ରାତିରେ ବାହାରକୁ ଆସିବା ହେଲା କାଳ, ନାତି ସାମ୍ନାରେ ବୃଦ୍ଧଙ୍କୁ ଘରୁ ଘୋଷାଡ଼ି ମାରିଲା ଦନ୍ତା
ହିନ୍ଦୋଳ ୧୮/୧୨: ଘର ବାହାରେ ଛକି ବସିଥିଲା ମୃତ୍ୟୁ । ଘର ବାହାରକୁ ପରିସ୍ରା ଉଠିବା ସମୟରେ ଘରୁ ଘୋଷାଡ଼ି ମାରିଲା ଦାନ୍ତହାତୀ । ମୃତକହେଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ବଙ୍ଗୁ ଗ୍ରାମର ଶିଖର ସାହୁ ବୟସ ୭୫ବର୍ଷ । ସୂଚନା ଥାଉକି, ମଙ୍ଗଳବାର ବିଳମ୍ବିତ ରାତିରେ ଶିଖର ନିଜ ନାତିକୁ ଧରି ଘର ବାହାରକୁ ପରିସ୍ରା କରିବାକୁ ଉଠିଥିଲେ ମାତ୍ର ବାହାରେ ଛକି ବସିଥିଲା ମୃତ୍ୟୁ । ଘର କବାଟ ଖୋଲୁ ଖୋଲୁ ଶିଖରଙ୍କୁ ଭିଡ଼ିନେଇ ଗୋଡ଼ରେ ଦଳି ଚକଟି ପକାଇଥିଲା ହାତୀ । ନାତିକୁ ଗୋଡ଼ାଇବା ସମୟରେ ନାତି ସୂର୍ଯ୍ୟକାନ୍ତ ଭୟରେ ଘର ଭିତରକୁ ପଶିଯାଇ ଗ୍ରାମବାସୀଙ୍କୁ ଡାକିଥିଲେ । ଗ୍ରାମବାସୀ ପହଂଚିବା ବେଳକୁ ଶିଖରଙ୍କ ମୃତ୍ୟୁ ହୋଇସାରିଥିଲା । ଲୋକଙ୍କୁ ସୁରକ୍ଷା ଦେବାରେ ବନ ବିଭାଗ ଫେଲ ମାରିବାକୁ ନେଇ ଘଟଣା ସ୍ଥଳରେ ଚାପା ଉତେଜନା ସୃଷ୍ଟି ହୋଇଥିଲା । ବନବିଭାଗ ଅଧିକାରୀ ପହଂଚି ଲୋକଙ୍କୁ ବୁଝାଇ ଶବକୁ ଜବତ କରି ଶବ ବ୍ୟବଛେଦ ପାଇଁ ହିନ୍ଦୋଳ ମେଡିକାଲକୁ ପଠାଇଛନ୍ତି ।
ହିନ୍ଦୋଳ ୧୮/୧୨: ଘର ବାହାରେ ଛକି ବସିଥିଲା ମୃତ୍ୟୁ । ଘର ବାହାରକୁ ପରିସ୍ରା ଉଠିବା ସମୟରେ ଘରୁ ଘୋଷାଡ଼ି ମାରିଲା ଦାନ୍ତହାତୀ । ମୃତକହେଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବନାଞ୍ଚଳ ବଙ୍ଗୁ ଗ୍ରାମର ଶିଖର ସାହୁ ବୟସ ୭୫ବର୍ଷ ।
ସୂଚନା ଥାଉକି, ମଙ୍ଗଳବାର ବିଳମ୍ବିତ ରାତିରେ ଶିଖର ନିଜ ନାତିକୁ ଧରି ଘର ବାହାରକୁ ପରିସ୍ରା କରିବାକୁ ଉଠିଥିଲେ ମାତ୍ର ବାହାରେ ଛକି ବସିଥିଲା ମୃତ୍ୟୁ । ଘର କବାଟ ଖୋଲୁ ଖୋଲୁ ଶିଖରଙ୍କୁ ଭିଡ଼ିନେଇ ଗୋଡ଼ରେ ଦଳି ଚକଟି ପକାଇଥିଲା ହାତୀ । ନାତିକୁ ଗୋଡ଼ାଇବା ସମୟରେ ନାତି ସୂର୍ଯ୍ୟକାନ୍ତ ଭୟରେ ଘର ଭିତରକୁ ପଶିଯାଇ ଗ୍ରାମବାସୀଙ୍କୁ ଡାକିଥିଲେ ।
ଗ୍ରାମବାସୀ ପହଂଚିବା ବେଳକୁ ଶିଖରଙ୍କ ମୃତ୍ୟୁ ହୋଇସାରିଥିଲା । ଲୋକଙ୍କୁ ସୁରକ୍ଷା ଦେବାରେ ବନ ବିଭାଗ ଫେଲ ମାରିବାକୁ ନେଇ ଘଟଣା ସ୍ଥଳରେ ଚାପା ଉତେଜନା ସୃଷ୍ଟି ହୋଇଥିଲା । ବନବିଭାଗ ଅଧିକାରୀ ପହଂଚି ଲୋକଙ୍କୁ ବୁଝାଇ ଶବକୁ ଜବତ କରି ଶବ ବ୍ୟବଛେଦ ପାଇଁ ହିନ୍ଦୋଳ ମେଡିକାଲକୁ ପଠାଇଛନ୍ତି ।