ରାମେଶ୍ୱରମରେ ବାଦଲଫଟା ବର୍ଷା, ୧୦ଘଣ୍ଟାରେ ବର୍ଷିଲା ୪୧ ସେଣ୍ଟିମିଟର, ଭାଙ୍ଗିଲା ୧୨୫ ବର୍ଷର ରେକର୍ଡ

ରାମନାଥପୁରମ ୨୧।୧୧: ରାମେଶ୍ୱରମ ପାମ୍ବନରେ ଗୁରୁବାର ବାଦଲଫଟା ବର୍ଷା ହୋଇଛି। ପୂର୍ବାହ୍ନ ସାଢେ ୧୧ଟାରୁ ଅପରାହ୍ନ ୨ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ବର୍ଷା ହୋଇଥିଲା। ଏହି ସ୍ୱଳ୍ପ ସମୟରେ ୧୯ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଛି। ତେବେ ଏହା ପରେ ଓ ପୂର୍ବରୁ ମଧ୍ୟ ବର୍ଷା ଜାରିଥିଲା। ମୋଟ ୧୦ ଘଣ୍ଟା କାଳ ବର୍ଷା ହୋଇଥିବା ବେଳେ ୪୧ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି। ଗତ ୧୨୫ ବର୍ଷରେ ପ୍ରଥମ ଥର ଦକ୍ଷିଣ ଭାରତୀୟର ରାଜ୍ୟର ଜିଲ୍ଲାରେ ଏପରି ବର୍ଷା ହୋଇଥିବା ପାଣିପାଗ ବିଜ୍ଞାନ ବିଭାଗ ସୂଚିତ କରିଛନ୍ତି। ତାମିଲନାଡୁକୁ ଗତ ୧୫ ତାରିଖର ଉତ୍ତର-ପୂର୍ବ ମୌସୁମୀର ଆଗମନ ହୋଇଥିଲା। ଏହା ପରଠାରୁ ରାଜ୍ୟର ବିଭିନ୍ନ ଭାଗରେ ବର୍ଷା ଲାଗି ରହିଛି। ପାଣିପାଗ ବିଭାଗ ଅନୁସାରେ ଏହି ସମୟରେ ଦକ୍ଷିଣ ତାମିଲନାଡୁରେ ଅଧିକ ବର୍ଷା ଆଶଙ୍କା କରାଯାଉଛି। ଏହିକାରଣରୁ ଆଇଏମଡି ‘ରେଡ ଆଲର୍ଟ’ ଜାରି କରିଛନ୍ତି। ପ୍ରଥମେ ବର୍ଷା ଆଶଙ୍କା ଲାଗି ୟେଲୋ ଆଲର୍ଟ ଜାରି ହୋଇଥିଲା। ହେଲେ ଏବେ ମୁଶଳଧାର ବର୍ଷା ଲାଗି ରହିଥିବାରୁ ରେଡ ଆଲର୍ଟ ଜାରି ହୋଇଛି। ତେବେ ପାମ୍ବନରେ ସକାଳ ୬ଟାରୁ ଆରମ୍ଭ ହୋଇଥିବା ବର୍ଷା ଅପରାହ୍ନ ୪ ପର୍ଯ୍ୟନ୍ତ ଜାରି ଥିଲା। ଏହି ସମୟରେ ଏଠାରେ ୩୬ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇଛି। ଏହା ଛଡା ବାଦଲଫଟା ବର୍ଷା ଯୋଗୁ ଅଞ୍ଚଳର ତାପମାତ୍ରାରେ ମଧ୍ୟ ପରିବର୍ତ୍ତନ ଆସିଛି। ତାପମାତ୍ରା ହ୍ରାସ ହୋଇଥିବା ବେଳେ ପାଗ ଆହୁରି ଥଣ୍ଡା

ରାମେଶ୍ୱରମରେ ବାଦଲଫଟା ବର୍ଷା, ୧୦ଘଣ୍ଟାରେ ବର୍ଷିଲା ୪୧ ସେଣ୍ଟିମିଟର, ଭାଙ୍ଗିଲା ୧୨୫ ବର୍ଷର ରେକର୍ଡ

ରାମନାଥପୁରମ ୨୧।୧୧: ରାମେଶ୍ୱରମ ପାମ୍ବନରେ ଗୁରୁବାର ବାଦଲଫଟା ବର୍ଷା ହୋଇଛି। ପୂର୍ବାହ୍ନ ସାଢେ ୧୧ଟାରୁ ଅପରାହ୍ନ ୨ଟା ୩୦ ମିନିଟ୍‌ ପର୍ଯ୍ୟନ୍ତ ବର୍ଷା ହୋଇଥିଲା। ଏହି ସ୍ୱଳ୍ପ ସମୟରେ ୧୯ ସେଣ୍ଟିମିଟର ବର୍ଷା ରେକର୍ଡ ହୋଇଛି। ତେବେ ଏହା ପରେ ଓ ପୂର୍ବରୁ ମଧ୍ୟ ବର୍ଷା ଜାରିଥିଲା। ମୋଟ ୧୦ ଘଣ୍ଟା କାଳ ବର୍ଷା ହୋଇଥିବା ବେଳେ ୪୧ ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି। ଗତ ୧୨୫ ବର୍ଷରେ ପ୍ରଥମ ଥର ଦକ୍ଷିଣ ଭାରତୀୟର ରାଜ୍ୟର ଜିଲ୍ଲାରେ ଏପରି ବର୍ଷା ହୋଇଥିବା ପାଣିପାଗ ବିଜ୍ଞାନ ବିଭାଗ ସୂଚିତ କରିଛନ୍ତି। 

