ରାଶିଫଳ: ମଙ୍ଗଳବାର, ନଭେମ୍ବର ୧୯ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି କାରଣରୁ ସ୍ଥଗିତ ଥିବା କାମ ହାସଲର ଅନୁକୂଳ ସୂଚନା ପାଇବେ। ପାରିବାରିକ ସମସ୍ୟାର ସମାଧାନ ଖୁସିକୁ ଦ୍ୱିଗୁଣିତ କରିବ। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ। ଏଣୁ ସତର୍କତା ଅବଲମ୍ବନ କରିବା ଭଲ। ଦ୍ୱିଜା ନକ୍ଷତ୍ର ବୈଷୟିକ ସମୃଦ୍ଧିଜନିତ ପ୍ରତିଷ୍ଠା ହାସଲ କରିପାରନ୍ତି। ବୃଷ ଆଜିର ଗ୍ରହ ସ୍ଥିତି ଆପଣଙ୍କୁ ବହୁବିଧ କର୍ମରେ ଅନୁପ୍ରବେଶ କରାଇପାରେ। କିନ୍ତୁ ଯାତ୍ରା, ବାଣିଜ୍ୟ ଓ ପ୍ରତିଦ୍ୱନ୍ଦ୍ୱିତା, ବିବାଦ ପ୍ରଭୃତି ପାଇଁ ଅନୁକୂଳ […] The post ରାଶିଫଳ: ମଙ୍ଗଳବାର, ନଭେମ୍ବର ୧୯ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ମଙ୍ଗଳବାର, ନଭେମ୍ବର ୧୯ ତାରିଖ – Daily Horoscope
ମେଷ
କର୍ମକ୍ଷେତ୍ରରେ ଦକ୍ଷତା ବୃଦ୍ଧି କାରଣରୁ ସ୍ଥଗିତ ଥିବା କାମ ହାସଲର ଅନୁକୂଳ ସୂଚନା ପାଇବେ। ପାରିବାରିକ ସମସ୍ୟାର ସମାଧାନ ଖୁସିକୁ ଦ୍ୱିଗୁଣିତ କରିବ। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ। ଏଣୁ ସତର୍କତା ଅବଲମ୍ବନ କରିବା ଭଲ। ଦ୍ୱିଜା ନକ୍ଷତ୍ର ବୈଷୟିକ ସମୃଦ୍ଧିଜନିତ ପ୍ରତିଷ୍ଠା ହାସଲ କରିପାରନ୍ତି।
ବୃଷ
ବୃଷ
ଆଜିର ଗ୍ରହ ସ୍ଥିତି ଆପଣଙ୍କୁ ବହୁବିଧ କର୍ମରେ ଅନୁପ୍ରବେଶ କରାଇପାରେ। କିନ୍ତୁ ଯାତ୍ରା, ବାଣିଜ୍ୟ ଓ ପ୍ରତିଦ୍ୱନ୍ଦ୍ୱିତା, ବିବାଦ ପ୍ରଭୃତି ପାଇଁ ଅନୁକୂଳ ରହିବ ନାହିଁ। ବନ୍ଧୁମାନେ ସୁଯୋଗକୁ ନିଜର ସ୍ବାର୍ଥ ସାଧନ ଦିଗରେ ଲଗାଇପାରନ୍ତି। ଭୁଲ୍‌ ବୁଝାମଣା କାରଣରୁ ଭାଇ କିମ୍ବା ଭଉଣୀଙ୍କ ସହ ସମ୍ପର୍କରେ ତିକ୍ତତା ସୃଷ୍ଟିହେବା ଆଶଙ୍କା ରହିଛି।
ମିଥୁନ
ମିଥୁନ
ଧନାଧିପ ରାଶିରେ ଅବସ୍ଥାନକରି ଅର୍ଥ ସମ୍ପର୍କିତ ସମସ୍ୟାକୁ ସୁଧାରିନେବେ। ପ୍ରତ୍ୟେକ ସ୍ତରରେ ବୁଝି ବିଚାରି ଓ ଭାବିଚିନ୍ତି କାମ କରିବା ଭଲ। ପରିବାରରେ ନିଜ ନିଜ ଜିଦ୍‌ରେ ଅଟଳ, ଅଚଳ ରହିବା କାରଣରୁ ଟିକିଏ ଟିକିଏ କଥାରେ କଳହ ଲାଗିପାରେ। ଆନୁଷ୍ଠାନିକ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିପାରନ୍ତି।
