ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ଦେଖିବାକୁ ମିଳିଛି ଏହାର ଝଲକ
ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ଦେଖିବାକୁ ମିଳିଥିଲା ରାମ ଭକ୍ତଙ୍କ ଉତ୍କଣ୍ଠା। ବିଶ୍ୱର ବିଭିନ୍ନ ଦେଶରେ ବସବାସ କରୁଥିବା ପ୍ରବାସୀ ଭାରତୀୟ ଓ ହିନ୍ଦୁ ଧର୍ମାବଲମ୍ବୀମାନେ ବେଶ ଉତ୍ସାହରେ ପାଳିଥିଲେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ। ଜାନୁଆରୀ ୨୨। ଏହି ଦିନ ୫ ଶହ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଥିଲା। ଜନ୍ମଭୂମି ଅଯୋଧ୍ୟାରେ ହୋଇଥିଲା କୋଟି କୋଟି ଭାରତୀୟଙ୍କ ଆରାଧ୍ୟ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା। ଗତ କିଛି […] The post ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ଦେଖିବାକୁ ମିଳିଛି ଏହାର ଝଲକ appeared first on KNews Odisha.

ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ଦେଖିବାକୁ ମିଳିଥିଲା ରାମ ଭକ୍ତଙ୍କ ଉତ୍କଣ୍ଠା। ବିଶ୍ୱର ବିଭିନ୍ନ ଦେଶରେ ବସବାସ କରୁଥିବା ପ୍ରବାସୀ ଭାରତୀୟ ଓ ହିନ୍ଦୁ ଧର୍ମାବଲମ୍ବୀମାନେ ବେଶ ଉତ୍ସାହରେ ପାଳିଥିଲେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ।
ଜାନୁଆରୀ ୨୨। ଏହି ଦିନ ୫ ଶହ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଥିଲା। ଜନ୍ମଭୂମି ଅଯୋଧ୍ୟାରେ ହୋଇଥିଲା କୋଟି କୋଟି ଭାରତୀୟଙ୍କ ଆରାଧ୍ୟ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା। ଗତ କିଛି ବର୍ଷ ହେବ ରାମ ମନ୍ଦିର ପ୍ରତିଷ୍ଠା ନେଇ ସଂଘର୍ଷ ଜାରି ରହିଥିଲେ ବି ଶେଷରେ ତାହା ବାସ୍ତବ ରୂପ ନେଇଛି। ଆଉ ଏହି ଅବସରରେ କେବଳ ଅଯୋଧ୍ୟା କିମ୍ବା ଭାରତ ନୁହେଁ, ବିଦେଶରେ ବି ଦେଖିବାକୁ ମିଳିଥିଲା ପ୍ରଭୁ ଶ୍ରୀରାମଙ୍କ ପ୍ରତି ଶ୍ରଦ୍ଧାଳୁଙ୍କ ଭକ୍ତି ଓ ନିଷ୍ଠା। ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବର ଝଲକ ଦେଖିବାକୁ ମିଳିଛି ଅଷ୍ଟ୍ରେଲିଆରେ। ସିଡନୀରେ ପ୍ରାୟ ୫ ହଜାର ହିନ୍ଦୁ ଧର୍ମାବଲମ୍ବୀ ବିଶାଳ କାର ରାଲିରେ ବାହାରି ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।
ପ୍ୟାରିସ ସହରରେ ମଧ୍ୟ ଶ୍ରୀରାମ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ବାହାରିଥିଲା କାର୍ ରାଲି। ସେହିପରି ଡେନମାର୍କର ହିନ୍ଦୁ ଧର୍ମାବଲମ୍ବୀ ଓ ସମର୍ଥକମାନଙ୍କ ମଧ୍ୟରେ ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ଉତ୍ସାହ କିଛି କମ ନଥିଲା। ମନ୍ଦିରରେ ରାମଙ୍କୁ ପୂଜାର୍ଚ୍ଚନା କରିବା ସହ ଭଜନ, କୀର୍ତ୍ତନରେ ପ୍ରକମ୍ପିତ ହୋଇଥିଲା ଡେନମାର୍କ। ଆମେରିକାର ଇଲିନୋଇସରେ ମଧ୍ୟ ଦେଖିବାକୁ ମିଳିଥିଲା ରାମ ଭକ୍ତିର ନମୂନା। ପ୍ରବାସୀ ଭାରତୀୟ ଓ ରାମ ଭକ୍ତମାନେ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ।
ସେହିପରି ଆମେରିକାର ଟାଇମ୍ସ ସ୍କୋୟାରରେ ମଧ୍ୟ ହିନ୍ଦୁ ଧର୍ମାବଲମ୍ବୀମାନେ ଏକାଠି ହୋଇ ଜୟ ଶ୍ରୀରାମ ନାରା ଦେବା ସହ ଭଜନ କୀର୍ତ୍ତନ କରିଥିଲେ। ନ୍ୟୁଜିଲାଣ୍ଡରେ ଥିବା ଭାରତୀୟ ସମୁଦାୟ ଓ ହିନ୍ଦୁ ଧର୍ମାବଲମ୍ବୀ ମଧ୍ୟ ରାମ ମନ୍ଦିର ପ୍ରତିଷ୍ଠା ସମାରୋହକୁ ହାତଛଡା କରିବାକୁ ଚାହିଁନଥିଲେ। ସେଠାରେ ଥିବା ହିନ୍ଦୁ ମନ୍ଦିରରେ ସାରା ଦିନ ଲାଗି ରହିଥିଲା ପୂଜାର୍ଚ୍ଚନା।
ଜାପାନର ହିନ୍ଦୁ ଧର୍ମାବଲମ୍ବୀମାନେ ମଧ୍ୟ ମନ୍ଦିରରେ ପୂଜାର୍ଚ୍ଚନା କରି ଆରାଧ୍ୟ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହୋଇଥିଲେ। ମେକ୍ସିକୋର ହିନ୍ଦୁ ଧର୍ମାବଲମ୍ବୀମାନେ ରାମ, ଲକ୍ଷ୍ମଣ, ସୀତାଙ୍କ ମୂର୍ତ୍ତି ପ୍ରତିଷ୍ଠା କରି ପୂଜାର୍ଚ୍ଚନା କରିଥିଲେ। ସେହିପରି ସେସେଲ୍ସର ଭାରତୀୟ ସମୁଦାୟ ମଧ୍ୟ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ପାଇଁ ଶୋଭାଯାତ୍ରାରେ ବାହାରି ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ।
The post ରାମମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ଦେଖିବାକୁ ମିଳିଛି ଏହାର ଝଲକ appeared first on KNews Odisha.