ରାତି ୯ଟାରୁ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହେବ; ମେ ୩୦ରେ ବିବାହ, ମେ ୩୧ ଶନିବାରରେ ଶୀତଳଷଷ୍ଠୀ ଯାତ୍ରା

ଭୁବନେଶ୍ବର: ଚଳିତ ବର୍ଷ ମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଭୁବନେଶ୍ବର ଲିଙ୍ଗରାଜରେ ଧୁମଧାମରେ ପାଳନ ହେବ ଶୀତଳଷଷ୍ଠୀ। ମେ’ ୩୦ରେ... The post ରାତି ୯ଟାରୁ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହେବ; ମେ ୩୦ରେ ବିବାହ, ମେ ୩୧ ଶନିବାରରେ ଶୀତଳଷଷ୍ଠୀ ଯାତ୍ରା appeared first on .

ରାତି ୯ଟାରୁ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହେବ; ମେ ୩୦ରେ ବିବାହ, ମେ ୩୧ ଶନିବାରରେ ଶୀତଳଷଷ୍ଠୀ ଯାତ୍ରା

ଭୁବନେଶ୍ବର: ଚଳିତ ବର୍ଷ ମନ୍ଦିର ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଭୁବନେଶ୍ବର ଲିଙ୍ଗରାଜରେ ଧୁମଧାମରେ ପାଳନ ହେବ ଶୀତଳଷଷ୍ଠୀ। ମେ’ ୩୦ରେ ବିବାହ, ମେ ୩୧ ଶନିବାରରେ ଶୀତଳଷଷ୍ଠୀ ଯାତ୍ରା କରାଯିବ । ଭୁବନେଶ୍ୱରରେ ଶୀତଳଷଷ୍ଠୀ କମିଟିର ସାମ୍ବାଦିକ ସମ୍ମିଳନୀରେ ଦିଆଗଲା ସୂଚନା। ରାତି ୯ଟାରୁ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହେବ ।

ଚଳିତ ବର୍ଷ ଶୀତଳଷଷ୍ଠୀ ପ୍ରସ୍ତୁତି ଜୋରସୋର କରାଯାଇଛି । ଦୁଇ ଦିନିଆ ରୋଷଣୀରେ ୪୦ ପ୍ରକାର ନୃତ୍ୟ ପରିବେଷଣ କରାଯିବ। ଉତ୍ତରପ୍ରଦେଶର ଅଘୋରୀ ନୃତ୍ୟ, ଓଡ଼ିଶାର ଗୋଟିପୁଅ, ଘଣ୍ଟ, ବାରିପଦା ଛଉ, ସମ୍ବଲପୁରୀ, ଦୁଲ୍‌ଦୁଲି, ଗଞ୍ଜାମ ଯୋଡ଼ି ଶଙ୍ଖ, ଢୋଲ ମହୂରୀ, କଣ୍ଢେଇ, ଘୋଡ଼ାନାଚ, ମୟୂରଭଞ୍ଜ ଛଉ, ଢୋଲ ମାଦଳ ପରିବେଷଣ କରି ବଡ଼ଦାଣ୍ଡରେ ଶୋଭାଯାତ୍ରା କରାଯିବ । ଶୀତଳଷଷ୍ଠୀ ଯାତ୍ରା ନେଇ ସମସ୍ତ ନିଯୋଗର ସହଯୋଗ ଲୋଡିଛି କମିଟି । ଏହାସହ ରାଜ୍ୟ ସରକାର, ବିଏମସି ଓ ପୋଲିସର ସହଯୋଗ କାମନା କରିଛି।

The post ରାତି ୯ଟାରୁ ଶୀତଳଷଷ୍ଠୀ ଯାତ୍ରା ଆରମ୍ଭ ହେବ; ମେ ୩୦ରେ ବିବାହ, ମେ ୩୧ ଶନିବାରରେ ଶୀତଳଷଷ୍ଠୀ ଯାତ୍ରା appeared first on .