ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ଲାଲ୍ କୃଷ୍ଣ ଆଡଭାନୀ, ଜାନୁଆରୀ ୨୨ରେ ପହଞ୍ଚିବେ ଅଯୋଧ୍ୟା
ନୂଆଦିଲ୍ଲୀ: ଶତାବ୍ଦୀର ସଂଘର୍ଷ ଏବଂ ଅନ୍ଦୋଳନ ପରେ ଏବେ ଜାନୁଆରୀ ୨୨ରେ ରାମଲାଲା ନିଜ ଗର୍ଭଗୃହରେ ବିରାଜମାନ କରିବେ । ଏଥିପାଇଁ ଆୟୋଜିତ ସମାରୋହରେ ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଆନ୍ଦୋଳନରେ ସବୁଠୁ ଆଗରେ ଥିବା ବିଜେପିର ବରିଷ୍ଠ ନେତା ଲାଲ୍ କୃଷ୍ଣ ଆଡଭାନୀ ମଧ୍ୟ ସାମିଲ ହେବେ । ବିଶ୍ୱ ହିନ୍ଦୁ ପରିଷଦର ଅନ୍ତରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଆଲୋକ କୁମାର ଏହି ସୂଚନା ଦେଇଛନ୍ତି । ଭିଏଚପିର କାର୍ଯ୍ୟକାରୀ ଅଧ୍ୟକ୍ଷ କହିଛନ୍ତି ଯେ ଲାଲ୍ କୃଷ୍ଣ ଆଡଭାନୀ ନିଶ୍ଚିତ ରୂପେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ତେବେ ସେ ପୂରା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନପାରନ୍ତି । ଅଲୋକ କୁମାର କହିଛନ୍ତି, 'ଆମେ ଯେତେବେଳେ ତାଙ୍କୁ କାର୍ଯ୍ୟକ୍ରମର ନିମନ୍ତ୍ରଣ ପତ୍ର ଦେବାକୁ ପହଞ୍ଚିଥିଲୁ, ସେତେବେଳେ ସେ ଆମକୁ ଗସ୍ତ ପାଇଁ ବ୍ୟବସ୍ଥା ପଚାରି ବୁଝିଥିଲେ । ଏବଂ ତାଙ୍କୁ ମନ୍ଦିର ଭିତରକୁ କିପରି ନିଆଯିବ ତାହା ପଚାରି ବୁଝିଥିଲେ । ଅଯୋଧ୍ୟା ନ ଆସିବା ବାବଦରେ ତାଙ୍କ ମନରେ କୌଣସି ଦ୍ୱନ୍ଦ୍ୱ ନଥିଲା'। ପଢନ୍ତୁ: ଆସ୍ଥା ଦେଖାନ୍ତୁ, ରାଗ ନୁହେଁ; ରାମ ମନ୍ଦିର ଉପରେ ନିଜ କ୍ୟାବିନେଟ୍ ସହଯୋଗୀଙ୍କୁ ପିଏମ୍ ମୋଦୀଙ୍କ ପରାମର୍ଶ ଏହା ପୂର୍ବରୁ ପୂର୍ବତନ ବିଜେପି ସାଂସଦ ତଥା ରାମ ମନ୍ଦିର ଆନ୍ଦୋଳନର ଅନ୍ୟତମ ପୁରୋଧା ରାମ ବିଲାଶ ଭେଦାନ୍ତ ଜୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି ଲାଲ୍ କ
