ରାଶିଫଳ: ରବିବାର, ଏପ୍ରିଲ ୨୮ ତାରିଖ – Daily Horoscope

ମେଷ ଆଜି ନିଜ ରାଶି ଓ ଦ୍ୱାଦଶ ସ୍ଥାନରେ ଏକାଧିକ ଗ୍ରହ ଅବସ୍ଥାନ କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ରହିବ। ଅଫିସ୍‌ କାମରୁ ଜମା ଫୁରୁସତ୍‌ ପାଇବେ ନାହିଁ। ନୂତନ ଯୋଜନା ଆରମ୍ଭ କରିବା ସକାଶେ ମନ ବଳାଇ କୃତକାର୍ଯ୍ୟ ହେବେ। ପାରିବାରିକ ଅଶାନ୍ତି ଲାଗି ରହିଥିଲେ ମଧ୍ୟ ମନକୁ ବୁଝାଇ ରହିବାକୁ ବାଧ୍ୟ ହୋଇପାରନ୍ତି। ବୃଷ ବ୍ୟୟସ୍ଥ ଗ୍ରହ ପ୍ରଭାବରୁ ଖର୍ଚ୍ଚ ବୃଦ୍ଧି ପାଇଲେ ବି ସମସ୍ୟାର ଆଶୁ ସମାଧାନ କରିପାରିବେ। ପାରିବାରିକ କ୍ଷେତ୍ରରେ ପ୍ରତ୍ୟେକ […] The post ରାଶିଫଳ: ରବିବାର, ଏପ୍ରିଲ ୨୮ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ରବିବାର, ଏପ୍ରିଲ ୨୮ ତାରିଖ – Daily Horoscope
ମେଷ
ଆଜି ନିଜ ରାଶି ଓ ଦ୍ୱାଦଶ ସ୍ଥାନରେ ଏକାଧିକ ଗ୍ରହ ଅବସ୍ଥାନ କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟା ରହିବ। ଅଫିସ୍‌ କାମରୁ ଜମା ଫୁରୁସତ୍‌ ପାଇବେ ନାହିଁ। ନୂତନ ଯୋଜନା ଆରମ୍ଭ କରିବା ସକାଶେ ମନ ବଳାଇ କୃତକାର୍ଯ୍ୟ ହେବେ। ପାରିବାରିକ ଅଶାନ୍ତି ଲାଗି ରହିଥିଲେ ମଧ୍ୟ ମନକୁ ବୁଝାଇ ରହିବାକୁ ବାଧ୍ୟ ହୋଇପାରନ୍ତି।
ବୃଷ
ବୃଷ
ବ୍ୟୟସ୍ଥ ଗ୍ରହ ପ୍ରଭାବରୁ ଖର୍ଚ୍ଚ ବୃଦ୍ଧି ପାଇଲେ ବି ସମସ୍ୟାର ଆଶୁ ସମାଧାନ କରିପାରିବେ। ପାରିବାରିକ କ୍ଷେତ୍ରରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହେବାକୁ ପଡ଼ିପାରେ। ଆନୁଷ୍ଠାନିକ କାମରେ ଅପ୍ରିୟ ସତକଥା କହି ବିରୋଧୀ ହୋଇପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା ଓ ରାଜନୈତିକ କ୍ଷେତ୍ରରେ ସଫଳତା ପାଇବେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ପଦାଧିକାରୀଙ୍କ ସାହାଯ୍ୟ ଏବଂ ପଡ଼ୋଶୀଙ୍କ ସହୃଦୟତା ଚେଷ୍ଟା କରୁଥିବା କାମ ପାଇଁ ସହାୟକ ହେବ। ଘର ଭିତରେ କିମ୍ବା ପାଖରେ ନଥିବା ଦିନିଷଟି ପାଇଁ ତର୍କ ଓ ବିବାଦ ବଢ଼ିପାରେ। ପଡ଼ୋଶୀମାନେ କଥା କହି କାର୍ଯ୍ୟ ହାସଲ କରିବେ, ଯାହାକି ପରେ ପରିବାରରେ ସେଥିପାଇଁ କଳହର ଆଶଙ୍କା ରହିଛି।
କର୍କଟ
କର୍କଟ
କର୍ମଭାବସ୍ଥ ଗ୍ରହର ପ୍ରଭାବ ପ୍ରତ୍ୟେକ କାମକୁ ସଫଳତାର ସହ ସମ୍ପନ୍ନ କରାଇବାର ପଥ ପରିଷ୍କାର କରିଦେବେ। ଯାହାକୁ ଯାହା କହିବେ ସେହି ବ୍ୟକ୍ତି ଆଜ୍ଞାଧୀନ ଭାବରେ କାମ କରିବେ। ଆଜିର ପ୍ରତ୍ୟାବର୍ତ୍ତନ ପଥରେ କଷ୍ଟ ସ୍ବୀକାର କରିବାକୁ ପଡ଼ିବ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ଖୁସି ବ୍ୟାହତ ହେବ।
ସି˚ହ
ସି˚ହ
ଆପଣଙ୍କ ଲୋକପ୍ରିୟତା ପୂର୍ବପରି ଅକ୍ଷୁଣ୍ଣ ରହିବ ଏବଂ ଚେଷ୍ଟା କରୁଥିବା କାମରେ ସଫଳତା ପାଇବେ। ପୂର୍ବାଫାଲ୍‌ଗୁନୀ ନକ୍ଷତ୍ର କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଆମତ୍ୀୟ ମାନଙ୍କୁ ସାହାଯ୍ୟ କରିବାକୁ ଯାଇ ନିଜେ ହଇରାଣରେ ପଡ଼ିପାରନ୍ତି। ପ୍ରଶାସନିକ ସ୍ତରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ।
କନ୍ୟା
