ରାଶିଫଳ: ବୁଧବାର, ଫେବୃଆରୀ ୫ ତାରିଖ – Daily Horoscope

ମେଷ ଆଜି ଦିନଟିରେ ଅର୍ଥଲାଭ ସହ କିଛି ପୁରୁଣା କଥା ଓ ନୂଆ କାମକୁ ନେଇ ବ୍ୟସ୍ତ ରହିବେ। ପ୍ରତ୍ୟେକ ସ୍ତରରେ ଆମତ୍ୀୟଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରି ଚର୍ଚ୍ଚିତ ହେବେ। ଧର୍ମକାର୍ଯ୍ୟ, ସଭାସମିତି, ରାଜନୀତି, ପ୍ରଶାସନ, ସାମ୍ବାଦିକତା ତଥା ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଫାଇଲ୍‌ କାମର ଚାପ ବୃଦ୍ଧି ପାଇବ । ବୃଷ ସମସ୍ୟା ମଧ୍ୟରେ ବୁଡ଼ି ରହିଥିଲେ ମଧ୍ୟ କୌଣସି କାମକୁ ଅଣଦେଖା କରିପାରିବେ ନାହିଁ। କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି […] The post ରାଶିଫଳ: ବୁଧବାର, ଫେବୃଆରୀ ୫ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ବୁଧବାର, ଫେବୃଆରୀ ୫ ତାରିଖ – Daily Horoscope
ମେଷ
ଆଜି ଦିନଟିରେ ଅର୍ଥଲାଭ ସହ କିଛି ପୁରୁଣା କଥା ଓ ନୂଆ କାମକୁ ନେଇ ବ୍ୟସ୍ତ ରହିବେ। ପ୍ରତ୍ୟେକ ସ୍ତରରେ ଆମତ୍ୀୟଙ୍କ ପ୍ରତି ସହାନୁଭୂତି ପ୍ରଦର୍ଶନ କରି ଚର୍ଚ୍ଚିତ ହେବେ। ଧର୍ମକାର୍ଯ୍ୟ, ସଭାସମିତି, ରାଜନୀତି, ପ୍ରଶାସନ, ସାମ୍ବାଦିକତା ତଥା ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଫାଇଲ୍‌ କାମର ଚାପ ବୃଦ୍ଧି ପାଇବ ।
ବୃଷ
ବୃଷ
ସମସ୍ୟା ମଧ୍ୟରେ ବୁଡ଼ି ରହିଥିଲେ ମଧ୍ୟ କୌଣସି କାମକୁ ଅଣଦେଖା କରିପାରିବେ ନାହିଁ। କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ଉପୁଜିଥିବା କିମ୍ବା ନିଜର ପରିବାର ଭିତର ବିବାଦକୁ ପ୍ରତିହତ କରିପାରିବେ। ସ୍ବାସ୍ଥ୍ୟ ସକାଶେ ଚିନ୍ତା କରିପାରନ୍ତି। ସମ୍ପର୍କୀୟଙ୍କର କୃତକର୍ମ ଆପଣଙ୍କ ସକାଶେ ମୁଣ୍ଡବ୍ୟଥାର କାରଣ ହେବ।
ମିଥୁନ
ମିଥୁନ
ପ୍ରତ୍ୟେକ କ୍ଷେତ୍ରରେ ସଫଳତାର ସହ କାର୍ଯ୍ୟସିଦ୍ଧି, ଅର୍ଥପ୍ରାପ୍ତି, ଉଚ୍ଚ ସମ୍ମାନର ସୂଚନା ରହିଛି। ପ୍ରିୟଜନ ଭାବରେ ପାଖରେ ରଖିଥିବା ବ୍ୟକ୍ତିଟି ଦୁଶ୍ଚିନ୍ତାର କେନ୍ଦ୍ରବିନ୍ଦୁ ସାଜିପାରନ୍ତି। ଉପରିସ୍ଥଙ୍କ ଅନୁକମ୍ପା ହେତୁକ କାମ ହାସଲ କରି ବହୁଜନ ପ୍ରଶଂସିତ ହେବେ। ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ହଟିଯାଇ ଲାଭବାନ ହୋଇପାରନ୍ତି।
