ରାଶିଫଳ: ରବିବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ଏକାଧିକ ଗ୍ରହ ମଧ୍ୟରେ ଦ୍ୱାଦଶସ୍ଥ ଚନ୍ଦ୍ର ହେତୁ ଆର୍ଥିକ ଉନ୍ନତି ସହ ମାନସିକ ଅସ୍ଥିରତା ଲାଗି ରହିବ। ପର୍ଯ୍ୟଟନ, ପରିଭ୍ରମଣ, ଦୂରଯାତ୍ରା ସକାଶେ ବହୁତ ଖର୍ଚ୍ଚାନ୍ତ ହେବେ। ଆତ୍ମୀୟସ୍ବଜନଙ୍କ ରୁଗ୍‌ଣ ସ୍ୱାସ୍ଥ୍ୟର ଆଶୁ ଚିକିତ୍ସା ପାଇଁ ଚିନ୍ତା ବଢ଼ିପାରେ। କର୍ମକ୍ଷେତ୍ରରେ ନିଜର ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିବ। ବୃଷ ସହକର୍ମୀଙ୍କ ପ୍ରେରଣାରେ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। କୌଣସି ଅସମର୍ଥିତ ସୂତ୍ରରୁ ଶୁଣାକଥା ମନକୁ ଭାରାକ୍ରାନ୍ତ କରିବ। ପ୍ରତ୍ୟେକ […] The post ରାଶିଫଳ: ରବିବାର, ମାର୍ଚ୍ଚ ୩୦ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ରବିବାର, ମାର୍ଚ୍ଚ ୩୦ ତାରିଖ – Daily Horoscope
ମେଷ
ଏକାଧିକ ଗ୍ରହ ମଧ୍ୟରେ ଦ୍ୱାଦଶସ୍ଥ ଚନ୍ଦ୍ର ହେତୁ ଆର୍ଥିକ ଉନ୍ନତି ସହ ମାନସିକ ଅସ୍ଥିରତା ଲାଗି ରହିବ। ପର୍ଯ୍ୟଟନ, ପରିଭ୍ରମଣ, ଦୂରଯାତ୍ରା ସକାଶେ ବହୁତ ଖର୍ଚ୍ଚାନ୍ତ ହେବେ। ଆତ୍ମୀୟସ୍ବଜନଙ୍କ ରୁଗ୍‌ଣ ସ୍ୱାସ୍ଥ୍ୟର ଆଶୁ ଚିକିତ୍ସା ପାଇଁ ଚିନ୍ତା ବଢ଼ିପାରେ। କର୍ମକ୍ଷେତ୍ରରେ ନିଜର ଇଚ୍ଛା ବିରୋଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିବ।
ବୃଷ
ବୃଷ
ସହକର୍ମୀଙ୍କ ପ୍ରେରଣାରେ କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। କୌଣସି ଅସମର୍ଥିତ ସୂତ୍ରରୁ ଶୁଣାକଥା ମନକୁ ଭାରାକ୍ରାନ୍ତ କରିବ। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ। ଆତ୍ମୀୟ ସ୍ବଜନଙ୍କ ସ୍ୱାସ୍ଥ୍ୟହାନିର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
ମିଥୁନ
ମିଥୁନ
ବନ୍ଧୁଙ୍କ ବ୍ୟବହାର ମନକୁ ନ ପାଇଲେ ମଧ୍ୟ ସମ୍ମୁଖରେ କିଛି କହିପାରିବେ ନାହିଁ। ବାରମ୍ବାର କ୍ଷତିର ସମ୍ମୁଖୀନ ହୋଇ ବ୍ୟବସାୟକୁ ସଙ୍କୁଚିତ କରିପାରନ୍ତି। ବିଦେଶ ଯାତ୍ରା ପ୍ରତି ଅନୁକୂଳ ସୁଯୋଗ ଆପେ ଆପେ ଜୁଟିଯିବ। ପାରିବାରିକ କ୍ଷେତ୍ରରେ ସମସ୍ୟା କେତେକାଂଶରେ କମି କମି ଆସିପାରେ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ, ଅନ୍ୟଥା ସମସ୍ୟାର ସମ୍ମୁଖୀନ ହେବେ। ପ୍ରଶାସନିକ କିମ୍ବା ଆନୁଷ୍ଠାନିକ କାମକୁ କେନ୍ଦ୍ରକରି ଟଣାଓଟରା ଲାଗିପାରେ। ବନ୍ଧୁ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରି ମୁଣ୍ଡରେ ହାତ ଦେଇ ବସିବେ। ସାଂସ୍କୃତିକ କାର୍ଯ୍ୟକ୍ରମରୁ ସାମାଜିକ ସ୍ତରରେ ସମ୍ମାନ ଲାଭ କରିିବେ।
ସି˚ହ
ସି˚ହ
କର୍ତ୍ତବ୍ୟରେ ଅବହେଳାଜନିତ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ। ଦୀର୍ଘ ଦିନର ପ୍ରତୀକ୍ଷା ପରେ ଆଜି ହଠାତ୍‌ କୌଣସି ଖବର ପାଇ ଖୁସି ହୋଇପାରନ୍ତି। ନିକଟ ବନ୍ଧୁମାନେ ଆବଶ୍ୟକତାକୁ ଯଥା ସମୟରେ ପୂରଣ କରିବାରେ ସମର୍ଥ ହେବେ। ମନୋରଞ୍ଜନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ପ୍ରଶଂସିତ ହୋଇପାରନ୍ତି।
କନ୍ୟା
