ରାଶିଫଳ: ମଙ୍ଗଳବାର , ଜୁଲାଇ ୯ ତାରିଖ – Daily Horoscope

ମେଷ ଆଜି ସ୍ବଗୃହୀ ଚନ୍ଦ୍ର ଧନାଧିପ ଓ ଷଷ୍ଠାଧିପ ସହ ରହିଥିବାରୁ ପରିବାରରେ ଅର୍ଥ ସମ୍ପର୍କକୁ ନେଇ ବିବାଦ ଦେଖାଦେବ। କାମ ହାସଲ ପାଇଁ ମିତ୍ରମାନେ ପ୍ରଶଂସା ଗାନ କରିପାରନ୍ତି। ସନ୍ତାନଙ୍କ ଅଶାନ୍ତ ମନ, ଧନହାନି ସାଙ୍ଗକୁ ଘରୋଇ ବ୍ୟାପାରରେ ବନ୍ଧୁଙ୍କ ହସ୍ତକ୍ଷେପ ଦେଖି ଚିନ୍ତିତ ହେବେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସମସ୍ୟା ବୃଷ ରାହୁଦୃଷ୍ଟିରେ ଚନ୍ଦ୍ର ଥିବାରୁ ମାନସିକ ଅସ୍ଥିରତା ଲାଗି ରହିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବନାହିଁ। ବନ୍ଧୁଙ୍କ ସହ ଆଲୋଚନା […] The post ରାଶିଫଳ: ମଙ୍ଗଳବାର , ଜୁଲାଇ ୯ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ମଙ୍ଗଳବାର , ଜୁଲାଇ ୯  ତାରିଖ – Daily Horoscope
ମେଷ
ଆଜି ସ୍ବଗୃହୀ ଚନ୍ଦ୍ର ଧନାଧିପ ଓ ଷଷ୍ଠାଧିପ ସହ ରହିଥିବାରୁ ପରିବାରରେ ଅର୍ଥ ସମ୍ପର୍କକୁ ନେଇ ବିବାଦ ଦେଖାଦେବ। କାମ ହାସଲ ପାଇଁ ମିତ୍ରମାନେ ପ୍ରଶଂସା ଗାନ କରିପାରନ୍ତି। ସନ୍ତାନଙ୍କ ଅଶାନ୍ତ ମନ, ଧନହାନି ସାଙ୍ଗକୁ ଘରୋଇ ବ୍ୟାପାରରେ ବନ୍ଧୁଙ୍କ ହସ୍ତକ୍ଷେପ ଦେଖି ଚିନ୍ତିତ ହେବେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ସମସ୍ୟା
ବୃଷ
ବୃଷ
ରାହୁଦୃଷ୍ଟିରେ ଚନ୍ଦ୍ର ଥିବାରୁ ମାନସିକ ଅସ୍ଥିରତା ଲାଗି ରହିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବନାହିଁ। ବନ୍ଧୁଙ୍କ ସହ ଆଲୋଚନା ସମୟରେ କଥା କଥାକେ ମଉଜିଆ କଥାକୁ ନେଇ କଳହ ଲାଗିପାରେ। ଅଫିସରେ ବିରକ୍ତି ପ୍ରକାଶକରି ପରୋକ୍ଷ ଶତ୍ରୁତାକୁ ନିମନ୍ତ୍ରଣ କରିପାରନ୍ତି। ଅଟକି ରହିଥିବା କାମର ଚିନ୍ତା ଆଜି ମନକୁ ଆନ୍ଦୋଳିତ କରିପାରେ।
ମିଥୁନ
ମିଥୁନ
ଆଜିର ଗ୍ରହ ପ୍ରଭାବରେ ମିଠାକଥାରେ ବନ୍ଧୁଙ୍କୁ ମନେଇ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟହାସଲ କରିବେ। ଅର୍ଥନୈତିକ ଅଭିବୃଦ୍ଧି ସହ ପାରିବାରିକ ଓ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ। ବିଭିନ୍ନ ଯୋଜନା ସାଙ୍ଗକୁ ସାଙ୍ଗଠନିକ କାର୍ଯ୍ୟ କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟିହେବ। ପରିବାରିକ ସମ୍ପର୍କ ହାନି ଫଳରେ ଚିନ୍ତା ପ୍ରକଟ କରିପାରନ୍ତି।
