ରାଳବରେ ଅଘଟଣ ଭାଇ ଭଉଣୀ ମଧ୍ୟରେ ଝଗଡ଼ା, ଭଉଣୀ ର ଆତ୍ମହତ୍ୟା

ଗୋପାଳପୁର,୧୫/୦୭ ଗୋଳନ୍ଥରା ଥାନା ଅନ୍ସାତର୍ଗତ ରାଳବ ଗ୍ରାମରେ ଅଘଟଣ ଘଟିବା ସହ ଭାଇ ଓ ଭଉଣୀ ମଧ୍ୟ୍ୟରେ ଝଗଡା ହେବା ସହ ଭଉଣୀ ଜଣଙ୍କ କୀଟ ନାଶକ ଔଷଧ ଖାଇ ଆତ୍ମ ହତ୍ୟା କରିଥିବ ନେଇ ଥାନାରେ ସନ୍ଧ୍ୟାରେ ଅଭିଯୋଗ ହୋଇଛି l ମୃତ୍ୟୁ ମହିଳା ଜଣକ ହେଲେ ରାଳବ ଗ୍ରାମର ରଶ୍ମିତା ମହାରଣା (୨୨) ବୋଲି ସୂଚନା ମିଳିଛି l ରାଳବ ତ୍ରିପତି ନଗର ପ୍ରଥମ ଗଳିରେ ମୃତ୍ୟୁ ରଶ୍ମିତା ଙ୍କ ବାପ ଘର ହୋଇଥିବା […] The post ରାଳବରେ ଅଘଟଣ ଭାଇ ଭଉଣୀ ମଧ୍ୟରେ ଝଗଡ଼ା, ଭଉଣୀ ର ଆତ୍ମହତ୍ୟା appeared first on Odisha.News.

ରାଳବରେ ଅଘଟଣ ଭାଇ ଭଉଣୀ ମଧ୍ୟରେ ଝଗଡ଼ା, ଭଉଣୀ ର ଆତ୍ମହତ୍ୟା

ଗୋପାଳପୁର,୧୫/୦୭
ଗୋଳନ୍ଥରା ଥାନା ଅନ୍ସାତର୍ଗତ ରାଳବ ଗ୍ରାମରେ ଅଘଟଣ ଘଟିବା ସହ ଭାଇ ଓ ଭଉଣୀ ମଧ୍ୟ୍ୟରେ ଝଗଡା ହେବା ସହ ଭଉଣୀ ଜଣଙ୍କ କୀଟ ନାଶକ ଔଷଧ ଖାଇ ଆତ୍ମ ହତ୍ୟା କରିଥିବ ନେଇ ଥାନାରେ ସନ୍ଧ୍ୟାରେ ଅଭିଯୋଗ ହୋଇଛି l ମୃତ୍ୟୁ ମହିଳା ଜଣକ ହେଲେ ରାଳବ ଗ୍ରାମର ରଶ୍ମିତା ମହାରଣା (୨୨) ବୋଲି ସୂଚନା ମିଳିଛି l ରାଳବ ତ୍ରିପତି ନଗର ପ୍ରଥମ ଗଳିରେ ମୃତ୍ୟୁ ରଶ୍ମିତା ଙ୍କ ବାପ ଘର ହୋଇଥିବା ବେଳେ ଗତ କିଛି ଦିନ ହେଲା ସେ ବାପ ଘର କୁ ଆସି ରହୁଥିଲେ l ସୋମବାର ସକାଳେ ଘରେ କେହି ନଥିବା ବେଳେ ରଶ୍ମିତା ଙ୍କ ସହିତ ତାଙ୍କ ସାନ ଭାଇର ମଧ୍ୟ୍ୟରେ କୋଣସି କଥା କୁ ନେଇ ପ୍ରବଳ ଝଗଡା ହୋଇଥିଲା lଏଥିରେ ରଶ୍ମିତା ରାଗି ଯାଇ ଘରେ ରଖାଯାଇଥିବା ଧାନ ଫସଲରେ ବ୍ୟବହାର ହେଉଥିବା କିଟନାଶକ ଔଷଧ ଖାଇଦେଇଥିଲେ l ଯାହାଫଳରେ ରଶ୍ମିତା ଗୁରୁତର ହୋଇଥିଲେ l ପରିବାର ଲୋକ ତୁରନ୍ତ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ରେ ଭର୍ତି କରିଥିଲେ l ରଶ୍ମିତାଙ୍କର ଚିକିତ୍ସିତ ଅବସ୍ଥାରେ ଅପରାହ୍ନରେ ମୃତ୍ୟୁ ଘଟିଥିଲା l ଘଟଣା ନେଇ ରଶ୍ମିତାଙ୍କ ମାମୁ ସୁନୀଲ କୁମାର ମହାରଣା ଆଜି ସନ୍ଧ୍ୟାରେ ଗୋଳନ୍ଥରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି lଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୩୧/୨୪ ରେ ଅପମୃତ୍ୟୁ ମାମଲା କରି ତଦନ୍ତ ଆରମ୍ଭ କରିଛି।

The post ରାଳବରେ ଅଘଟଣ ଭାଇ ଭଉଣୀ ମଧ୍ୟରେ ଝଗଡ଼ା, ଭଉଣୀ ର ଆତ୍ମହତ୍ୟା appeared first on Odisha.News.