ରାଲି ବେଳେ ନବନୀତ ରାଣାଙ୍କୁ ଚେୟାର ମାଡ଼: ଅଳ୍ପକେ ବର୍ତ୍ତିଲେ ପୂର୍ବତନ ସଂସାଦ

ମୁମ୍ବାଇ: ମହାରାଷ୍ଟ୍ରରେ ନିର୍ବାଚନ ପ୍ରଚାର ବେଳେ ବିଜେପି ନେତା ତଥା ପୂର୍ବତନ ସଂସାଦ ନବନୀତ ରାଣାଙ୍କ ରାଲି ଉପରେ ଆକ୍ରମଣ ହୋଇଛି। ରାଣାଙ୍କ ଉପରକୁ ଚେୟାର ମାଡ଼ କରା ଯାଇଥିବା ବେଳେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅମରବାତୀ ଜିଲ୍ଲାରେ ରାଲି ବେଳେ ରାଣାଙ୍କ ଉପରକୁ ଏହି ଆକ୍ରମଣ ହୋଇଥିଲା। କିଛି ବ୍ୟକ୍ତି ତାଙ୍କ ଉପରେ ଚେୟାର ଫିଙ୍ଗିଥିଲେ।ଯୁବ ସ୍ୱାଭିମାନ ପାର୍ଟିର ପ୍ରାର୍ଥୀ ରମେଶ ବନ୍ଦିଲେଇଲଙ୍କୁ ସମର୍ଥନରେ ଏହି ରାଲିର ଆୟୋଜନ କରାଯାଇଥିଲା। ହେଲେ ଏହାକୁ ଅନ୍ୟ ଏକ ଦଳ ବିରୋଧ କରିବାରୁ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ନବନୀତ ରାଣା ନିକଟସ୍ଥ ପୋଲିସ ଷ୍ଟେସନକୁ ଯାଇ ଏ ବିଷୟରେ ଅଭିଯୋଗ କରିଛନ୍ତି। ରାଜ୍ୟସଭା ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ଥିବାରୁ ଏଭଳି ଆଇନଶୃଙ୍ଖଳା ଏମିତି ଢିଲା କେମିତି ନେଇ ରାଣା ପ୍ରଶ୍ନ କରିଛନ୍ତି।ରାଣା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ସେ ଜନତାଙ୍କୁ ସମ୍ବୋଧିତ କରୁଥିବାବେଳେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର କିଛି ବ୍ୟକ୍ତି ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରି 'ଆଲ୍ଲା ହୁ ଆକବର' ନାରା ଲଗାଇଥିଲେ। ତାଙ୍କ ଭାଷଣ ସରିବା ତୁରନ୍ତ ପରେ ସ୍ଥିତି ଆହୁରି ଗମ୍ଭୀର ହୋଇଥିଲା। କାରଣ ନିର୍ଦ୍ଦିଷ୍ଟ ସମ୍ପର୍ଦାୟର ଲୋକେ ରାଣାଙ୍କ ଉପରେ ଚେୟାର ଫିଙ୍ଗି ଦେଇଥିଲେ। ଘଟଣା ପରେ ତାଙ୍କ ସୁରକ୍ଷା କର୍ମୀ ରାଣାଙ୍କୁ ସୁରକ୍ଷିତ ଭାବେ ରାଲିରୁ ବାହାର କରି ନେଇଥିଲେ।ଏହି ମାମଲାରେ ନବ

ରାଲି ବେଳେ ନବନୀତ ରାଣାଙ୍କୁ ଚେୟାର ମାଡ଼: ଅଳ୍ପକେ ବର୍ତ୍ତିଲେ ପୂର୍ବତନ ସଂସାଦ

ମୁମ୍ବାଇ: ମହାରାଷ୍ଟ୍ରରେ ନିର୍ବାଚନ ପ୍ରଚାର ବେଳେ ବିଜେପି ନେତା ତଥା ପୂର୍ବତନ ସଂସାଦ ନବନୀତ ରାଣାଙ୍କ ରାଲି ଉପରେ ଆକ୍ରମଣ ହୋଇଛି। ରାଣାଙ୍କ ଉପରକୁ ଚେୟାର ମାଡ଼ କରା ଯାଇଥିବା ବେଳେ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅମରବାତୀ ଜିଲ୍ଲାରେ ରାଲି ବେଳେ ରାଣାଙ୍କ ଉପରକୁ ଏହି ଆକ୍ରମଣ ହୋଇଥିଲା। କିଛି ବ୍ୟକ୍ତି ତାଙ୍କ ଉପରେ ଚେୟାର ଫିଙ୍ଗିଥିଲେ।