ନୂଆଦିଲ୍ଲୀ: ଶତାବ୍ଦୀର ସଂଘର୍ଷ ଏବଂ ଅନ୍ଦୋଳନ ପରେ ଏବେ ଜାନୁଆରୀ ୨୨ରେ ରାମଲାଲା ନିଜ ଗର୍ଭଗୃହରେ ବିରାଜମାନ କରିବେ । ଏଥିପାଇଁ ଆୟୋଜିତ ସମାରୋହରେ ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଆନ୍ଦୋଳନରେ ସବୁଠୁ ଆଗରେ ଥିବା ବିଜେପିର ବରିଷ୍ଠ ନେତା ଲାଲ୍ କୃଷ୍ଣ ଆଡଭାନୀ ମଧ୍ୟ ସାମିଲ ହେବେ । ବିଶ୍ୱ ହିନ୍ଦୁ ପରିଷଦର ଅନ୍ତରାଷ୍ଟ୍ରୀୟ କାର୍ଯ୍ୟକାରୀ ଅଧ୍ୟକ୍ଷ ଆଲୋକ କୁମାର ଏହି ସୂଚନା ଦେଇଛନ୍ତି । ଭିଏଚପିର କାର୍ଯ୍ୟକାରୀ ଅଧ୍ୟକ୍ଷ କହିଛନ୍ତି ଯେ ଲାଲ୍ କୃଷ୍ଣ ଆଡଭାନୀ ନିଶ୍ଚିତ ରୂପେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ତେବେ ସେ ପୂରା କାର୍ଯ୍ୟକ୍ରମରେ ଉପସ୍ଥିତ ରହି ନପାରନ୍ତି ।
ଅଲୋକ କୁମାର କହିଛନ୍ତି, 'ଆମେ ଯେତେବେଳେ ତାଙ୍କୁ କାର୍ଯ୍ୟକ୍ରମର ନିମନ୍ତ୍ରଣ ପତ୍ର ଦେବାକୁ ପହଞ୍ଚିଥିଲୁ, ସେତେବେଳେ ସେ ଆମକୁ ଗସ୍ତ ପାଇଁ ବ୍ୟବସ୍ଥା ପଚାରି ବୁଝିଥିଲେ । ଏବଂ ତାଙ୍କୁ ମନ୍ଦିର ଭିତରକୁ କିପରି ନିଆଯିବ ତାହା ପଚାରି ବୁଝିଥିଲେ । ଅଯୋଧ୍ୟା ନ ଆସିବା ବାବଦରେ ତାଙ୍କ ମନରେ କୌଣସି ଦ୍ୱନ୍ଦ୍ୱ ନଥିଲା'।
ପଢନ୍ତୁ: ଆସ୍ଥା ଦେଖାନ୍ତୁ, ରାଗ ନୁହେଁ; ରାମ ମନ୍ଦିର ଉପରେ ନିଜ କ୍ୟାବିନେଟ୍ ସହଯୋଗୀଙ୍କୁ ପିଏମ୍ ମୋଦୀଙ୍କ ପରାମର୍ଶ
ଏହା ପୂର୍ବରୁ ପୂର୍ବତନ ବିଜେପି ସାଂସଦ ତଥା ରାମ ମନ୍ଦିର ଆନ୍ଦୋଳନର ଅନ୍ୟତମ ପୁରୋଧା ରାମ ବିଲାଶ ଭେଦାନ୍ତ ଜୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରି ଲାଲ୍ କୃଷ୍ଣ ଅଡଭାନୀଙ୍କୁ ଅଯୋଧ୍ୟା ଆଣିବା ପାଇଁ କହିଥିଲେ ।
ଉଲ୍ଲେଖଯୋଗ୍ୟ ଯେ ରାମ ମନ୍ଦିର ଆନ୍ଦୋଳର ଅଗ୍ରଣୀ ନେତା ଲାଲ୍ କୃଷ୍ଣ ଅଡଭାନୀଙ୍କୁ ସମାରୋହରେ ସାମିଲ ହେବା ପାଇଁ ପୂର୍ବରୁ ନିମନ୍ତ୍ରଣ ଦିଆଯାଇଛି । କିନ୍ତୁ ତାଙ୍କ ବୟସ ଦୃଷ୍ଟିରୁ ସେ ଅଯୋଧ୍ୟା ଆସିବେ କି ନାହିଁ ତାହା ସ୍ପଷ୍ଟ ହୋଇ ନଥିଲା ।
The post ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ଲାଲ୍ କୃଷ୍ଣ ଆଡଭାନୀ, ଜାନୁଆରୀ ୨୨ରେ ପହଞ୍ଚିବେ ଅଯୋଧ୍ୟା appeared first on Prameya News7.