କର୍କଟ
କର୍କଟ
ସାମାଜିକ କ୍ଷେତ୍ରରେ ସମସ୍ୟା ସମାଧାନ ପୂର୍ବକ ଆଶ୍ୱସ୍ତି ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ କରିବା ପାଇଁ ନିଷ୍ପତ୍ତି ନେଇ ସଫଳ ହେବେ। ପରିବାରରେ ମତାନ୍ତରଜନିତ ଅଶାନ୍ତି ଓ ଅସୁବିଧାର ସମ୍ମୁଖୀନ ହେବେ। ଜିଦ୍‌ଖୋର ମନୋବୃତ୍ତି କାରଣରୁ କୌଣସି କ୍ଷେତ୍ରରେ ଗୁଡ଼ାଏ ଟଙ୍କା ଖର୍ଚ୍ଚକରି ଦୁଃଖିତ ହେବେ।
ସି˚ହ
ସି˚ହ
ଆଜି ମନ ଯଦିଓ ଅଶାନ୍ତ ରହିବ ତଥାପି ଭାବୁଥିବା କାମଟିକୁ ଶେଷ କରିପାରିବେ ଓ ଅର୍ଥ ମଧ୍ୟ ପାଇବେ। ଅନ୍ୟମନସ୍କ କାରଣରୁ କିଛି ମୂଲ୍ୟବାନ ଜିନିଷ ହରାଇ ମାନସିକ ବ୍ୟଥା ଅନୁଭବ କରିପାରନ୍ତି। ଚାଲୁ ରହିଥିବା ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ ହେବ ଓ ଏହି ଦିଗରେ ଥିବା ପ୍ରତିବନ୍ଧକ ଅବଶ୍ୟ ଦୂରେଇ ଯିବ।
କନ୍ୟା
ଗୋପନ କଥାଟିକୁ ବନ୍ଧୁ ଆଗରେ କହି ପରେ ଅନୁତାପ କରିବେ। ପ୍ରକୃତ ସମସ୍ୟାକୁ ହୃଦୟଙ୍ଗମ ନ କରି ପଡ଼ୋଶୀ କ୍ରୋଧ ପ୍ରକାଶ କରିବାରୁ କଳହ ଲାଗିପାରେ। କଚେରୀ ମାମଲା କିମ୍ବା ପରିବହନରେ ସମସ୍ୟା ଦୂର ହେବ ଏବଂ ଲାଭବାନ ହେବେ। ପ୍ରଶାସନିକ ଓ ସାଂଗଠନିକ ସ୍ତରରେ କଠିନ ଶ୍ରମ କରିବାକୁ ବାଧ୍ୟ ହେବେ।
ତୁଳା
ତୁଳା
ଅନ୍ୟମାନଙ୍କୁ ଖୁସି କରିବାକୁ ଯାଇ ନିଜେ ସାମାନ୍ୟ ଅସୁବିଧା ଭୋଗିପାରନ୍ତି। କୌଣସି ବନ୍ଧୁଙ୍କୁ ସହାନୁଭୂତି ପ୍ରଦର୍ଶନ କରି ନିଜେ ଚର୍ଚ୍ଚାକୁ ଆସିଯିବେ। କଂଟ୍ରାକ୍ଟରୀ କାମରେ କିମ୍ବା କଳ କାରଖାନାରେ ଶ୍ରମିକ ଅଶାନ୍ତି ହେତୁ ଟେନ୍ସନ ଦେଖାଦେଇପାରେ। ମନକଥା ମନରେ ରଖି ବାହାରକୁ ଠିକ୍‌ ଭାବେ କାମ କରିବାର ଅଭିନୟ କରିପାରନ୍ତି।
ବିଛା
ବିଛା
ଆଜି ସକାଳୁ କୌଣସି ଶୁଭ ଖବର ମନକୁ ଆହ୍ଲାଦିତ କରିବ। ଯାତ୍ରାରେ ସଫଳତା ସଙ୍ଗକୁ ବିଭିନ୍ନ ସଂଗଠନରେ ସାମିଲ ରହି ଖୁସି ହୋଇପାରନ୍ତି। ଆକସ୍ମିକ ଆବଶ୍ୟକତାକୁ ନେଇ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବାକୁ ମନ ବଳାଇବେ। ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛି ଅଂଶରେ ବଢ଼ିଚାଲିବ, ଏଣୁ ମନ ନୂତନ ଉତ୍ସାହ ଉଦ୍ଦୀପନାରେ ଭରିଯିବ।
