ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାର ମାଷ୍ଟର ମାଇଣ୍ଡ ଗିରଫ: ଓଡ଼ିଶା ଦେଇ କୋଲକାତା ଯାଇଥିଲା
ନୂଆଦିଲ୍ଲୀ: କର୍ଣ୍ଣାଟକ ବେଙ୍ଗାଲୁରୁ ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାର ଦୁଇ ମାଷ୍ଟର ମାଇଣ୍ଡ ଗିରଫ ହୋଇଛନ୍ତି। ତାଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିଛି ଏନ୍ଆଇଏ। ବିସ୍ଫୋରଣ ଘଟାଇବା ପରେ ସେମାନେ ଫେରାର୍ ହୋଇଯାଇ କୋଲକାତାରେ ଲୁଚିଥିଲା। ବିଶେଷ ସୂତ୍ରରୁ ଖବର ପାଇ ଏନ୍ଆଇଏ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଏନେଇ ଏନ୍ଆଇଏ କହିଛି ମୁସାଭିର ହୁସେନ ଶାଜିବ କାଫେରେ ଆଇଡି ଲଗାଇଥିବା ବେଳେ ଏହି ବିସ୍ପୋରଣ କେମିତି କରାଯିବ ସମସ୍ତ ଆଇଡିଆ ଅବଦୁଲ ମାଥୀନ କରିଥିଲା। କେବଳ ଏହି କାଫେ ବିସ୍ଫୋରଣ ମାମଲା ନୁହେଁ ୨୦୨୦ ମସିହାରେ ଏକ ଆତଙ୍କବାଦୀ ମାମଲାରେ ମଧ୍ୟ ପୁଲିସ ଏହି ଦୁଇ ଜଣଙ୍କୁ ଖୋଜୁଥିଲା। ଅବଦୁଲ ମାଥୀନ ବେଙ୍ଗାଲୁରୁ ଆଇଏସ୍ଆଇଏସ୍ ଏଆଇ ହିନ୍ଦ ସଂଗଠନ ତିଆରି ମାମଲାରେ ସାମିଲ୍ ଥିଲା ବୋଲି ଏନ୍ଆଇଏ କହିଛି। ଅଭିଯୁକ୍ତମାନେ ନିଜ ପରିଚୟ ଲୁଚାଇ ମିଛ ପରିଚୟ ଦେଇ କୋଲକାତାରେ ଲୁଚିଥିଲେ। କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା, ପଶ୍ଚିମବଙ୍ଗ ପୁଲିସ, ତେଲେଙ୍ଗାନା କର୍ଣ୍ଣାଟକ ଓ କେରଳ ପୁଲିସ ସହଯୋଗରେ ଏମାନଙ୍କୁ ଗିରଫ କରିବାରେ ସଫଳ ହୋଇଛୁ ବୋଲି ଏନ୍ଆଇଏ କହିଛି। ଉଭୟ ଶାଜିବ ଓ ତାହାକୁ ଏଭଳି କାଣ୍ଡ ଘଟାଇବା ପାଇଁ ବିଦେଶରୁ ନିର୍ଦ୍ଦେଶ ଦିଆଯାଉଥିଲା। ଏମାନଙ୍କ ଗିରଫଦାରୀ ପୂରା ଗ୍ୟାଙ୍ଗର ଖୁଲାସା କରିବ ବୋଲି ଏନ୍ଆଇଏ କହିଛି। ଏନ୍ଆଇର ସୂଚନା ଅନୁସାରେ, କାଫେରେ ବିସ୍ଫୋରଣ ଘଟାଇବା ପରେ ଶାଜିଦ ବେଙ୍ଗାଲୁରୁ ମେଟ୍ରୋପଲ