କର୍କଟ
କର୍କଟ
କୋଣଭାବସ୍ଥ ରବି ଓ ବୁଧ ବନ୍ଧୁଙ୍କ ସହଯୋଗରେ କାର୍ଯ୍ୟ ହାସଲ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବେ। ଆଲୋଚନା ପରିସରରେ ବିପକ୍ଷ ବ୍ୟକ୍ତିଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟହେବେ। ପ୍ରକାଶନ, ନିର୍ମାଣ କ୍ଷେତ୍ରରେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରୁ ସମସ୍ୟା ଦୂରହେବ।
ସି˚ହ
ସି˚ହ
କର୍ମଭାବସ୍ଥ ଗୁରୁଙ୍କ ଯୋଗୁ ଯେକୌଣସି ସମସ୍ୟାର ସମ୍ମୁଖୀନ ହେଲେ ମଧ୍ୟ ସବୁ କିଛି ପାଣିଫୋଟକା ପରି ମିଳାଇଯିବ। ପଡ଼ୋଶୀ କିମ୍ବା ସହକର୍ମୀଙ୍କ ସହ ସମ୍ପର୍କ ଯୋଡ଼ିବାରେ ସଫଳତା ପାଇବେ। ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣକରି ଉଚ୍ଚ ପ୍ରଶଂସିତ ହେବେ। ପାରିବାରିକ, ସାମାଜିକ ଏବଂ ଅର୍ଥନୈତିକ ପରିସ୍ଥିତି ସ୍ବାଭାବିକ ରହିବ।
କନ୍ୟା
ମୁଖଭାବ ଶୁକ୍ରଙ୍କ ରାଶି ହେତୁ ଆଜି ସୁସ୍ବାଦୁଭୋଜନ, ବସ୍ତ୍ରଭୂଷଣ, ସୁଖ, ସମ୍ମାନ ପ୍ରାପ୍ତି ଘଟିବ। ସମସ୍ୟା ସମାଧାନ କ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରି ଉପକୃତ ହେବେ। ଆଜିର ଆଲୋଚନା କ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି। ସନ୍ତାନହେତୁକ ଗୌରବାନ୍ବିତ ହେବାର ଯୋଗ ରହିଛି।
ତୁଳା
ତୁଳା
ଆଜିର ଭାଗ୍ୟଭାବସ୍ଥ ଚନ୍ଦ୍ର ଯାତ୍ରା, କର୍ମାରମ୍ଭ, ଋଣ ପରିଶୋଧ ପାଇଁ ରାସ୍ତା ସୁଗମ କରିପାରେ। କିନ୍ତୁ ସ୍ବାସ୍ଥ୍ୟହାନି, ଶତ୍ରୁତା ଓ ଆତ୍ମୀୟଙ୍କ ବିରୋଧ ସ୍ବର ଦୁଶ୍ଚିନ୍ତା ବଢ଼ାଇବ। ଆଲୋଚନା ପରିସରରେ ସମାଧାନର ସରଳ ସୂତ୍ର ବାହାର କରିବାରେ ସମର୍ଥହେବେ। ଆଜିର ଯାତ୍ରା ଶୁଭପ୍ରଦ ହେବ, ତଥାପି ଜିନିଷପତ୍ର ହଜିଯାଇପାରେ।
ବିଛା
ବିଛା