ଧନୁ
ଧନୁ
ବିଗତ ଘଟଣାର ବିଷୟବସ୍ତୁ ସମୂହକୁ ଜାଣିଥିଲେ ମଧ୍ୟ ପ୍ରତ୍ୟେକ କ୍ଷେତ୍ରରେ ସତ କହିପାରିବେ ନାହିଁ। ଯେକୌଣସି ପରିସ୍ଥିତିରେ ମଧ୍ୟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିବେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ ନ କଲେ ସମସ୍ୟା ବଢ଼ିଯିବ। ଯେଉଁ ଜିନିଷଟିକୁ ପାଇବାକୁ ଇଚ୍ଛା କରିଛନ୍ତି ତାହା ବିଳମ୍ବରେ ପାଇବେ।
ମକର
ମକର
ଆବଶ୍ୟକତା ପୂରଣ କରିବାକୁ ଯାଇ ଭାଇ କିମ୍ବା ପଡ଼ୋଶୀଙ୍କଠାରୁ କରଜ କରିବାକୁ ପଡ଼ିବ। ଆଜି ନିଜକୁ ନିୟନ୍ତ୍ରଣରେ ରଖିବା ପାଇଁ ସମର୍ଥ ନ ହେଲେ କ୍ଷତିରେ ପଡ଼ି ପାରନ୍ତି। ଧର୍ମାନୁଷ୍ଠାନ, ରାଜନୀତି, ପ୍ରଶାସନ, ଯାତ୍ରା, ବାଣିଜ୍ୟ, ନିର୍ମାଣ ପାଇଁ ଦିନଟି ଭଲ। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
କୁମ୍ଭ
କୁମ୍ଭ
ମାନସିକ ଅସ୍ଥିରତା ସହିତ ଅନ୍ୟମାନଙ୍କୁ ସାହାଯ୍ୟକରି ହରଡ଼ଘଣାରେ ପଡ଼ିପାରନ୍ତି। ସମ ପରିମାଣର ପ୍ରତିଦାନ ଆଶା କରି କିଛି ନ ପାଇବା କାରଣରୁ ମନରେ କ୍ରୋଧ ଜାଗ୍ରତ ହେବ। କର୍ମକ୍ଷେତ୍ରରେ ବିଶୃଙ୍ଖଳିତ ପରିସ୍ଥିତିକୁ କେତେକାଂଶରେ ନିୟନ୍ତ୍ରଣ ମଧ୍ୟରେ ରଖିବାରେ ସମର୍ଥ ହେବେ। ବନ୍ଧୁଙ୍କ ସହ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ।
ମୀନମୀନ

କର୍ମଜଞ୍ଜାଳ ବୃଦ୍ଧି ପାଉଥିବା କାରଣରୁ ମାନସିକ ସ୍ତରରେ ବିଚଳିତବୋଧ ଅନୁଭବ କରିପାରନ୍ତି। ଅତି ଭଲ ସମ୍ପର୍କ ଥିବା ବ୍ୟକ୍ତିଙ୍କ ଉପରେ ଖପ୍ପା ହେଲେ ମଧ୍ୟ କରିପାରିବେ ନାହିଁ। ମାଲି ମକଦ୍ଦମାରେ ନିଜ ସପକ୍ଷରେ ରାୟ ଯିବାର ଆଶାକରି ଏକ ପ୍ରକାର ଚିନ୍ତାମୁକ୍ତ ହେବେ। ବାଣିଜ୍ୟ ଓ ବ୍ୟବସାୟ ତଥା ପରିବହନରେ ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ।

The post ରାଶିଫଳ: ବୁଧବାର, ଫେବୃଆରୀ ୫ ତାରିଖ – Daily Horoscope appeared first on Dharitri Odia News.