ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ
ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ ଦେଲେ। ହେଲେ ସେଠାରେ ଅଧଘଣ୍ଟା ପର୍ଯ୍ୟନ୍ତ ନର୍ସ କିମ୍ବା କାହାରି ଦେଖା ମିଳିଲାନି। ମା’ବାପା ଆକୁଳବିକଳ ହୋଇ ଚାହିଁ ରହିଥିବା ବେଳେ ଶେଷରେ ଚିକିତ୍ସା ନ ପାଇ ମା’ କୋଳରେ ଆଖିବୁଜିଦେଲା ଶିଶୁକନ୍ୟା। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଉଦଳା ମେଡିକାଲରେ। ମୃତଶିଶୁକୁ ଧରି ଉଭୟ […] The post ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ appeared first on Dharitri Odia News.
ଉଦଳା,୧୯ା୯(ସନ୍ତୋଷ କୁମାର ବାଛିନୀ): ରାତି ଅଧରେ ମିଳିଲାନି ଚିକିତ୍ସା ସୁବିଧା। ଗୁରୁତର ଥିବା ୫ ମାସର ଶିଶୁକୁ ମେଡିକାଲରେ ଡାକ୍ତର ଦେଖିବା ପରେ ଓ୍ବାର୍ଡକୁ ପଠାଇ ଦେଲେ। ହେଲେ ସେଠାରେ ଅଧଘଣ୍ଟା ପର୍ଯ୍ୟନ୍ତ ନର୍ସ କିମ୍ବା କାହାରି ଦେଖା ମିଳିଲାନି। ମା’ବାପା ଆକୁଳବିକଳ ହୋଇ ଚାହିଁ ରହିଥିବା ବେଳେ ଶେଷରେ ଚିକିତ୍ସା ନ ପାଇ ମା’ କୋଳରେ ଆଖିବୁଜିଦେଲା ଶିଶୁକନ୍ୟା। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ଉଦଳା ମେଡିକାଲରେ। ମୃତଶିଶୁକୁ ଧରି ଉଭୟ ମା’ବାପା ଗୁରୁବାର ଉଦଳା ମେଡିକାଲ ସମ୍ମୁଖରେ ଧାରଣାରେ ବସିଥିଲେ। ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଅଭୟ କୁମାର ଦାସ ଉଦଳା ମେଡିକାଲରେ ପହଞ୍ଚି ବୁଝାଶୁଝା କରିବା ପରେ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶ୍ରୁତି ଦେବା ପରେ ମୃତ ଶିଶୁଙ୍କ ପରିବାର ଲୋକେ ଧାରଣାରୁ ଉଠିଥିଲେ।
କପ୍ତିପଦା ଥାନା ଦେୱାନବାହାଳୀ ଗ୍ରାମର ମଧୁସୂଦନ ରାଉତଙ୍କ ୫ ମାସର ଶିଶୁ କନ୍ୟାଙ୍କୁ ଜ୍ୱର ହୋଇଥିଲା। ସେ ଉଦଳାରେ ଡାକ୍ତର ଦେଖାଇ ଚିକିତ୍ସିତ ହୋଇଥିଲେ। ବୁଧବାର ମଧୁସୂଦନଙ୍କ ଝିଅ ଘରେ ଥିବା ବେଳେ ଗ୍ରାମର ଆଶା କର୍ମୀ ଆସି ତାଙ୍କୁ ଟିକା ଦେଇଥିଲେ। ଟିକା ନେବାର ୧୨ ଘଣ୍ଟା ପରେ ହଠାତ୍ ଶିଶୁଟି ଅସୁସ୍ଥ ହୋଇପଡିଥିଲା। ଧୀରେ ଧୀରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ମଧୁସୂଦନ ଏବଂ ତାଙ୍କ ସ୍ତ୍ରୀ ବିଳମ୍ବିତ ରାତିରେ ଝିଅକୁ ଧରି ଉଦଳା ମେଡିକାଲକୁ ଚିକିତ୍ସା ନିମନ୍ତେ ଆସିଥିଲେ। ମେଡିକାଲରେ ପହଞ୍ଚି ଆଉଟଡୋରରେ ଡାକ୍ତରଙ୍କୁ ଦେଖାଇବା ପରେ ଡାକ୍ତର ତାଙ୍କୁ ଶିଶୁ ୱାର୍ଡକୁ ଯିବାକୁ କହିଥିଲେ। ମା’ବାପା ପହଞ୍ଚିଥିଲେ ଶିଶୁ ୱାର୍ଡରେ। ହେଲେ ସେଠାରେ ଅଧ ଘଣ୍ଟା ପର୍ଯ୍ୟନ୍ତ କୌଣସି ନର୍ସ କିମ୍ବା କାହାରି ଦେଖା ପାଇ ନ ଥିଲେ। ଶେଷରେ ନର୍ସ ଆସି ଦେଖିବା ବେଳକୁ ଶିଶୁ କନ୍ୟାର ମୃତ୍ୟୁ ହୋଇସାରିଥିବା ଜାଣିବାକୁ ପାଇଥିଲେ।
ଡାକ୍ତରଖାନାରେ ଠିକ ସମୟରେ ନର୍ସମାନେ ଚିକିତ୍ସା ନ କରିବାରୁ ତାଙ୍କ ଝିଅର ଜୀବନ ଯାଇଥିବା ଅଭିଯୋଗ କରି ଗୁରୁବାର ସକାଳୁ ମଧୁସୂଦନ ଏବଂ ତାଙ୍କ ସ୍ତ୍ରୀ ମୃତ ୫ ମାସର ଶିଶୁକନ୍ୟାର ମୃତଦେହକୁ ଧରି ଉଦଳା ମେଡିକାଲ ସମ୍ମୁଖରେ ଧାରଣାରେ ବସିଥିଲେ। ଖବରପାଇ ଉପଖଣ୍ଡ ଡାକ୍ତରଖାନା ଅଧୀକ୍ଷକ ଡା. ଲକ୍ଷ୍ମୀକାନ୍ତ ପତି ଘଟଣାସ୍ଥଳରେ ପହଞ୍ଚି ଧାରଣାକାରୀଙ୍କୁ ବୁଝାଶୁଝା କରିଥିଲେ। ପରେ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଏ ସମ୍ପର୍କରେ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡା. ଲକ୍ଷ୍ମୀକାନ୍ତ ପତି କହିଛନ୍ତି ଆସିଥିବା ଅଭିଯୋଗ ସାଙ୍ଘାତିକ ତେଣୁ ଏହାର ତଦନ୍ତ କରଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
The post ରାତିରେ ମିଳିଲାନି ଚିକିତ୍ସା: ମା’ କୋଳରେ ଚାଲିଗଲା ଶିଶୁର ଜୀବନ appeared first on Dharitri Odia News.