‘ରାମାୟଣ’ରେ ସୂର୍ପଣଖା ହେବେ କି ପ୍ରିୟଙ୍କା ଚୋପ୍ରା?

ହାଇଦ୍ରାବାଦ: ରଣବୀର କପୁର ଏବଂ ସାଇ ପଲ୍ଲବୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ’କୁ ଚର୍ଚ୍ଚା ଜାରୀ ରହିଛି। ଏହି ଫିଲ୍ମ ରେ ରଣବୀର ପ୍ରଭୁ ରାମଙ୍କ ଚରିତ୍ରରେ ଅଭିନୟ କରୁଥିବା ବେଳେ ସାଇ ପଲ୍ଲବୀ ମାତା ସୀତାଙ୍କ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି। ତେବେ ୟଶ ଫିଲ୍ମରେ ରାବଣ ହେବେ। ଏକ ରିପୋର୍ଟ ଅନୁଯାୟୀ ଏହି ଫିଲ୍ମରେ ‘ସୂର୍ପଣଖା’ ଚରିତ୍ରରେ   ପ୍ରିୟଙ୍କା ଚୋପ୍ରା ଅଭିନୟ କରିବେ। କିନ୍ତୁ ପ୍ରିୟଙ୍କାଙ୍କ ର ଆନ୍ତର୍ଜାତୀୟ କାର୍ଯ୍ୟ ପ୍ରତିବଦ୍ଧତା ଯୋଗୁଁ […] The post ‘ରାମାୟଣ’ରେ ସୂର୍ପଣଖା ହେବେ କି ପ୍ରିୟଙ୍କା ଚୋପ୍ରା? appeared first on Odisha.News.

‘ରାମାୟଣ’ରେ ସୂର୍ପଣଖା ହେବେ କି ପ୍ରିୟଙ୍କା ଚୋପ୍ରା?

ହାଇଦ୍ରାବାଦ: ରଣବୀର କପୁର ଏବଂ ସାଇ ପଲ୍ଲବୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାମାୟଣ’କୁ ଚର୍ଚ୍ଚା ଜାରୀ ରହିଛି। ଏହି ଫିଲ୍ମ ରେ ରଣବୀର ପ୍ରଭୁ ରାମଙ୍କ ଚରିତ୍ରରେ ଅଭିନୟ କରୁଥିବା ବେଳେ ସାଇ ପଲ୍ଲବୀ ମାତା ସୀତାଙ୍କ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି। ତେବେ ୟଶ ଫିଲ୍ମରେ ରାବଣ ହେବେ।

ଏକ ରିପୋର୍ଟ ଅନୁଯାୟୀ ଏହି ଫିଲ୍ମରେ ‘ସୂର୍ପଣଖା’ ଚରିତ୍ରରେ   ପ୍ରିୟଙ୍କା ଚୋପ୍ରା ଅଭିନୟ କରିବେ। କିନ୍ତୁ ପ୍ରିୟଙ୍କାଙ୍କ ର ଆନ୍ତର୍ଜାତୀୟ କାର୍ଯ୍ୟ ପ୍ରତିବଦ୍ଧତା ଯୋଗୁଁ ସେ ଏହି ଫିଲ୍ମ ରେ ଅଭିନୟ କରିପାରିବେ କି ନାହିଁ ଦ୍ୱନ୍ଦ ଚାଲିଛି।

ନୀତେଶ ତିୱାରୀଙ୍କ ‘ରାମାୟଣ’ ଚଳଚ୍ଚିତ୍ର ରେ ସନି ଦେଓଲ ହନୁମାନ, ରବି ଦୁବେ ଲକ୍ଷ୍ମଣ, କାଜଲ ଅଗ୍ରୱାଲ ମନ୍ଦୋଦ୍ରୀ ଏବଂ ଲାରା ଦତ୍ତ କୈକେଇ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ତେବେ ପ୍ରିୟଙ୍କା ଏସଏସ ରାଜମୌଲିଙ୍କ ଆଗାମୀ ଚଳଚ୍ଚିତ୍ରରେ  ମହେଶ ବାବୁ ଙ୍କ ବିପକ୍ଷ ରେ ନଜର ଆସିବେ। ଏହି  ଫିଲ୍ମଟି ଦୁଇଟି ଭାଗରେ ମୁକ୍ତିଲାଭ କରିବ। ରାମାୟଣ ପ୍ରଥମ  ଭାଗ ୨୦୨୬ ଦୀପାବଳି ମୁକ୍ତିଲାଭ କରିବାକୁ ଯାଉଥିବା ବେଳେ  ଏହାର ଦ୍ଵିତୀୟ ଭାଗ ରାମାୟଣ  ୨୦୨୭ ଦୀପାବଳିରେ ମୁକ୍ତିଲାଭ କରିବ।

The post ‘ରାମାୟଣ’ରେ ସୂର୍ପଣଖା ହେବେ କି ପ୍ରିୟଙ୍କା ଚୋପ୍ରା? appeared first on Odisha.News.