ ରୁଷିଆ ସେନାରୁ ମୁକ୍ତି ଅପେକ୍ଷାରେ ୬୯ ଭାରତୀୟ, ଏପର୍ଯ୍ୟନ୍ତ ୮ ମୃତ: ଲୋକସଭାରେ ସୂଚନା ଦେଲେ ବୈଦେଶିକ ମନ୍ତ୍ରୀ ♦ ଦିଲ୍ଲୀ-ଫରିଦାବାଦ ସୀମାରୁ ଧରାପଡ଼ିଲା ଆଇଏସଆଇଏସ୍ ଆତଙ୍କବାଦୀ ♦ ଅମୃତପାଲ ସିଂହଙ୍କୁ ଲୋକସଭା ସାଂସଦ ଭାବେ ନିର୍ବାଚିତ କରିବା ବିରୋଧରେ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ ♦ ଓ୍ଵାକଫ୍ ବିଲ୍ ଉପରେ ଯୁଗ୍ମ କମିଟି ପାଇଁ ୨୧ ଜଣ ସଦସ୍ୟଙ୍କ ନାମ ପ୍ରସ୍ତାବ ଗୃହୀତ, ରାଜ୍ୟସଭାରୁ ରହିବେ ୧୦ ଜଣ ସାଂସଦ ♦ ୧୭ ମାସ ଜେଲରେ ରହିବା […]
ରୁଷିଆ ସେନାରୁ ମୁକ୍ତି ଅପେକ୍ଷାରେ ୬୯ ଭାରତୀୟ, ଏପର୍ଯ୍ୟନ୍ତ ୮ ମୃତ: ଲୋକସଭାରେ ସୂଚନା ଦେଲେ ବୈଦେଶିକ ମନ୍ତ୍ରୀ
ଦିଲ୍ଲୀ-ଫରିଦାବାଦ ସୀମାରୁ ଧରାପଡ଼ିଲା ଆଇଏସଆଇଏସ୍ ଆତଙ୍କବାଦୀ
ଅମୃତପାଲ ସିଂହଙ୍କୁ ଲୋକସଭା ସାଂସଦ ଭାବେ ନିର୍ବାଚିତ କରିବା ବିରୋଧରେ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
ଓ୍ଵାକଫ୍ ବିଲ୍ ଉପରେ ଯୁଗ୍ମ କମିଟି ପାଇଁ ୨୧ ଜଣ ସଦସ୍ୟଙ୍କ ନାମ ପ୍ରସ୍ତାବ ଗୃହୀତ, ରାଜ୍ୟସଭାରୁ ରହିବେ ୧୦ ଜଣ ସାଂସଦ
୧୭ ମାସ ଜେଲରେ ରହିବା ପରେ ତିହାର ଜେଲରୁ ବାହାରିଲେ ମନୀଷ ସିସୋଦିଆ
ମନୀଷ ସିସୋଦିଆଙ୍କୁ ଜାମିନ, ସିବିଆଇ ଓ ଇଡିକୁ କହିଲେ ସୁପ୍ରିମକୋର୍ଟ, ଦଣ୍ଡ ସ୍ୱରୂପ ଜାମିନ ବନ୍ଦ କରାଯାଇପାରିବ ନାହିଁ
ହଷ୍ଟେଲ ରୁମରୁ ମିଳିଲା ଆଇଆଇଟି ଗୌହାଟୀ ଛାତ୍ରଙ୍କ ମୃତଦେହ, ତଦନ୍ତ ଜାରି
ଆସନ୍ତାକାଲି ଭୂସ୍ଖଳନ ପ୍ରଭାବିତ ୱାୟନାଡ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉଦ୍ଧାର କାର୍ଯ୍ୟର କରିବେ ସମୀକ୍ଷା
ପୂର୍ବ ୟୁକ୍ରେନର ସହର ଉପରେ ରୁଷର ଆକ୍ରମଣରେ ୧୦ ମୃତ, ୩୫ ଆହତ
ଜାପାନ ମେଗାକ୍ୱାକ୍ ଆଲର୍ଟ ଜାରି କରିବା ପରେ ଟୋକିଓରେ ୫.୩ ତୀବ୍ରତାର ଭୂମିକମ୍ପ
ମହିଳାଙ୍କୁ ଅସଦାଚରଣ ଅଭିଯୋଗରେ ପ୍ୟାରିସରେ ‘ମଦ୍ୟପ’ ଇଜିପ୍ଟ କୁସ୍ତିଯୋଦ୍ଧା ଗିରଫ
ପୃଥିବୀରେ ଏକାଧିକ ଶକ୍ତିଶାଳୀ ସୌର ଘଟଣା ସ୍ଥଳଭାଗ ଛୁଇଁବା ସମ୍ଭାବନା, ସୃଷ୍ଟି ହୋଇପାରେ ଜିଓମ୍ୟାଗ୍ନେଟିକ୍ ଝଡ଼ – ନାସା
ବାଂଲାଦେଶର ମଧ୍ୟବର୍ତ୍ତିକାଳୀନ ସରକାର ଦାୟିତ୍ୱ ଗ୍ରହଣ କଲେ ନୋବେଲ ବିଜେତା ମହମ୍ମଦ ୟୁନୁସ୍, ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଅର୍ପଣ କଲେ ଗଭୀର ଶ୍ରଦ୍ଧାଞ୍ଜଳି
ତ୍ରୁଟିପୂର୍ଣ୍ଣ ଭାବେ ଦୋଷୀ ସାବ୍ୟସ୍ତ ହୋଇ ଆମେରିକା ଜେଲରେ ୩୮ ବର୍ଷ ଜେଲ ଦଣ୍ଡ ଭୋଗୁଥିବା ଭାରତୀୟ ବଂଶୋଦ୍ଭବ ବ୍ୟକ୍ତିଙ୍କ ମୃତ୍ୟୁ
କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ସମ୍ପ୍ରସାରଣ କାର୍ଯ୍ୟ ବେଳେ ଭାଙ୍ଗି ପଡିଲା କ୍ରେନ, ୩ ଶ୍ରମିକ ଗୁରୁତର
– ଗୁରୁତର ଶ୍ରମିକମାନଙ୍କୁ ଏସସିବି ଆଶୁ ଚିକିତ୍ସା ବିଭାଗରେ ଭର୍ତ୍ତି
ସରିଲା ବଜେଟ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ସଂସଦର ଉଭୟ ଗୃହ ମୁଲତବୀ
ଜୁଲାଇ ୨୨ରୁ ଆରମ୍ଭ ହୋଇଥିଲା ବଜେଟ ଅଧିବେଶନ, ଅଗଷ୍ଟ ୧୨ ତାରିଖରେ ଶେଷ ହେବାର ଥିଲା
ହକି ଇଣ୍ଡିଆର ବଡ଼ ଘୋଷଣା, ସନ୍ନ୍ୟାସ ପରେ ପିଆର ଶ୍ରୀଜେଶ କନିଷ୍ଠ ପୁରୁଷ ହକି ଦଳର ମୁଖ୍ୟ ପ୍ରଶିକ୍ଷକ ନିଯୁକ୍ତ