ରାମମନ୍ଦିର ଶିଖର ନିର୍ମାଣ କାର୍ଯ୍ୟ ଆରମ୍ଭ

ଅଯୋଧ୍ୟା,୩ା୧୦: ଅଯୋଧ୍ୟାର ୧୬୧ ଫୁଟ୍‌ ଉଚ୍ଚତା ବିଶିଷ୍ଟ ରାମମନ୍ଦିରର ମୁଖ୍ୟ ଶିଖର ନିର୍ମାଣ କାର୍ଯ୍ୟ ଗୁରୁବାର ଆରମ୍ଭ ହୋଇଛି। ୪ ମାସ ମଧ୍ୟରେ ଏହି ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ମନ୍ଦିର ନର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା କହିଛନ୍ତି। ଶିଖର ନିର୍ମାଣ ଆରମ୍ଭ ହେବା ସହ ମନ୍ଦିର ପରିସରରେ ୭ ସନ୍ଥଙ୍କ ନିମନ୍ତେ ୭ଟି ମନ୍ଦିର ନିର୍ମାଣ କାର୍ଯ୍ୟ ମଧ୍ୟ ତ୍ୱରାନ୍ବିତ ହୋଇଛି। ସେଗୁଡ଼ିକର ନିର୍ମାଣ କାର୍ଯ୍ୟ ୧୨୦ ଦିନ ମଧ୍ୟରେ ଶେଷ କରିବାକୁ […] The post ରାମମନ୍ଦିର ଶିଖର ନିର୍ମାଣ କାର୍ଯ୍ୟ ଆରମ୍ଭ appeared first on Dharitri Odia News.

ରାମମନ୍ଦିର ଶିଖର ନିର୍ମାଣ କାର୍ଯ୍ୟ ଆରମ୍ଭ

ଅଯୋଧ୍ୟା,୩ା୧୦: ଅଯୋଧ୍ୟାର ୧୬୧ ଫୁଟ୍‌ ଉଚ୍ଚତା ବିଶିଷ୍ଟ ରାମମନ୍ଦିରର ମୁଖ୍ୟ ଶିଖର ନିର୍ମାଣ କାର୍ଯ୍ୟ ଗୁରୁବାର ଆରମ୍ଭ ହୋଇଛି। ୪ ମାସ ମଧ୍ୟରେ ଏହି ନିର୍ମାଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ମନ୍ଦିର ନର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ରା କହିଛନ୍ତି। ଶିଖର ନିର୍ମାଣ ଆରମ୍ଭ ହେବା ସହ ମନ୍ଦିର ପରିସରରେ ୭ ସନ୍ଥଙ୍କ ନିମନ୍ତେ ୭ଟି ମନ୍ଦିର ନିର୍ମାଣ କାର୍ଯ୍ୟ ମଧ୍ୟ ତ୍ୱରାନ୍ବିତ ହୋଇଛି।

ସେଗୁଡ଼ିକର ନିର୍ମାଣ କାର୍ଯ୍ୟ ୧୨୦ ଦିନ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ଗୁରୁବାରଠାରୁ ଏକ ୩ ଦିନିଆ ସମୀକ୍ଷା ବୈଠକ ଆରମ୍ଭ ହୋଇଛି। ମନ୍ଦିର ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ଶ୍ରମଶକ୍ତି ବଢ଼ାଇବା ଉପରେ ଆଲୋଚନା ହୋଇଛି। ଆବଶ୍ୟକ ପଡ଼ିଲେ ବୈଷୟିକ ଟିମ୍‌କୁ ମଧ୍ୟ ବଢ଼ାଯିବ ବୋଲି ମିଶ୍ରା କହିଛନ୍ତି। ସୂଚନାଯୋଗ୍ୟ, ଗତ ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅସମ୍ପୂର୍ଣ୍ଣ ରାମମନ୍ଦିରର ପ୍ରାଣପ୍ରତିଷ୍ଠା କରିଥିଲେ।

The post ରାମମନ୍ଦିର ଶିଖର ନିର୍ମାଣ କାର୍ଯ୍ୟ ଆରମ୍ଭ appeared first on Dharitri Odia News.