ରାମଭକ୍ତ ହେଲେ ବିଦେଶୀ ରାଜନେତା, ଅଯୋଧ୍ୟାରେ ପହଞ୍ଚି ରାମଲାଲାଙ୍କୁ କଲେ ଦର୍ଶନ

ଲକ୍ଷ୍ନୌ,୧୦।୨: ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପରେ ଭାରତୀୟଙ୍କ ବ୍ୟତୀତ ବହୁ ସଂଖ୍ୟକ ବିଦେଶୀ ପ୍ରଭୁ ରାମଙ୍କ ଦର୍ଶନ ପାଇଁ ଆସୁଛନ୍ତି। ପ୍ରାଣପ୍ରତିଷ୍ଠା ପରେ ସୁରିନାମ ଏବଂ ନେପାଳର ପ୍ରତିନିଧୀମାନେ ପ୍ରଥମେ ରାମଲାଲାଙ୍କ ଦର୍ଶନ ପାଇଥିଲେ। ଏହା ପରେ ଗୁରୁବାର ଫିଜିର ଉପମୁଖ୍ୟମନ୍ତ୍ରୀ ବିମନ ପ୍ରସାଦ ଦେଶର ପ୍ରତିନିଧୀମଣ୍ଡଳଙ୍କ ସହ ରାମଲାଲାଙ୍କ ଦର୍ଶନ କରିଥିଲେ। ବର୍ତ୍ତମାନ ଶୁକ୍ରବାର (ଫେବୃଆରୀ ୯) ଶ୍ରୀଲଙ୍କାର ସାଂସଦ ନମଲ ରାଜପକ୍ସା ମଧ୍ୟ ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କୁ ଦର୍ଶନ କରିଛନ୍ତି। […] The post ରାମଭକ୍ତ ହେଲେ ବିଦେଶୀ ରାଜନେତା, ଅଯୋଧ୍ୟାରେ ପହଞ୍ଚି ରାମଲାଲାଙ୍କୁ କଲେ ଦର୍ଶନ appeared first on Dharitri Odia News.

ରାମଭକ୍ତ ହେଲେ ବିଦେଶୀ ରାଜନେତା, ଅଯୋଧ୍ୟାରେ ପହଞ୍ଚି ରାମଲାଲାଙ୍କୁ କଲେ ଦର୍ଶନ

ଲକ୍ଷ୍ନୌ,୧୦।୨: ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ପରେ ଭାରତୀୟଙ୍କ ବ୍ୟତୀତ ବହୁ ସଂଖ୍ୟକ ବିଦେଶୀ ପ୍ରଭୁ ରାମଙ୍କ ଦର୍ଶନ ପାଇଁ ଆସୁଛନ୍ତି। ପ୍ରାଣପ୍ରତିଷ୍ଠା ପରେ ସୁରିନାମ ଏବଂ ନେପାଳର ପ୍ରତିନିଧୀମାନେ ପ୍ରଥମେ ରାମଲାଲାଙ୍କ ଦର୍ଶନ ପାଇଥିଲେ। ଏହା ପରେ ଗୁରୁବାର ଫିଜିର ଉପମୁଖ୍ୟମନ୍ତ୍ରୀ ବିମନ ପ୍ରସାଦ ଦେଶର ପ୍ରତିନିଧୀମଣ୍ଡଳଙ୍କ ସହ ରାମଲାଲାଙ୍କ ଦର୍ଶନ କରିଥିଲେ।

ବର୍ତ୍ତମାନ ଶୁକ୍ରବାର (ଫେବୃଆରୀ ୯) ଶ୍ରୀଲଙ୍କାର ସାଂସଦ ନମଲ ରାଜପକ୍ସା ମଧ୍ୟ ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କୁ ଦର୍ଶନ କରିଛନ୍ତି। ସେ ଏହା ଉପରେ ଖୁସି ବ୍ୟକ୍ତ କରିଛନ୍ତି ଏବଂ ଭାରତ ସହିତ ଶ୍ରୀଲଙ୍କାର ଗଭୀର ସମ୍ପର୍କ ବିଷୟରେ ମଧ୍ୟ କହିଛନ୍ତି।

The post ରାମଭକ୍ତ ହେଲେ ବିଦେଶୀ ରାଜନେତା, ଅଯୋଧ୍ୟାରେ ପହଞ୍ଚି ରାମଲାଲାଙ୍କୁ କଲେ ଦର୍ଶନ appeared first on Dharitri Odia News.