ଉପରିସ୍ଥଙ୍କ ଆଦେଶାନୁସାରେ ବିଭିନ୍ନ କ୍ଷେତ୍ରରେ ନିଜକୁ ନିୟୋଜିତ କରିବାକୁ ବାଧ୍ୟ ହେବେ। ପ୍ରତିଯୋଗିତାରେ ସଫଳତା, କଚେରି ମାମଲାରେ ବିଜୟ, ବ୍ୟବସାୟରେ ଉନ୍ନତି ହେତୁ ମନ ଖୁସି ରହିବ। ଶତ୍ରୁତାର ଅବସାନ ଘଟାଇବା ସକାଶେ ଅନ୍ୟର ସାହାଯ୍ୟ ନେଇପାରନ୍ତି। ବନ୍ଧୁଙ୍କ କଥାରେ ଦୂରଯାତ୍ରା କରିବାକୁ ପଡ଼ିପାରେ।
ତୁଳା
ତୁଳା
ସେବା ଓ ପରୋପକାର ପ୍ରବୃତ୍ତିରୁ ପଡ଼ୋଶୀଙ୍କଠାରୁ ଅନୁରକ୍ତି ଲାଭ କରିବେ। ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ମିଳିବ। ଜମିଜମା, ମାଲିମକଦ୍ଦମା, ତର୍କବିତର୍କ ତଥା ବିବାଦୀୟ ଘଟଣାରେ ବିଜୟୀ ହେବେ। ନୂତନ କାର୍ଯ୍ୟ ପାଇଁ ହିତୈଷୀମାନଙ୍କ ନିକଟରୁ ପ୍ରେରଣା ମିଳିପାରେ।
ବିଛା
ବିଛା
ଆପଣଙ୍କ କାମରେ ସହଯୋଗ ସକାଶେ ଆତ୍ମୀୟମାନେ ସ୍ବାର୍ଥବାଦୀ ହେବା ସହ ମୁହଁ ଫେରାଇ ନେଇପାରନ୍ତି। ଅସାବଧାନବଶତଃ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଆଶଙ୍କାକୁ ଏଡ଼ି ଦେବା ଠିକ୍‌ ହେବ ନାହିଁ। ଲଘୁକ୍ରୋଧର ବଶବର୍ତ୍ତୀ ହୋଇ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ। ସାହିତ୍ୟ ଓ ରଚନାମତ୍କ କାମରେ ପ୍ରଶଂସା ପାଇବେ।
ଧନୁ
ଧନୁ
ବିଭିନ୍ନ ଦିଗରୁ ସମସ୍ୟା ଆସିଲେ ମଧ୍ୟ ତାହାର ସମାଧାନ କରିବାରେ ସଫଳ ହେବେ। ପରିବାର ଭିତରେ ସନ୍ଦେହ ଓ ଭୁଲ୍‌ ବୁଝାମଣାଜନିତ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେବ। ବ୍ୟବସାୟିକ ଉନ୍ନତି, ଅର୍ଥପାପ୍ତି, ସହ ବନ୍ଧୁ ମିଳନଜନିତ ଶୁଭଫଳ ମଧ୍ୟ ପାଇପାରନ୍ତି। ସ୍ୱାର୍ଥକୁ ଗୁରୁତ୍ୱ ଦେଇ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି।
ମକର
ମକର
କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତିର ସମାଧାନର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। କଳା, ସାହିତ୍ୟ, ସାମ୍ବାଦିକତା ତଥା ମନୋରଞ୍ଜନ କ୍ଷେତ୍ରରୁ ସୁଫଳ ମିଳିବ। ପରିବାରର ଆବଶ୍ୟକତାନୁଯାୟୀ ଔଷଧ ପତ୍ର, ଅଳଙ୍କାର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ପାରିବାରିକ କ୍ଷେତ୍ରରେ ଯୁକ୍ତିତର୍କଜନିତ ଭ୍ରାତୃସମ୍ପର୍କ କ୍ଷୁଣ୍ଣ ହୋଇପାରେ।
କୁମ୍ଭ
କୁମ୍ଭ
ଆଜି କେତେକ କ୍ଷେତ୍ରରେ ଭଲ କରିବାକୁ ଯାଇ ଓଲଟା ଫଳ ପାଇପାରନ୍ତି। ପାରିବାରିକ କ୍ଷେତ୍ରରେ କେତେକ ଅସ୍ବାଭାବିକ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ବିଭିନ୍ନ କ୍ଷେତ୍ରରୁ ଅର୍ଥ, ସମ୍ମାନ, ପ୍ରଶଂସା, ଶୁଭେଚ୍ଛା, ସଦ୍ଦିଛା ଲାଭ କରି ଖୁସି ହେବେ। ଭୁଲ୍‌ ବୁଝାମଣାରୁ ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍‌ ବୁଝିବେ।
ମୀନମୀନ

ଆଜି ଆପଣଙ୍କ କଥା ଓ କାମକୁ ଅନ୍ୟମାନେ ସମର୍ଥନ ଜଣାଇପାରନ୍ତି। ଆର୍ଥିକ ଉନ୍ନତି ସାଙ୍ଗକୁ ସମସ୍ୟାର ସମାଧାନ ମନକୁ ସ୍ଥିରତା ଆଣିବାରେ ସାହାଯ୍ୟ କରିବ। ବୃଥା ସନ୍ଦେହ ଓ ଭୁଲ୍‌ ବୁଝାମଣାରୁ ଅଶାନ୍ତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇପାରେ। ହଠାତ୍‌ ଜଣେ ବନ୍ଧୁଙ୍କ ଦ୍ୱାରା ଆହୂତ ଦୂରଯାତ୍ରାର ଯୋଜନା କରିପାରନ୍ତି।

The post ରାଶିଫଳ: ରବିବାର, ମାର୍ଚ୍ଚ ୩୦ ତାରିଖ – Daily Horoscope appeared first on Dharitri Odia News.