କର୍କଟ
କର୍କଟ
ଅନୁକୂଳ ଗ୍ରହ ପ୍ରଭାବରୁ ଲୋକପ୍ରିୟତା ବୃଦ୍ଧି, ସାମାଜିକ ସମ୍ମାନ, ମୂଲ୍ୟବାନ୍‌ ଗୃହୋପକରଣ କ୍ରୟ କରିବେ। ସାହିତ୍ୟ, କ୍ରୀଡ଼ା ସଙ୍ଗୀତାଦିରେ ପ୍ରତିଷ୍ଠା ବଢ଼ିବ ଓ ପାରିବାରିକ ଜୀବନରେ ଶାନ୍ତି ଫେରିଆସିବ। ବନ୍ଧୁଙ୍କ ସହ ବିବାଦ ଓ କାମରେ ପ୍ରତିବନ୍ଧକ ହେତୁ ଚିନ୍ତିତ ରହିପାରନ୍ତି। ସମସ୍ୟା ସମାଧାନରେ ଜଣେ ବ୍ୟକ୍ତି ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି।
ସି˚ହ
ସି˚ହ
ଏକାଦଶସ୍ଥ ରବି ହେତୁ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖି କାମ ହାସଲ କରିପାରିବେ। ମଘା ନକ୍ଷତ୍ର ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା ତଥା ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ବନ୍ଧୁଙ୍କ ସାହାଯ୍ୟରୁ ଆର୍ଥିକ ସ୍ଥିତି କେତେକାଂଶରେ ସୁଧୁରିଯିବ।
କନ୍ୟା
ମଙ୍ଗଳ ଅଷ୍ଟମସ୍ଥ ଯୋଗୁ ଭ୍ରାତୃବିବାଦ, ପଡ଼ୋଶୀଙ୍କ ସହ ମନାନ୍ତର, ସହକର୍ମୀଙ୍କ ସହ କଳହର ସୂଚନା ରହିଛି। ଭାଗ୍ୟଭାବସ୍ଥ ବୃହସ୍ପତି ଯୋଗୁ ଯେତେ ସମସ୍ୟା ସୃଷ୍ଟି ହେଲେ ହେଁ ଅସୁବିଧା ହେବ ନାହିଁ। ଅର୍ଥ ଦେବାନେବାକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ। ଶିଳ୍ପ, ପ୍ରଶାସନ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ।
ତୁଳା
ତୁଳା
ଆଜିର କର୍ମସ୍ଥ ଚନ୍ଦ୍ର ପ୍ରଭାବରୁ ସାମାଜିକ ପ୍ରତିଷ୍ଠା ଲାଭର ଯୋଗ ରହିଛି। ଦୂରଯାତ୍ରା, ବାଣିଜ୍ୟ ଏବଂ ନୂତନ ବନ୍ଧୁ ସମ୍ପର୍କ ସ୍ଥାପନରେ ସଫଳ ହେବେ। କୌଣସି ନିର୍ଦ୍ଦିଷ୍ଟ କାରଣ ନ ଥାଇ ଏବଂ ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ପରିବାରରେ ପିଲାଙ୍କ ଆଚରଣରେ ପରିବର୍ତ୍ତନ କାରଣରୁ ମନେ ମନେ ବିରକ୍ତି ପ୍ରକାଶ କରିବେ।
ବିଛା
ବିଛା
ଆପଣ ଯାହା ଖୋଜୁଛନ୍ତି ଓ ଆଶା କରୁଛନ୍ତି ସେଥିପାଇଁ ଭାଗ୍ୟସ୍ଥ ଚନ୍ଦ୍ର ଅନୁକୂଳ ପରିବେଶ ସୃଷ୍ଟିକରିବ। ମଙ୍ଗଳଙ୍କ ସୁପ୍ରଭାବରେ ଧୌର୍ଯ୍ୟଧାରଣ କରି ପରିସ୍ଥିତିର ମୁକାବିଲା କରିବା ଭଲ ହେବ। ଶିଳ୍ପ, କଳା, ସାହିତ୍ୟ, ସଭା ସମିତି ଓ ମନୋରଞ୍ଜନରେ ଆଗ୍ରହୀ ହେବେ। ସାଧାରଣ କଥାକୁ କେନ୍ଦ୍ରକରି ଟେନ୍‌ସନ ବଢ଼ିପାରେ।
