ରାମ ନବମୀରେ ଅଯୋଧ୍ୟା ଯିବ ୧ ଲକ୍ଷ କିଲୋ ଲଡୁ

ମିର୍ଜାପୁର : ଆସନ୍ତା ବୁଧବାର ଦେଶବ୍ୟାପୀ ପବିତ୍ର ରାମନବମୀ ପାଳିତ ହେବାକୁ ଯାଉଛି। ଏହି ଅବସରରେ ଦେବରାହା ହଂସ ବାବା ଟ୍ରଷ୍ଟ ପକ୍ଷରୁ ଉତ୍ତର ପ୍ରଦେଶର ଅଯୋଧ୍ୟାସ୍ଥିତ ରାମ ମନ୍ଦିରକୁ ୧,୧୧,୧୧୧ କିଲୋ ଓଜନର ଲଡୁ ପଠାଯିବ ବୋଲି ଟ୍ରଷ୍ଟ କର୍ମକର୍ତ୍ତା ଅତୁଲ କୁମାର ସାକ୍ସେନା ସୂଚନା ଦେଇଛନ୍ତି। ଉକ୍ତଦିନ ରାମ ମନ୍ଦିର ଦର୍ଶନ କରିବାକୁ ଆସୁଥିବା ଭକ୍ତଙ୍କୁ ପ୍ରସାଦ ଭାବେ ଏହି ଲଡୁ ବଣ୍ଟନ କରାଯିବ ବୋଲି ସେ କହିଛନ୍ତି। ଚଳିତବର୍ଷ ଜାନୁଆରୀ ୨୨ରେ ରାମ […]

ରାମ ନବମୀରେ ଅଯୋଧ୍ୟା ଯିବ ୧ ଲକ୍ଷ କିଲୋ ଲଡୁ

ମିର୍ଜାପୁର : ଆସନ୍ତା ବୁଧବାର ଦେଶବ୍ୟାପୀ ପବିତ୍ର ରାମନବମୀ ପାଳିତ ହେବାକୁ ଯାଉଛି। ଏହି ଅବସରରେ ଦେବରାହା ହଂସ ବାବା ଟ୍ରଷ୍ଟ ପକ୍ଷରୁ ଉତ୍ତର ପ୍ରଦେଶର ଅଯୋଧ୍ୟାସ୍ଥିତ ରାମ ମନ୍ଦିରକୁ ୧,୧୧,୧୧୧ କିଲୋ ଓଜନର ଲଡୁ ପଠାଯିବ ବୋଲି ଟ୍ରଷ୍ଟ କର୍ମକର୍ତ୍ତା ଅତୁଲ କୁମାର ସାକ୍ସେନା ସୂଚନା ଦେଇଛନ୍ତି। ଉକ୍ତଦିନ ରାମ ମନ୍ଦିର ଦର୍ଶନ କରିବାକୁ ଆସୁଥିବା ଭକ୍ତଙ୍କୁ ପ୍ରସାଦ ଭାବେ ଏହି ଲଡୁ ବଣ୍ଟନ କରାଯିବ ବୋଲି ସେ କହିଛନ୍ତି। ଚଳିତବର୍ଷ ଜାନୁଆରୀ ୨୨ରେ ରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ଟ୍ରଷ୍ଟ ପକ୍ଷରୁ ୪୦ ହଜାର କିଲୋ ଓଜନର ଲଡୁ ପଠାଯାଇଥିଲା। ପୂର୍ବରୁ ଟ୍ରଷ୍ଟ ପକ୍ଷରୁ ବାରାଣସୀସ୍ଥିତ କାଶୀ ବିଶ୍ବନାଥ ଏବଂ ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରକୁ ମଧ୍ୟ ଲଡୁ ପଠାଯାଇଥିବା ସାକ୍ସେନା କହିଛନ୍ତି।