ତାମିଲନାଡୁକୁ ଗତ ୧୫ ତାରିଖର ଉତ୍ତର-ପୂର୍ବ ମୌସୁମୀର ଆଗମନ ହୋଇଥିଲା। ଏହା ପରଠାରୁ ରାଜ୍ୟର ବିଭିନ୍ନ ଭାଗରେ ବର୍ଷା ଲାଗି ରହିଛି। ପାଣିପାଗ ବିଭାଗ ଅନୁସାରେ ଏହି ସମୟରେ ଦକ୍ଷିଣ ତାମିଲନାଡୁରେ ଅଧିକ ବର୍ଷା ଆଶଙ୍କା କରାଯାଉଛି। ଏହିକାରଣରୁ ଆଇଏମଡି ‘ରେଡ ଆଲର୍ଟ’ ଜାରି କରିଛନ୍ତି। ପ୍ରଥମେ ବର୍ଷା ଆଶଙ୍କା ଲାଗି ୟେଲୋ ଆଲର୍ଟ ଜାରି ହୋଇଥିଲା। ହେଲେ ଏବେ ମୁଶଳଧାର ବର୍ଷା ଲାଗି ରହିଥିବାରୁ ରେଡ ଆଲର୍ଟ ଜାରି ହୋଇଛି। 

ତେବେ ପାମ୍ବନରେ ସକାଳ ୬ଟାରୁ ଆରମ୍ଭ ହୋଇଥିବା ବର୍ଷା ଅପରାହ୍ନ ୪ ପର୍ଯ୍ୟନ୍ତ ଜାରି ଥିଲା। ଏହି ସମୟରେ ଏଠାରେ ୩୬ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇଛି। ଏହା ଛଡା ବାଦଲଫଟା ବର୍ଷା ଯୋଗୁ ଅଞ୍ଚଳର ତାପମାତ୍ରାରେ ମଧ୍ୟ ପରିବର୍ତ୍ତନ ଆସିଛି। ତାପମାତ୍ରା ହ୍ରାସ ହୋଇଥିବା ବେଳେ ପାଗ ଆହୁରି ଥଣ୍ଡା ହୋଇଯାଇଛି। ପାଣିପାଗ ବିଭାଗ ଅନୁସାରେ ଏଠାରେ ଏବେ ବର୍ଷା ବଢିବାରେ ଲାଗିଛି ଓ ଅନେକ ଅଞ୍ଚଳର ପରିସ୍ଥିତି ଖରାପ ହେବାରେ ଲାଗିଛି। 

ପାଣିପାଗ ବିଭାଗ ଅନୁସାରେ ରାମେଶ୍ୱରମରେ ଗତ ୧୨୫ ବର୍ଷରେ କେବେ ଏପରି ବର୍ଷା ହୋଇଥିବାର ରେକର୍ଡ ନାହିଁ। ବର୍ଷା ଯୋଗୁ ସ୍ଥାନୀୟ ଲୋକଙ୍କ ଜନଜୀବନ ଗୁରୁତର ପ୍ରଭାବିତ ହୋଇଛି। ରାସ୍ତାରେ ପାଣି ଭରିଯିବା ଯୋଗୁ ଯାତାୟାତ ପ୍ରଭାବିତ ହୋଇଛି। ବର୍ଷା ପାଣି ଲୋକଙ୍କ ଘରେ ମଧ୍ୟ ପଶିଛି। ପାଣିପାଗ ବିଭାଗ ଆଗାମୀ ଦିନ ମାନଙ୍କରେ ମଧ୍ୟ ଭୀଷଣ ବର୍ଷା ଚେତାବନୀ ଜାରି କରିଛନ୍ତି। ଫଳରେ ବନ୍ୟା ଓ ଅନ୍ୟ ପ୍ରାକୃତିକ ବିପର୍ଯ୍ୟୟର ବିପଦ ଘନେଇଛି। ସରକାର ଉଦ୍ଧାର କାର୍ଯ୍ୟ ନିମନ୍ତେ ଟିମ୍ ମାନଙ୍କୁ ପ୍ରସ୍ତୁତ କରିବା ଆରମ୍ଭ କରିଛନ୍ତି। ସେହିପରି ଉଦ୍ଧାର କାର୍ଯ୍ୟ ନିମନ୍ତେ ଜରୁରୀ ଉପାୟ ଓ ଯୋଜନା କରାଯାଇଛି।