ଧନୁ
ଧନୁ
ଦୁଃସ୍ଥାନସ୍ଥ ଚନ୍ଦ୍ର ଯୋଗୁ ମନରେ ବିଭିନ୍ନ ଦୁର୍ଭାବନା ସୃଷ୍ଟିହୋଇପାରେ। ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ଅସନ୍ତୋଷର ମାତ୍ରା କ୍ରମଶଃ ବୃଦ୍ଧି ପାଇବ। ଅତି ଦରକାରୀ ଜିନିଷଗୁଡ଼ିକ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ବହୁଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବା ସକାଶେ ମନ ବଳାଇପାରନ୍ତି।
ମକର
ମକର
ଶନି ପ୍ରଭାବରେ ଆର୍ଥିକ ସ୍ଥିତି ମଧ୍ୟମ ପ୍ରକାର ରହିବ ଏବଂ କାର୍ଯ୍ୟ ହାସଲରେ ଅନ୍ତରାୟ ସୃଷ୍ଟି ହେବନାହିଁ। ସମ୍ପର୍କୀୟ କାଳେ ଦେବାକୁ ପଡ଼ିବ, ଏହି କାରଣରୁ ପାଖ ମାଡ଼ିବେ ନାହିଁ। ପରିହାସଯୁକ୍ତ କଥା କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟି କରିବାରେ ସାହାଯ୍ୟ କରିବ। ପରିଜନଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା ହେତୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ଦୁର୍ଭାବନାଜନିତ ମାନସିକ ଶାନ୍ତି ରହି ନ ପାରେ। ବନ୍ଧୁଙ୍କ ସହ ଆଲୋଚନା, ଶୁଭେଚ୍ଛୁଙ୍କ ସୌହାର୍ଦ୍ଦ୍ୟ ଓ ଶୁଭ କାର୍ଯ୍ୟାରମ୍ଭ ସମ୍ପନ୍ନ ହେବାରେ ତ୍ରୁଟି ରହିବ ନାହିଁ। ଦିନଟିରେ ବହୁ ଭଲ କାମ କରିପାରିବେ। ବିଶେଷତଃ ଶତଭିଷା ନକ୍ଷତ୍ରର ଆଶା ପୂରଣ ହେବ ଏବଂ ଚେଷ୍ଟା କରୁଥିବା କାର୍ଯ୍ୟକୁ ପୂର୍ଣ୍ଣାଙ୍ଗ କରିପାରିବେ।
ମୀନମୀନ

କୋଣଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆନୁଷଙ୍ଗିକ ସାହାଯ୍ୟ ଲାଭପୂର୍ବକ କୌଣସି କାମ ଅଟକିବ ନାହିଁ। ଘରର ଅଶାନ୍ତ ପରିବେଶ କେତେକାଂଶରେ ଶାନ୍ତ ପଡ଼ିବାରୁ ଆଶ୍ୱସ୍ତି ଲାଭ କରିବେ। ଫେରନ୍ତା ବାଟରେ ବନ୍ଧୁଙ୍କୁ ଭେଟି ଆଗାମୀ କାଲିର ଯୋଜନା ପ୍ରସ୍ତୁତ କରି ପାରନ୍ତି। ବ୍ୟବସାୟରେ ଲାଭ ମିଳିବ ଏବଂ କୌଣସି ଅନ୍ୟ ଏକ ଉଦ୍ଦେଶ୍ୟରେ ସେହି ଟଙ୍କାକୁ ବିନିଯୋଗ କରିପାରନ୍ତି।

The post ରାଶିଫଳ: ମଙ୍ଗଳବାର , ଜୁଲାଇ ୯ ତାରିଖ – Daily Horoscope appeared first on Dharitri Odia News.