ରାଶନ କାର୍ଡକୁ ନେଇ ମନ୍ତ୍ରୀଙ୍କ ସୂଚନା: କାହାର କଟିବ କାହାର କଟିବନି କଲେ ସ୍ପଷ୍ଟ
ଭୁବନେଶ୍ୱର,୨୭।୩: ରାଜ୍ୟରେ ରାଶନକାର୍ଡଧାରୀଙ୍କ ପାଇଁ ଗୁରୁବାର ଏକ ବଡ଼ ଅପ୍ଡେଟ୍ ଆସିଛି। ରୋଜଗାର କମ ଥିବା ଲୋକଙ୍କ ରାଶନ କାର୍ଡ କଟିବନି। ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଖର୍ଚ୍ଚ ଦାବି ଆଲୋଚନା ବେଳେ ମନ୍ତ୍ରୀ କହିଛନ୍ତି, କେବଳ ବଡ଼ ଚାକିରି କରିଥିବା ଲୋକଙ୍କ କାର୍ଡ କଟିବ। ବିରୋଧୀ ଭୟ ପ୍ରକଟ କରୁଛନ୍ତି ଯେ, ସମସ୍ତଙ୍କ କାର୍ଡ କଟିଯିବ। କିନ୍ତୁ ଏହା ଭୁଲ୍ ଧାରଣା। ବିଜେଡି ଅମଳରେ ସବୁ ଢିଲା ଥିଲା। ମନ୍ତ୍ରୀ କହିଥିଲେ, […] The post ରାଶନ କାର୍ଡକୁ ନେଇ ମନ୍ତ୍ରୀଙ୍କ ସୂଚନା: କାହାର କଟିବ କାହାର କଟିବନି କଲେ ସ୍ପଷ୍ଟ appeared first on Dharitri Odia News.
ଭୁବନେଶ୍ୱର,୨୭।୩: ରାଜ୍ୟରେ ରାଶନକାର୍ଡଧାରୀଙ୍କ ପାଇଁ ଗୁରୁବାର ଏକ ବଡ଼ ଅପ୍ଡେଟ୍ ଆସିଛି। ରୋଜଗାର କମ ଥିବା ଲୋକଙ୍କ ରାଶନ କାର୍ଡ କଟିବନି। ବୋଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି। ଖର୍ଚ୍ଚ ଦାବି ଆଲୋଚନା ବେଳେ ମନ୍ତ୍ରୀ କହିଛନ୍ତି, କେବଳ ବଡ଼ ଚାକିରି କରିଥିବା ଲୋକଙ୍କ କାର୍ଡ କଟିବ। ବିରୋଧୀ ଭୟ ପ୍ରକଟ କରୁଛନ୍ତି ଯେ, ସମସ୍ତଙ୍କ କାର୍ଡ କଟିଯିବ। କିନ୍ତୁ ଏହା ଭୁଲ୍ ଧାରଣା। ବିଜେଡି ଅମଳରେ ସବୁ ଢିଲା ଥିଲା। ମନ୍ତ୍ରୀ କହିଥିଲେ, ଗ୍ରାମାଞ୍ଚଳରେ ୧୦ ହଜାର ଏବଂ ସହରାଞ୍ଚଳରେ ୧୫ ହଜାର ଟଙ୍କା ପାଉଥିବା ଲୋକଙ୍କ ରାସନ କାର୍ଡ ମିଳିବ ନାହିଁ।
ଏହାପୂର୍ବରୁ ରାଜ୍ୟ ସରକାର ରାଶନ ସାମଗ୍ରୀ ବଣ୍ଟନ ପାଇଁ ସମୟ ନିର୍ଘଣ୍ଟ ଜାରି କରିଛନ୍ତି। ଗ୍ରୀଷ୍ମପ୍ରବାହ ପାଇଁ ସକାଳ ୭ରୁ ୧୦, ସଂଧ୍ୟା ୫ରୁ ୮ଟା ଯାଏ ବଣ୍ଟନ ହେବ। ଏହାସହ ପାନୀୟ ଜଳ, ଓଆର୍ଏସ ମହଜୁଦ ରଖିବାକୁ ଜିଲାପାଳଙ୍କୁ ପରାମର୍ଶ ଦିଆଯାଇଛି।
The post ରାଶନ କାର୍ଡକୁ ନେଇ ମନ୍ତ୍ରୀଙ୍କ ସୂଚନା: କାହାର କଟିବ କାହାର କଟିବନି କଲେ ସ୍ପଷ୍ଟ appeared first on Dharitri Odia News.