ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉପରେ ଲାଗିବ ରୋକ! ଆସିଲା ବଡ଼ ଅଭିଯୋଗ, ହାଇକୋର୍ଟରେ ପିଟିଶନ ଦାଖଲ

ଲକ୍ଷ୍ନୌ,୧୭।୧: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ ବଡ ଖବର ସାମ୍ନାକୁ ଆସିଛି। ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରି ହାଇକୋର୍ଟରେ ଏକ ଜନହିତ ପିଟିଶନ ଦାଖଲ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ପ୍ରାଣ ପ୍ରତିଷ୍ଠା କରାଯିବା ଉପରେ ରୋକ ଲଗାଇବାକୁ ଆହ୍ଲାବାଦ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ଏହି ଆବେଦନରେ ଶଙ୍କରାଚାର୍ଯ୍ୟଙ୍କ ଆପତ୍ତି ଦର୍ଶାଇ ଏହାକୁ ସନାତନ ପରମ୍ପରା ବିରୋଧ ବୋଲି ବର୍ଣ୍ଣନା କରାଯାଇଛି। ଅଭିଯୋଗ […] The post ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉପରେ ଲାଗିବ ରୋକ! ଆସିଲା ବଡ଼ ଅଭିଯୋଗ, ହାଇକୋର୍ଟରେ ପିଟିଶନ ଦାଖଲ appeared first on Dharitri Odia News.

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉପରେ ଲାଗିବ ରୋକ! ଆସିଲା ବଡ଼ ଅଭିଯୋଗ, ହାଇକୋର୍ଟରେ ପିଟିଶନ ଦାଖଲ

ଲକ୍ଷ୍ନୌ,୧୭।୧: ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ସମାରୋହକୁ ନେଇ ବଡ ଖବର ସାମ୍ନାକୁ ଆସିଛି। ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରି ହାଇକୋର୍ଟରେ ଏକ ଜନହିତ ପିଟିଶନ ଦାଖଲ କରାଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତରେ ପ୍ରାଣ ପ୍ରତିଷ୍ଠା କରାଯିବା ଉପରେ ରୋକ ଲଗାଇବାକୁ ଆହ୍ଲାବାଦ ହାଇକୋର୍ଟରେ ଏକ ପିଟିଶନ ଦାଖଲ କରାଯାଇଛି। ଏହି ଆବେଦନରେ ଶଙ୍କରାଚାର୍ଯ୍ୟଙ୍କ ଆପତ୍ତି ଦର୍ଶାଇ ଏହାକୁ ସନାତନ ପରମ୍ପରା ବିରୋଧ ବୋଲି ବର୍ଣ୍ଣନା କରାଯାଇଛି। ଅଭିଯୋଗ ହୋଇଛି ଯେ ୨୦୨୪ ଲୋକ ସଭା ନିର୍ବାଚନର ଫାଇଦା ଉଠାଇବା ପାଇଁ ଭାଜପା ଏହି କାର୍ଯ୍ୟକ୍ରମ ଆୟୋଜନ କରୁଛି।

ଗାଜିଆବାଦର ଭୋଳା ଦାସଙ୍କ ପକ୍ଷରୁ ଏହି ପିଟିଶନ ଦାଖଲ କରାଯାଇଛି। ଜନହିତ ପିଟିଶନରେ କୁହାଯାଇଛି ଯେ, ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଉପରେ ଶଙ୍କରାଚାର୍ଯ୍ୟଙ୍କ ଆପତ୍ତି ରହିଛି।

ପୌଷ ମାସରେ କୌଣସି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ କରାଯାଏ ନାହିଁ। ଏହା ବ୍ୟତୀତ ମନ୍ଦିର ଏ ପର୍ଯ୍ୟନ୍ତ ଅସମ୍ପୂର୍ଣ୍ଣ ଅଟେ। କୌଣସି ଅସମ୍ପୂର୍ଣ୍ଣ ମନ୍ଦିରରେ ଦେବାଦେବୀଙ୍କ ପ୍ରାଣ ପ୍ରତିଷ୍ଠା କରିବା ଅନୁଚିତ୍‌।

ଏହା ବ୍ୟତୀତ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଏହି ପ୍ରାଣ ପ୍ରତିଷ୍ଠାରେ ଯୋଗ ଦେବା ସମ୍ବିଧାନ ବିରୁଦ୍ଧ ଅଟେ। ଏହି ଆବେଦନରେ ଏହି କାର୍ଯ୍ୟକ୍ରମକୁ କେବଳ ନିର୍ବାଚନ ଷ୍ଟଣ୍ଟ କୁହାଯାଇଛି। ଏହି ଆବେଦନ ଉପରେ ଶୁକ୍ରବାର ହାଇକୋର୍ଟରେ ଶୁଣାଣି ହୋଇପାରେ।

The post ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉପରେ ଲାଗିବ ରୋକ! ଆସିଲା ବଡ଼ ଅଭିଯୋଗ, ହାଇକୋର୍ଟରେ ପିଟିଶନ ଦାଖଲ appeared first on Dharitri Odia News.