ଯୁବ ସ୍ୱାଭିମାନ ପାର୍ଟିର ପ୍ରାର୍ଥୀ ରମେଶ ବନ୍ଦିଲେଇଲଙ୍କୁ ସମର୍ଥନରେ ଏହି ରାଲିର ଆୟୋଜନ କରାଯାଇଥିଲା। ହେଲେ ଏହାକୁ ଅନ୍ୟ ଏକ ଦଳ ବିରୋଧ କରିବାରୁ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାପରେ ନବନୀତ ରାଣା ନିକଟସ୍ଥ ପୋଲିସ ଷ୍ଟେସନକୁ ଯାଇ ଏ ବିଷୟରେ ଅଭିଯୋଗ କରିଛନ୍ତି। ରାଜ୍ୟସଭା ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ଥିବାରୁ ଏଭଳି ଆଇନଶୃଙ୍ଖଳା ଏମିତି ଢିଲା କେମିତି ନେଇ ରାଣା ପ୍ରଶ୍ନ କରିଛନ୍ତି।

ରାଣା ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ସେ ଜନତାଙ୍କୁ ସମ୍ବୋଧିତ କରୁଥିବାବେଳେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର କିଛି ବ୍ୟକ୍ତି ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରି 'ଆଲ୍ଲା ହୁ ଆକବର' ନାରା ଲଗାଇଥିଲେ। ତାଙ୍କ ଭାଷଣ ସରିବା ତୁରନ୍ତ ପରେ ସ୍ଥିତି ଆହୁରି ଗମ୍ଭୀର ହୋଇଥିଲା। କାରଣ ନିର୍ଦ୍ଦିଷ୍ଟ ସମ୍ପର୍ଦାୟର ଲୋକେ ରାଣାଙ୍କ ଉପରେ ଚେୟାର ଫିଙ୍ଗି ଦେଇଥିଲେ। ଘଟଣା ପରେ ତାଙ୍କ ସୁରକ୍ଷା କର୍ମୀ ରାଣାଙ୍କୁ ସୁରକ୍ଷିତ ଭାବେ ରାଲିରୁ ବାହାର କରି ନେଇଥିଲେ।

ଏହି ମାମଲାରେ ନବନୀତ ରାଣାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ୪୦ରୁ ୪୫ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ୪ଜଣ ସନ୍ଦିଗ୍ଧଙ୍କୁ ଅଟକ ରଖାଯାଇଛି। ପୋଲିସ୍ ସୂତ୍ରରୁ ମିଳିଥିବା ସୁଚନା ଅନୁସାରେ, ରାଣା ଉପରେ ଚେୟାର ଫିଙ୍ଗିଥିବା ଅଭିଯୁକ୍ତଙ୍କ ବିରୋଧରେ ଦଙ୍ଗା, ଅତ୍ୟାଚାର ଏବଂ ହତ୍ୟା ଉଦ୍ୟମ ଅଭିଯୋଗ ଲଗାଯାଇଛି। ଅନ୍ୟପଟେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ରାଣା ଦାବି କରିଛନ୍ତି। ଯଦି କାର୍ଯ୍ୟାନୁଷ୍ଠାନ ନହେଲା ତେବେ ହିନ୍ଦୁ ସଂଗଠନ ଆନ୍ଦୋଳକୁ ଓହ୍ଲାଇବେ ବୋଲି ରାଣା ପୁଲିସକୁ ଚେତାବନୀ ଦେଇଛନ୍ତି।

ମହାରାଷ୍ଟ୍ରରେ ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ନଭେମ୍ବର ୨୦ ତାରିଖରେ ଭୋଟ ଗ୍ରହଣ ହେବ। ଯେଉଁଥିରେ ବିଜେପି, ଏକନାଥ ସିନ୍ଦେଙ୍କ ଶିବସେନା ଏବଂ ଅଜିତ ପାୱାରଙ୍କ ଏନସିପିର ମେଣ୍ଟ ମହାରାଷ୍ଟ୍ର ବିକାଶ ଆଘାଡ଼ିକୁ ବିରୋଧରେ ରଣାଙ୍ଗନକୁ ଓହ୍ଲାଇବ। ମହାରାଷ୍ଟ୍ର ବିକାଶ ଆଘାଡ଼ିରେ ଉଦ୍ଧବ ଠାକୁରଙ୍କ ଶିବସେନା, ଶରଦ ପାୱାରଙ୍କ ଏନସିପି ଏବଂ କଂଗ୍ରେସ ଏନ୍‌ଡିଓ ନେତୃତ୍ୱାଧୀନ ମେଣ୍ଟର ମୁକାବିଲା କରିବାକୁ ପ୍ରସ୍ତୁତ ରହିଛି। ନଭେମ୍ବର ୨୩ ତାରିଖରେ ଫଳାଫଳ ଘୋଷଣା କରାଯିବ।