ରାତିପାହିଲେ ନୂଆଁଖାଇ, ପୁରା ପଶ୍ଚିମ ଓଡିଶା ଉତ୍ସବମୁଖର
ସମ୍ବଲପୁର ୦୭।୦୯ : ରାତିପାହିଲେ ନୂଆଁଖାଇ ପାଳିବ ସାରା ପଶ୍ଚିମ ଓଡିଶା । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସମ୍ବଲପୁରରେ ପ୍ରମୁଖ ଗୋଲବଜାରରେ ଭିଡ ଦେଖିବାକୁ ମିଳିଛି । ତେବେ ବିଭିନ୍ନ ସ୍ଥାନରେ ନୂଆଁଖାଇ ବଜାର ବସିଥିବା ବେଳେ ଏଥର ଗୋଲବଜାରରେ ଭିଡ ଜମିଛି | ବ୍ୟବସାୟୀ ମଧ୍ୟ ଦି ପଇସା ବିକ୍ରି କଲେ ଘରେ ଖୁସି ମନରେ ନୂଆଁଖାଇବେ | ଏନେଇ ବଜାରରେ କଞ୍ଚାପତ୍ରରେ ଖଳି ଦନା, ଚୁଡା, ନୂଆଁଧାନ, ଅରୁଆ ଚାଉଳ, ନୂଆଁ ରାଖୀ, ମାଟି ପାତ୍ର ପ୍ରଭୃତି ଉପଲବ୍ଧ କରାଇଛନ୍ତି ବ୍ୟବସାୟୀ | ଏହା ସହ ଆସନ୍ତାକାଲି ନୂଆଁଖାଇ ପାଇ ବାହାରେ ଥିବା ପରିବାର ସ୍ବଜନ ଘରକୁ ଫେରୁଛନ୍ତି | ରବିବାର ସକାଳ ୯.୧୨ ରୁ ୯ଟା ୨୭ଶୁଭ ଲଗ୍ନରେ ମାଁ ସମଲେଶ୍ୱରୀଙ୍କଠାରେ ନବାନ୍ନ ଲାଗି ହେଲା ପରେ ସାରା ପଶ୍ଚିମ ଓଡିଶାବାସୀ ନୂଆଁଖାଇ ପାଳିବେ |
ସମ୍ବଲପୁର ୦୭।୦୯ : ରାତିପାହିଲେ ନୂଆଁଖାଇ ପାଳିବ ସାରା ପଶ୍ଚିମ ଓଡିଶା । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସମ୍ବଲପୁରରେ ପ୍ରମୁଖ ଗୋଲବଜାରରେ ଭିଡ ଦେଖିବାକୁ ମିଳିଛି ।
ତେବେ ବିଭିନ୍ନ ସ୍ଥାନରେ ନୂଆଁଖାଇ ବଜାର ବସିଥିବା ବେଳେ ଏଥର ଗୋଲବଜାରରେ ଭିଡ ଜମିଛି | ବ୍ୟବସାୟୀ ମଧ୍ୟ ଦି ପଇସା ବିକ୍ରି କଲେ ଘରେ ଖୁସି ମନରେ ନୂଆଁଖାଇବେ | ଏନେଇ ବଜାରରେ କଞ୍ଚାପତ୍ରରେ ଖଳି ଦନା, ଚୁଡା, ନୂଆଁଧାନ, ଅରୁଆ ଚାଉଳ, ନୂଆଁ ରାଖୀ, ମାଟି ପାତ୍ର ପ୍ରଭୃତି ଉପଲବ୍ଧ କରାଇଛନ୍ତି ବ୍ୟବସାୟୀ | ଏହା ସହ ଆସନ୍ତାକାଲି ନୂଆଁଖାଇ ପାଇ ବାହାରେ ଥିବା ପରିବାର ସ୍ବଜନ ଘରକୁ ଫେରୁଛନ୍ତି | ରବିବାର ସକାଳ ୯.୧୨ ରୁ ୯ଟା ୨୭ଶୁଭ ଲଗ୍ନରେ ମାଁ ସମଲେଶ୍ୱରୀଙ୍କଠାରେ ନବାନ୍ନ ଲାଗି ହେଲା ପରେ ସାରା ପଶ୍ଚିମ ଓଡିଶାବାସୀ ନୂଆଁଖାଇ ପାଳିବେ |