କର୍ମାଧିପଙ୍କ ଦୁର୍ବଳତା କାରଣରୁ ଆଜି ସହଜରେ କାମ ହାସଲ କରିପାରିବେ ନାହିଁ। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ସ୍ଥଗିତ କାମରେ ସାହାଯ୍ୟ କରିବା ସକାଶେ ପ୍ରିୟ ବନ୍ଧୁଟିର ପ୍ରତିଶ୍ରୁତି ପାଣିରଗାର ପରି ମନେହେବ। ଆନୁଷ୍ଠାନିକ କାମ, ନିର୍ମାଣ, ସଭାସମିତି ଓ ମଙ୍ଗଳଜନକ କାମରେ ଉତ୍ସାହିତ ହୋଇ କାମ କରିବେ।
ତୁଳା
ତୁଳା
ଉଚ୍ଚସ୍ଥ ରବି ହେତୁ ସଫଳତା ଅବଶ୍ୟମ୍ଭାବୀ ହେଲେ ମଧ୍ୟ ସମସ୍ୟାର ବଳୟରୁ ବାଦ୍‌ ପଡ଼ିବେ ନାହିଁ। କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ପାରସ୍ପରିକ ଉତ୍ତମ ବୁଝାମଣା ମଧ୍ୟରେ ସୁପ୍ରତିଷ୍ଠିତ ହେବ। କେତେକ କ୍ଷେତ୍ରରେ ପରୋକ୍ଷ ଶତ୍ରୁତା ବାଧା ସୃଷ୍ଟି କରିପାରେ। ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହେବାର ସୂଚନା ରହିଛି।
ବିଛା
ବିଛା
ଗୁରୁଦୃଷ୍ଟିରେ ଚନ୍ଦ୍ର ହେତୁ ଆଜି ଆପଣଙ୍କ ଚିନ୍ତାଧାରା ଓ ମନ ଚାହୁଁଥିବା ସମସ୍ତ କାମ ଯଥାବିଧି ହୋଇଯିବ। ସାଙ୍ଗସାଥୀଙ୍କ ସହ ନୂଆ ସ୍ଥାନକୁ ଯାଇପାରନ୍ତି। ଶନିଙ୍କ କୁପ୍ରଭାବ ଜନିତ ଅନ୍ୟମନସ୍କତାରୁ ଟଙ୍କା ପଇସା ହଜି ଯାଇପାରେ। ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ ଏବଂ ବିଶିଷ୍ଟ ବ୍ୟକ୍ତିମାନଙ୍କ ସଙ୍ଗଲାଭ କରିପାରନ୍ତି।
ଧନୁ
ଧନୁ
କୋଣଭାବସ୍ଥ ଶୁଭଗ୍ରହ ଜନିତ ବିବାଦୀୟ ଘଟଣାରେ, ବାଣିଜ୍ୟ, ବ୍ୟବସାୟରେ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମରୁ ପ୍ରଶଂସା ପାଇବେ। ପରିବାରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେଇପାରନ୍ତି। ଆର୍ଥିକ ଅନଟନ ଲାଗି ରହିବ, ମାତ୍ର ଆବଶ୍ୟକତା ପୂରଣ ହୋଇଯିବ। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ନୀରବ ରହିବାକୁ ବାଧ୍ୟ ହେବେ।
ମକର
ମକର
ଶୁକ୍ର ସହ ଗୁରୁଙ୍କ ସଂଯୋଗରୁ ଆପଣଙ୍କ ଦୂରଦର୍ଶିତା ଓ ବୁଦ୍ଧିମତ୍ତା ପ୍ରଭାବରୁ ସମସ୍ୟା ସମାଧାନ ହୋଇଯିବ। ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ବୁଝିବେ। କାର୍ଯ୍ୟହାନି ହେତୁକ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। କଳା, ସାହିତ୍ୟ, ଗବେଷଣା, ଆଇନ ଅଦାଲତ ଓ ସାମ୍ବାଦିକତା କ୍ଷେତ୍ର ମଧ୍ୟମ ପ୍ରକାରର ରହିବ।
କୁମ୍ଭ
କୁମ୍ଭ
ଷଷ୍ଠାଧିପତିଙ୍କ ପ୍ରଭାବରେ ପାରିବାରିକ ଅଶାନ୍ତି ସାଙ୍ଗକୁ ବନ୍ଧୁଙ୍କ ସହ ମତାନ୍ତର ହେତୁ ମନ ଭଲ ରହିନପାରେ। ଅବଶ୍ୟ ଆପଣ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ସାମାଜିକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ। କୌଣସି ନୀଚ ଜାତିର ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହୋଇ ପାରନ୍ତି।
ମୀନମୀନ

କର୍ମ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଦେଖାଦେଲେ ମଧ୍ୟ ପର କ୍ଷଣରେ ସବୁ ଠିକ୍‌ ହୋଇଯିବ। କେତେକ କ୍ଷେତ୍ରରେ ବୃଥା ଆଶଙ୍କା କରି ମନ ଅସ୍ଥିର ରହିପାରେ। ପ୍ରକୃତ ଘଟଣା ନ ବୁଝି ସହକର୍ମୀ ରାଗରେ ଗରଗର ହୋଇପାରନ୍ତି। ବନ୍ଧୁମିଳନ, ଦେବଦର୍ଶନ, ସତ୍‌ସଙ୍ଗ, ମନୋରଞ୍ଜନ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ। ସନ୍ତାନହେତୁକ ଚିନ୍ତା ଟଳିବ।

The post ରାଶିଫଳ: ରବିବାର, ଏପ୍ରିଲ ୨୮ ତାରିଖ – Daily Horoscope appeared first on Dharitri Odia News.