ରାମ ମନ୍ଦିରର ମୁଖ୍ୟ ପୂଜକଙ୍କ ଦରମା ଜାଣିଲେ ଉଡିବ ହୋସ୍‌, ପୂଜାରୀ ହୋଇ ବି ପ୍ରତି ମାସରେ ମିଳେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୪: ଆଜି ସାରା ଦେଶରେ ରାମ ନବମୀ ପାଳନ କରାଯାଉଛି। ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ସୂର୍ଯ୍ୟ ତିଳକ କରାଯାଇଛି। ଅଯୋଧ୍ୟାର ଭବ୍ୟ ଶ୍ରୀରାମ ଜନ୍ମଭୂମି ମନ୍ଦିର ୨୨ ଜାନୁଆରୀ ୨୦୨୪ରେ ଉଦଘାଟନ ହୋଇଥିଲା। ଏହି ଐତିହାସିକ ମୁହୂର୍ତ୍ତ ସହିତ, ମନ୍ଦିରରେ ରାମଲାଲାଙ୍କ ଆନୁଷ୍ଠାନିକ ଅଭିଷେକ ମଧ୍ୟ ହୋଇଥିଲା। ସମ୍ପ୍ରତି, ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ଦେହାନ୍ତ ପରେ, ପଣ୍ଡିତ ମୋହିତ ପାଣ୍ଡେଙ୍କୁ ମନ୍ଦିରର ନୂତନ ମୁଖ୍ୟ ପୂଜକ ଭାବରେ ନିଯୁକ୍ତ କରାଯାଇଥିଲା। ଏବେ ସେ […] The post ରାମ ମନ୍ଦିରର ମୁଖ୍ୟ ପୂଜକଙ୍କ ଦରମା ଜାଣିଲେ ଉଡିବ ହୋସ୍‌, ପୂଜାରୀ ହୋଇ ବି ପ୍ରତି ମାସରେ ମିଳେ ଏତେ ଟଙ୍କା appeared first on Dharitri Odia News.

ରାମ ମନ୍ଦିରର ମୁଖ୍ୟ ପୂଜକଙ୍କ ଦରମା ଜାଣିଲେ ଉଡିବ ହୋସ୍‌, ପୂଜାରୀ ହୋଇ ବି ପ୍ରତି ମାସରେ ମିଳେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୪: ଆଜି ସାରା ଦେଶରେ ରାମ ନବମୀ ପାଳନ କରାଯାଉଛି। ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ସୂର୍ଯ୍ୟ ତିଳକ କରାଯାଇଛି। ଅଯୋଧ୍ୟାର ଭବ୍ୟ ଶ୍ରୀରାମ ଜନ୍ମଭୂମି ମନ୍ଦିର ୨୨ ଜାନୁଆରୀ ୨୦୨୪ରେ ଉଦଘାଟନ ହୋଇଥିଲା। ଏହି ଐତିହାସିକ ମୁହୂର୍ତ୍ତ ସହିତ, ମନ୍ଦିରରେ ରାମଲାଲାଙ୍କ ଆନୁଷ୍ଠାନିକ ଅଭିଷେକ ମଧ୍ୟ ହୋଇଥିଲା। ସମ୍ପ୍ରତି, ମନ୍ଦିରର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ଦେହାନ୍ତ ପରେ, ପଣ୍ଡିତ ମୋହିତ ପାଣ୍ଡେଙ୍କୁ ମନ୍ଦିରର ନୂତନ ମୁଖ୍ୟ ପୂଜକ ଭାବରେ ନିଯୁକ୍ତ କରାଯାଇଥିଲା। ଏବେ ସେ ରାମଲାଲାଙ୍କ ଦୈନନ୍ଦିନ ପୂଜା ଏବଂ ଧାର୍ମିକ ରୀତିନୀତିର ଯତ୍ନ ନେଉଛନ୍ତି। ଏସବୁ ଭିତରେ ତାଙ୍କର ଦରମା କେତେ ଜାଣନ୍ତି କି?

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ରାମ ମନ୍ଦିରର ମୁଖ୍ୟ ପୂଜକ ପଣ୍ଡିତ ମୋହିତ ପାଣ୍ଡେଙ୍କ ଦରମା 32,900 ଟଙ୍କା। ଯେତେବେଳେ କି ସହାୟକ ପୁରୋହିତମାନେ 31 ହଜାର ଟଙ୍କା ଦରମା ପାଆନ୍ତି। ପୂର୍ବରୁ ଏହି ଦରମା ୨୫ ହଜାର ଟଙ୍କା ଥିଲା। ଦରମା ବ୍ୟତୀତ, ପଣ୍ଡିତ ମୋହିତ ପାଣ୍ଡେଙ୍କୁ ଟ୍ରଷ୍ଟ ଦ୍ୱାରା ଅନ୍ୟାନ୍ୟ ଧାର୍ମିକ କାର୍ଯ୍ୟକଳାପ, ରହିବା, ଯାତ୍ରା ସୁବିଧା ଏବଂ ବିଶେଷ ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ବ୍ୟବସ୍ଥା ସହିତ ଜଡିତ ଆବଶ୍ୟକୀୟ ସୁବିଧା ମଧ୍ୟ ଯୋଗାଇ ଦିଆଯାଏ।

 

The post ରାମ ମନ୍ଦିରର ମୁଖ୍ୟ ପୂଜକଙ୍କ ଦରମା ଜାଣିଲେ ଉଡିବ ହୋସ୍‌, ପୂଜାରୀ ହୋଇ ବି ପ୍ରତି ମାସରେ ମିଳେ ଏତେ ଟଙ୍କା appeared first on Dharitri Odia News.