ରାତିରେ ଖୋଲିବ ନନ୍ଦନକାନନ, ଜାଣନ୍ତୁ ସମୟସୀମା ଏବଂ କିପରି କରିବେ ଟିକେଟ ବୁକିଂ
ଭୁବନେଶ୍ୱର,୧୦।୩: ଏଣିକି ରାତିରେ ନାନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲିପାରିବେ ଲୋକେ। ଏକ ଅଭିନବ ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ‘ନାଇଟ୍ ଆଉଟ୍ ଆଟ୍ ପ୍ରାଣୀ ଉଦ୍ୟାନ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଯାହା ମାଧ୍ୟମରେ ବର୍ତ୍ତମାନ ରାତିରେ ନନ୍ଦନକାନନ୍ ପ୍ରାଣୀ ଉଦ୍ୟାନ ପରିଦର୍ଶନ କରିପାରିବେ। ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୧୦, ୨୦୨୪ ରୁ ଆରମ୍ଭ ହେବ। ଏହା ହେଉଛି ଏକ ଉଲ୍ଲେଖନୀୟ ଶିକ୍ଷାଗତ କାର୍ଯ୍ୟକ୍ରମ ଯେଉଁଥିରେ ଜଙ୍ଗଲ ଏବଂ ସେମାନଙ୍କର ବିବିଧ ବାସିନ୍ଦା ଜୀବନ୍ତ ହେବାପରେ ଅଂଶଗ୍ରହଣକାରୀମାନେ ରାତିର ପଶୁମାନଙ୍କର […] The post ରାତିରେ ଖୋଲିବ ନନ୍ଦନକାନନ, ଜାଣନ୍ତୁ ସମୟସୀମା ଏବଂ କିପରି କରିବେ ଟିକେଟ ବୁକିଂ appeared first on Dharitri Odia News.
ଭୁବନେଶ୍ୱର,୧୦।୩: ଏଣିକି ରାତିରେ ନାନ୍ଦନକାନନ ପ୍ରାଣୀ ଉଦ୍ୟାନ ବୁଲିପାରିବେ ଲୋକେ। ଏକ ଅଭିନବ ଶିକ୍ଷା କାର୍ଯ୍ୟକ୍ରମ ମାଧ୍ୟମରେ ‘ନାଇଟ୍ ଆଉଟ୍ ଆଟ୍ ପ୍ରାଣୀ ଉଦ୍ୟାନ’ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଯାହା ମାଧ୍ୟମରେ ବର୍ତ୍ତମାନ ରାତିରେ ନନ୍ଦନକାନନ୍ ପ୍ରାଣୀ ଉଦ୍ୟାନ ପରିଦର୍ଶନ କରିପାରିବେ।
ଏହି କାର୍ଯ୍ୟକ୍ରମ ମାର୍ଚ୍ଚ ୧୦, ୨୦୨୪ ରୁ ଆରମ୍ଭ ହେବ। ଏହା ହେଉଛି ଏକ ଉଲ୍ଲେଖନୀୟ ଶିକ୍ଷାଗତ କାର୍ଯ୍ୟକ୍ରମ ଯେଉଁଥିରେ ଜଙ୍ଗଲ ଏବଂ ସେମାନଙ୍କର ବିବିଧ ବାସିନ୍ଦା ଜୀବନ୍ତ ହେବାପରେ ଅଂଶଗ୍ରହଣକାରୀମାନେ ରାତିର ପଶୁମାନଙ୍କର ଚମତ୍କାର ରାତ୍ରି ସମୟର ଆଡାପ୍ଟେସନ୍ ବିଷୟରେ ଜାଣିପାରିବେ।
ଏହି କାର୍ଯ୍ୟକ୍ରମଟି ଅଂଶଗ୍ରହଣକାରୀମାନଙ୍କୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପଶୁ ସଂଗ୍ରହରୁ ମନୋନୀତ ରାତିର ପଶୁମାନଙ୍କ ବିଷୟରେ ଶିକ୍ଷା ଦେବା ପାଇଁ ଲକ୍ଷ୍ୟ ରଖିଛି।
- ଏହି କାର୍ଯ୍ୟକ୍ରମ କେବଳ ରବିବାର କରାଯିବ।
- ଏହି ଦିନ କେବଳ ୨୦ ଜଣଙ୍କୁ ଅନୁମତି ମିଳିବ।
- ସେମାନଙ୍କୁ ବୁଲାଇବା ପାଇଁ ବ୍ୟାଟେରୀ ଚଳିତ ଗାଡି ବ୍ୟବସ୍ଥା କରାଯିବ।
- ଅନଲାଇନ୍ ମାଧ୍ୟମରେ ଲୋକମାନେ ଟିକେଟ କରିପାରିବେ
- ରାତି ସମୟରେ ବୁଲିବା ପାଇଁ ଟିକେଟ ଦ୍ୱାରା ୨୫୦ ଟଙ୍କା ରହିଛି।
- ଏଥିପାଇଁ ଯାତ୍ରୀମାନଙ୍କୁ ସନ୍ଧ୍ୟା ୬ଟା ୧୫ ସୁଧା ଆସି ବହୁତଳ କାର ପାର୍କିଂ ସେଣ୍ଟରରେ ପହଂଚିବାକୁ ପଡିବ।
- ଏହି କାର୍ଯ୍ୟକ୍ରମ ସନ୍ଧ୍ୟା ୬ଟା ୩୦ ରେ ଆରମ୍ଭ ହୋଇ ୮ଟା ସମୟରେ ଶେଷ ହେବ।
- ଭିତରକୁ ଯାତ୍ରା ସମୟରେ ଯାତ୍ରୀଙ୍କୁ କୌଣସି ବ୍ୟାଗ ନେବାକୁ ଅନୁମତି ଦିଆଯିବ ନାହିଁ।
- ସେହିପରି ଯାତ୍ରୀଙ୍କୁ କୌଣସି ଉଚ୍ଚ ଦକ୍ଷତାପୂର୍ଣ୍ଣ କ୍ୟାମେରା ମଧ୍ୟ ସାଙ୍ଗରେ ନେବାକୁ ଅନୁମତି ଦିଆଯିବ ନାହିଁ।
The post ରାତିରେ ଖୋଲିବ ନନ୍ଦନକାନନ, ଜାଣନ୍ତୁ ସମୟସୀମା ଏବଂ କିପରି କରିବେ ଟିକେଟ ବୁକିଂ appeared first on Dharitri Odia News.