ରାମଲଲାଙ୍କ ଶଶୁରଙ୍କ ଘରୁ ଆସିଲା ୨୫୧ ପ୍ରକାର ଭାର, ସୁନା-ରୂପାର ବାସନ ସମେତ ୧୨୫ପ୍ରକାର ଉପହାର
ଅଯୋଧ୍ୟା,୨୧।୧: ରାମଙ୍କ ଶଶୁରଘରୁ ଆସିଲା ୨୫୧ ପ୍ରକାର ଭାର। ଅଯୋଧ୍ୟାରେ ଜାନୁଆରୀ ୨୨କୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଯାହାକୁ ନେଇ ବୈଶାଳୀ ଜିଲାର ପାତେପୁରସ୍ଥିତ ଶ୍ରୀରାମ-ଜାନକୀ ମଠରୁ ୨୫୧ ପ୍ରକାର ଭାର ପଠାଯାଇଛି। ମାତା ସୀତାଙ୍କ ସନ୍ମସ୍ଥଳୀ ସୀମାମଢିରୁ ଏହି ଭାର ପହଞ୍ଚିଛି। ଜ୍ୱାଇଁଙ୍କ ନୂଆ ଗୃହ ପ୍ରବେଶ ହେଲେ ଶଶୁର ଘରୁ ଭାର ଆସିଥାଏ ବୋଲି ଏଠି ପରମ୍ପରା ରହିଛି। ସେଥିପାଇଁ ସୀତାଙ୍କ ବାପଘର ମିଥିଳାରୁ ଜ୍ୱାଇଁଙ୍କ ପାଇଁ ଭାର ପଠାଯାଇଛି। ପରମ୍ପରା […] The post ରାମଲଲାଙ୍କ ଶଶୁରଙ୍କ ଘରୁ ଆସିଲା ୨୫୧ ପ୍ରକାର ଭାର, ସୁନା-ରୂପାର ବାସନ ସମେତ ୧୨୫ପ୍ରକାର ଉପହାର appeared first on Dharitri Odia News.
ଅଯୋଧ୍ୟା,୨୧।୧: ରାମଙ୍କ ଶଶୁରଘରୁ ଆସିଲା ୨୫୧ ପ୍ରକାର ଭାର। ଅଯୋଧ୍ୟାରେ ଜାନୁଆରୀ ୨୨କୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଯାଉଛି। ଯାହାକୁ ନେଇ ବୈଶାଳୀ ଜିଲାର ପାତେପୁରସ୍ଥିତ ଶ୍ରୀରାମ-ଜାନକୀ ମଠରୁ ୨୫୧ ପ୍ରକାର ଭାର ପଠାଯାଇଛି। ମାତା ସୀତାଙ୍କ ସନ୍ମସ୍ଥଳୀ ସୀମାମଢିରୁ ଏହି ଭାର ପହଞ୍ଚିଛି। ଜ୍ୱାଇଁଙ୍କ ନୂଆ ଗୃହ ପ୍ରବେଶ ହେଲେ ଶଶୁର ଘରୁ ଭାର ଆସିଥାଏ ବୋଲି ଏଠି ପରମ୍ପରା ରହିଛି। ସେଥିପାଇଁ ସୀତାଙ୍କ ବାପଘର ମିଥିଳାରୁ ଜ୍ୱାଇଁଙ୍କ ପାଇଁ ଭାର ପଠାଯାଇଛି। ପରମ୍ପରା ଅନୁସାରେ ରାମଙ୍କ ଶଶୁରଙ୍କ ଘରୁ ବସ୍ତ୍ର, ଆଭୂଷଣ, ମିଠା, ଚାଉଳ, ଫଳ . ସୁନା-ରୂପାର ବାସନ ସମେତ ୧୨୫ପ୍ରକାର ବସ୍ତୁ ସହ ୨୫୧ଟି ଭାର ଆସିଛି।
ଅଯୋଧ୍ୟାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ନେଇ ନେପାଳର ମିଥିଳାରେ ଉତ୍ସବ ଲାଗି ରହିଛି। ମିଥିଳାର ନାରୀମାନେ ହାତରେ ରାମସୀତାଙ୍କର ମେହେନ୍ଦି କରି ନାଚଗୀତରେ ମସଗୁଲ ଅଛନ୍ତି। ପାରମ୍ପରିକ ଗୀତରେ ମହିଳାମାନେ ନୃତ୍ୟ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
#Watch : 22 जनवरी को अयोध्या में रामलला की प्राण प्रतिष्ठा को लेकर नेपाल के वीरगंज में जबरदस्त उत्साह है। वहां हर घर में उत्सवका माहौल है।महिलाएं विवाहगीत गाकर मंगल कामना कर रही हैं। इस अवसर पर सांकृतिक कार्यक्रमों का आयोजन भी किए जा रहे हैं।#RamMandir pic.twitter.com/OLyHiCyHGk
— Hindustan (@Live_Hindustan) January 20, 2024
The post ରାମଲଲାଙ୍କ ଶଶୁରଙ୍କ ଘରୁ ଆସିଲା ୨୫୧ ପ୍ରକାର ଭାର, ସୁନା-ରୂପାର ବାସନ ସମେତ ୧୨୫ପ୍ରକାର ଉପହାର appeared first on Dharitri Odia News.