ଆଜିର ଗ୍ରହ ସ୍ଥିତି ଆପଣଙ୍କ ପାଇଁ ପ୍ରତିକୂଳ ନ ହେଲେ ମଧ୍ୟ ମଙ୍ଗଳ ଓ ଶନିଙ୍କ ଷଷ୍ଠାଷ୍ଟମ ସ୍ଥିତି ଟେନ୍‌ସନ ସୃଷ୍ଟି କରିବ। ସତର୍କତା ଅଭାବରୁ ଯାହା ଭାବୁଥିବେ କରିବା ବେଳକୁ ତାହା ଓଲଟା ହୋଇଯାଇପାରେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି। ସଙ୍ଗୀତ, କ୍ରୀଡ଼ା, ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ଚତୁର୍ଥ ସ୍ଥାନରେ ଶନିଙ୍କ ସ୍ଥିତି କାରଣରୁ ପରିବାର, ଲୋକ ସମ୍ପର୍କ ପାଇଁ ସମସ୍ୟାର କ୍ଷେତ୍ର ସୃଷ୍ଟି କରିପାରେ। ସରଳ ବିଶ୍ୱାସୀ ହେଲେ ଅସୁବିଧା ଭୋଗିବେ। ନୂତନ ବନ୍ଧୁ ପ୍ରସ୍ତାବ ସମ୍ପର୍କିତ ଆଲୋଚନା କରିବା ସୁଯୋଗ ପାଇବେ। ଆମତ୍ୀୟମାନଙ୍କ ଆର୍ଥିକ ସାହାଯ୍ୟରୁ ସ୍ଥଗିତ କାମ ତ୍ୱରାନ୍ବିତ ହେବା ସମ୍ଭାବନା ରହିଛି।
ମକର
ମକର
ସୋମବାର ଯାହା ଭାବୁଥିଲେ ତାହା ମଙ୍ଗଳବାର ବାସ୍ତବତାରେ ପରିଣତ ହେବ। ନୂତନ ବନ୍ଧୁଙ୍କ ସଂସ୍ପର୍ଶରେ ଆସି ଲକ୍ଷ୍ୟ ହାସଲକରିବେ। ପାରିବାରିକ କ୍ଷେତ୍ରରେ ବିରୋଧ କିମ୍ବା ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିପାରେ। କୌଣସି ଏକ ସାଧାରଣ କଥାକୁ ନେଇ ସ୍ତ୍ରୀଙ୍କ ସହ ଭୁଲ୍‌ ବୁଝାମଣା ସୃଷ୍ଟିହେବା ସୂଚନା ରହିବ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିଲେ ମଧ୍ୟ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ସକାଳ ସମୟରେ ଖୁସି ଖବର ପାଇପାରନ୍ତି, ଯାହାକି ସରକାରୀ କ୍ଷେତ୍ର ସମ୍ବନ୍ଧିତ ରହିବ। ରାଜନୀତି କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ତପତ୍ରତା ବଢ଼ିପାରେ।
ମୀନମୀନ

ଚନ୍ଦ୍ରଙ୍କ କେନ୍ଦ୍ରାବସ୍ଥିତି ଆପଣଙ୍କୁ କଳ୍ପନା ମାଧ୍ୟମରେ ଆନନ୍ଦ ପ୍ରଦାନ କରାଇବ। ବ୍ୟସ୍ତ ବିବ୍ରତ ନ ହୋଇ କାମଟିକୁ ଆରମ୍ଭକଲେ ଯଥା ସମୟରେ ସବୁ ଠିକ୍‌ ହୋଇଯିବ। ଅଫିସରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟିହେବା ସୂଚନା ରହିଛି। ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରତିଷ୍ଠା ସାଙ୍ଗକୁ ପ୍ରଶଂସିତ ହେବେ।

The post ରାଶିଫଳ: ମଙ୍ଗଳବାର, ନଭେମ୍ବର ୧୯ ତାରିଖ – Daily Horoscope appeared first on Dharitri Odia News.