ନୂଆଦିଲ୍ଲୀ: କର୍ଣ୍ଣାଟକ ବେଙ୍ଗାଲୁରୁ ରାମେଶ୍ୱରମ କାଫେ ବିସ୍ଫୋରଣ ମାମଲାର ଦୁଇ ମାଷ୍ଟର ମାଇଣ୍ଡ ଗିରଫ ହୋଇଛନ୍ତି। ତାଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିଛି ଏନ୍ଆଇଏ। ବିସ୍ଫୋରଣ ଘଟାଇବା ପରେ ସେମାନେ ଫେରାର୍ ହୋଇଯାଇ କୋଲକାତାରେ ଲୁଚିଥିଲା। ବିଶେଷ ସୂତ୍ରରୁ ଖବର ପାଇ ଏନ୍ଆଇଏ ସେମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି।
ଏନେଇ ଏନ୍ଆଇଏ କହିଛି ମୁସାଭିର ହୁସେନ ଶାଜିବ କାଫେରେ ଆଇଡି ଲଗାଇଥିବା ବେଳେ ଏହି ବିସ୍ପୋରଣ କେମିତି କରାଯିବ ସମସ୍ତ ଆଇଡିଆ ଅବଦୁଲ ମାଥୀନ କରିଥିଲା। କେବଳ ଏହି କାଫେ ବିସ୍ଫୋରଣ ମାମଲା ନୁହେଁ ୨୦୨୦ ମସିହାରେ ଏକ ଆତଙ୍କବାଦୀ ମାମଲାରେ ମଧ୍ୟ ପୁଲିସ ଏହି ଦୁଇ ଜଣଙ୍କୁ ଖୋଜୁଥିଲା। ଅବଦୁଲ ମାଥୀନ ବେଙ୍ଗାଲୁରୁ ଆଇଏସ୍ଆଇଏସ୍ ଏଆଇ ହିନ୍ଦ ସଂଗଠନ ତିଆରି ମାମଲାରେ ସାମିଲ୍ ଥିଲା ବୋଲି ଏନ୍ଆଇଏ କହିଛି।
ଅଭିଯୁକ୍ତମାନେ ନିଜ ପରିଚୟ ଲୁଚାଇ ମିଛ ପରିଚୟ ଦେଇ କୋଲକାତାରେ ଲୁଚିଥିଲେ। କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା, ପଶ୍ଚିମବଙ୍ଗ ପୁଲିସ, ତେଲେଙ୍ଗାନା କର୍ଣ୍ଣାଟକ ଓ କେରଳ ପୁଲିସ ସହଯୋଗରେ ଏମାନଙ୍କୁ ଗିରଫ କରିବାରେ ସଫଳ ହୋଇଛୁ ବୋଲି ଏନ୍ଆଇଏ କହିଛି। ଉଭୟ ଶାଜିବ ଓ ତାହାକୁ ଏଭଳି କାଣ୍ଡ ଘଟାଇବା ପାଇଁ ବିଦେଶରୁ ନିର୍ଦ୍ଦେଶ ଦିଆଯାଉଥିଲା। ଏମାନଙ୍କ ଗିରଫଦାରୀ ପୂରା ଗ୍ୟାଙ୍ଗର ଖୁଲାସା କରିବ ବୋଲି ଏନ୍ଆଇଏ କହିଛି।
