ରାମ ମନ୍ଦିର ପ୍ରାଣପ୍ରତିଷ୍ଠା ଉପରେ ଭୁଲ୍ ତଥ୍ୟ ପ୍ରସାରଣରୁ ଦୂରେଇ ରହିବାକୁ ସରକାରଙ୍କ ପରାମର୍ଶ
ନୂଆଦିଲ୍ଲୀ: ରାମମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବିଭ୍ରାନ୍ତିକର ଖବର ପ୍ରସାରିତ ହେଉଛି। ସାମାଜିକ ଗଣମାଧ୍ୟମରେ ଭୁଲ୍ ତଥ୍ୟ ଦେବା ଦ୍ବାରା ରାମ ମନ୍ଦିର ସଂକ୍ରାନ୍ତରେ ଅନେକ ମିଥ୍ୟା ପ୍ରଚାର ହେଉଛି। ତେଣୁ ଏହା ଉପରେ ନିୟନ୍ତ୍ରଣ ଆଣିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଜାରି କରାଯାଇଥିବା ମାର୍ଗଦର୍ଶିକାରେ ପ୍ରମୁଖ ବ୍ୟକ୍ତିଙ୍କୁ ନିମନ୍ତ୍ରଣ, ଦାନ ଓ ପ୍ରସାଦକୁ ନେଇ ଅନେକ ଭୁଲ ତଥ୍ୟ ପ୍ରକାଶନରୁ ଦୂରେଇ ରହିବା, […]

ନୂଆଦିଲ୍ଲୀ: ରାମମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବିଭ୍ରାନ୍ତିକର ଖବର ପ୍ରସାରିତ ହେଉଛି। ସାମାଜିକ ଗଣମାଧ୍ୟମରେ ଭୁଲ୍ ତଥ୍ୟ ଦେବା ଦ୍ବାରା ରାମ ମନ୍ଦିର ସଂକ୍ରାନ୍ତରେ ଅନେକ ମିଥ୍ୟା ପ୍ରଚାର ହେଉଛି। ତେଣୁ ଏହା ଉପରେ ନିୟନ୍ତ୍ରଣ ଆଣିବାକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି। ଜାରି କରାଯାଇଥିବା ମାର୍ଗଦର୍ଶିକାରେ ପ୍ରମୁଖ ବ୍ୟକ୍ତିଙ୍କୁ ନିମନ୍ତ୍ରଣ, ଦାନ ଓ ପ୍ରସାଦକୁ ନେଇ ଅନେକ ଭୁଲ ତଥ୍ୟ ପ୍ରକାଶନରୁ ଦୂରେଇ ରହିବା, ଏହାକୁ ନେଇ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେବା ଭଳି କଥା ପୋଷ୍ଟ କରିବାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। କେବଳ ଅନ୍ଲାଇନ ସାମାଜିକ ଗଣମାଧ୍ୟମ ନୁହେଁ ଖବର କାଗଜ, ଘରୋଇ ସାଟେଲାଇଟ୍ ଟିଭି ଚାନେଲ୍, ୱେବ୍ ସାଇଟ୍ଗୁଡ଼ିକୁ ମଧ୍ୟ ଅନୁରୂପ ମାର୍ଗଦର୍ଶିକା ଜାରି କରାଯାଇଛି। ଯେଉଁମାନେ ଉଲ୍ଲଂଘନ କରିବେ ସେମାନଙ୍କ ବିରୋଧରେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।