ଏନ୍ଆଇର ସୂଚନା ଅନୁସାରେ, କାଫେରେ ବିସ୍ଫୋରଣ ଘଟାଇବା ପରେ ଶାଜିଦ ବେଙ୍ଗାଲୁରୁ ମେଟ୍ରୋପଲିଟାନ ଟ୍ରାନ୍ସପୋର୍ଟ କର୍ପୋରେସନ(ବିଏମ୍ଟିସି) ବସ୍ରେ ଗୋରଗୁଣ୍ଟେପାଲ୍ୟକୁ ଯାଇଥିଲା। ସେଠାରେ ସରକାରୀ ବସ୍ରେ ବସି ଟୁମକୁର ଯାଇଥିଲା। ଅଭିଯୁକ୍ତ ନିୟମିତ ନାଁ ପରିବର୍ତ୍ତନ କରିଥିଲା। ଏହାପରେ ସେ ବଲ୍ଲାରି ଦେଇ କଳବୁର୍ଗୀ ଯାଇଥିଲା। ପୁଣି ଆନ୍ଧ୍ରପ୍ରଦେଶ ଦେଇ ନେଲ୍ଲୋରରେ ପହଞ୍ଚିବା ପରେ ଆନ୍ଧ୍ର ପ୍ରଦେଶରୁ ଶାଜିଦ ଓଡ଼ିଶା ଦେଇ କୋଲକାତାରେ ପହଞ୍ଚିଥିଲା।
ଅନ୍ୟପଟେ ଅବଦୁଲ ମାଥୀନ ଅଲଗା ରାସ୍ତା ଦେଇ ତାମିଲନାଡୁ ହୋଇ କୋଲକାତାରେ ପହଞ୍ଚିଥିଲା। ଦୁଇ ଜଣ ପରସ୍ପର ସହ ଯୋଗାଯୋଗ କରି କୋଲକାତାରେ ଭେଟ ହୋଇଥିଲେ। ତେବେ ଉଭୟ ଅଭିଯୁକ୍ତ କୋଲାତା ଛାଡ଼ିବାକୁ ଯୋଜନା କରୁଥିବା ବେଳେ ତା ପୂର୍ବରୁ ଏନ୍ଆଇଏ ସେମାନଙ୍କୁ ଧରିବାରେ ସଫଳ ହୋଇଛି।
ପଢ଼ନ୍ତୁ-ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା; ଜାମ୍ମୁ-କାଶ୍ମୀରରେ ଶୀଘ୍ର ହେବ ନିର୍ବାଚନ, ମିଳିବ ପୂର୍ଣ୍ଣ ରାଜ୍ୟ ମାନ୍ୟତା
ମାର୍ଚ୍ଚ ୨୯ ତାରିଖରେ ଆଣ୍ଟି ଟେରର ଏଜେନ୍ସ ପକ୍ଷରୁ ଦୁଇ ଜଣଙ୍କ ଫଟୋ ଶେୟାର କରି ସୂଚନା ଦେବାକୁ ଅନୁରୋଧ କରାଯାଇଥିଲା। ସୂଚନା ଦେଲେ ୧୦ ଲକ୍ଷ ଟଙ୍କା ପୁରସ୍କାର ସହ ସୂଚନାଦାତାଙ୍କ ପରିଚୟ ଗୋପନ ରଖାଯିବ ବୋଲି ଏନ୍ଆଇଏ ଘୋଷଣା କରିଥିଲା।
ଧରାପଡ଼ିଯିବା ଭୟରେ ଶାଜିଦ ନିଜ ନାଁ ବଦଳାଇ ଜୁନେଦ ରଖିଥିଲା। ସେହିପରି ମାଥୀନ ନିଜ ନାଁକୁ ବଦଳାଇ ହିନ୍ଦୁ ନାଁ ବିଘ୍ନେଷ ରଖିଥିଲା। ଏହି ନାଁରେ ଜାଲି ଆଧାରକାର୍ଡ଼ ମଧ୍ୟ ଆଣିଥିଲା। ବିସ୍ଫୋରଣ ମାମଲାରେ ଗତ ମାସରେ ମୁଜାମିଲ ଶରୀଫ ନାମକ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା ଏନ୍ଆଇଏ।
ସୂଚନା ଥାଉକି ବେଙ୍ଗାଲୁରୁ ବ୍ରୋକଫାଇଲ୍ଡ ଏରିଆରେ ଥିବା ରାମେଶ୍ୱରମ କାଫେ ବ୍ଲାଷ୍ଟ ଘଟଣାରେ ୧୦ ଜଣ ଆହତ ହୋଇଥିଲେ। ମାର୍ଚ୍ଚ ୧ ତାରିଖରେ ମୁଖ୍ୟ ଅଭିଯୁକ୍ତର ଫଟୋ ସିସିଟିଭି ଫୁଟେଜ୍ର କ୍ୟାପ୍ଚର ହୋଇଥିଲା।