ରାଶିଫଳ: ଶନିବାର, ଜୁନ୍ ୧୪ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ନିକଟସ୍ଥ ବନ୍ଧୁଙ୍କ ସାହାଯ୍ୟ ସହଯୋଗ ଲାଭକରି ଉପକୃତ ହେବେ। ଅଟକି ରହିଥିବା କାର୍ଯ୍ୟ ତ୍ୱରାନ୍ବିତ କରିବେ। ପାରିବାରିକ ସ୍ତରରେ ଭାବପ୍ରବଣତା ପରିହାର ନ କଲେ ଦୁଶ୍ଚିନ୍ତାକୁ ଆମନ୍ତ୍ରଣ କରିବେ। ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ସାଙ୍ଗକୁ ବ୍ୟବସାୟ ଓ କର୍ମକ୍ଷେତ୍ର ଗତାନୁଗତିକ ରୀତିରେ ଗଡ଼ିଚାଲିବ। ବୃଷ ରୋହିଣୀ ନକ୍ଷତ୍ରର ପଦସ୍ଥବ୍ୟକ୍ତିଙ୍କ ସହ ସମ୍ପର୍କରେ ସମସ୍ୟା ଦେଖାଦେବ। ଆଲୋଚନା ପରିସରରେ ଅପ୍ରିୟ ସତ୍ୟ କଳହର କାରଣ ହୋଇପାରେ। ଅତୀତରୁ ରହିଆସିଥିବା ରୋଗପୀଡ଼ା, ଶତ୍ରୁତା […] The post ରାଶିଫଳ: ଶନିବାର, ଜୁନ୍ ୧୪ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ଶନିବାର, ଜୁନ୍ ୧୪  ତାରିଖ – Daily Horoscope
ମେଷ
ଆଜି ଦ୍ୱିଜା ନକ୍ଷତ୍ର ନିକଟସ୍ଥ ବନ୍ଧୁଙ୍କ ସାହାଯ୍ୟ ସହଯୋଗ ଲାଭକରି ଉପକୃତ ହେବେ। ଅଟକି ରହିଥିବା କାର୍ଯ୍ୟ ତ୍ୱରାନ୍ବିତ କରିବେ। ପାରିବାରିକ ସ୍ତରରେ ଭାବପ୍ରବଣତା ପରିହାର ନ କଲେ ଦୁଶ୍ଚିନ୍ତାକୁ ଆମନ୍ତ୍ରଣ କରିବେ। ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ସାଙ୍ଗକୁ ବ୍ୟବସାୟ ଓ କର୍ମକ୍ଷେତ୍ର ଗତାନୁଗତିକ ରୀତିରେ ଗଡ଼ିଚାଲିବ।
ବୃଷ
ବୃଷ
ରୋହିଣୀ ନକ୍ଷତ୍ରର ପଦସ୍ଥବ୍ୟକ୍ତିଙ୍କ ସହ ସମ୍ପର୍କରେ ସମସ୍ୟା ଦେଖାଦେବ। ଆଲୋଚନା ପରିସରରେ ଅପ୍ରିୟ ସତ୍ୟ କଳହର କାରଣ ହୋଇପାରେ। ଅତୀତରୁ ରହିଆସିଥିବା ରୋଗପୀଡ଼ା, ଶତ୍ରୁତା ଓ ଧାର କରଜ ସକାଶେ ଚିନ୍ତାକୁ ବଢ଼ାଇବ। କର୍ମ କ୍ଷେତ୍ର, ଯାନବାହନ, ଦୋକାନ ବାଡି, ସଭା ସମିତି, ସାଂସ୍କୃତିକ କାର୍ଯ୍ୟକ୍ରମରୁ ଉପକୃତ ହେବେ।
ମିଥୁନ
ମିଥୁନ
ପୁନର୍ବସୁ ନକ୍ଷତ୍ରର ଅର୍ଥଲାଭ, ସୁସ୍ଥ ମାନସିକତା, ବନ୍ଧୁସମ୍ପର୍କକୁ ଦୃଢ଼ୀଭୂତ କରିବ। ଆଜିର ଯାତ୍ରା ସମୟରେ ଅନ୍ୟମନସ୍କ କିମ୍ବା ଅସାବଧାନତା କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିପାରେ। ଅଭାବ ନଥିଲେ ମଧ୍ୟ ପାରିବାରିକ କ୍ଷେତ୍ରର ସମସ୍ୟା ବିଚଳିତ କରିପାରେ। ଲକ୍ଷ୍ୟହୀନ ଯାତ୍ରାରୁ ବିରତ ରହିବା ଭଲ ହେବ।
କର୍କଟ
କର୍କଟ
ଆଜି ଅଶ୍ଳେଷା ନକ୍ଷତ୍ରର ଦୀର୍ଘଦିନର ବନ୍ଧୁ ସମ୍ପର୍କ କ୍ଷୁଣ୍ଣ ହେବାର ଆଶଙ୍କା ରହିଛି। କିନ୍ତୁ ଭୋଗବିଳାସ ସାଙ୍ଗକୁ ଷ୍ଟେସନାରୀ ଜିନିଷ, ନୂତନ ବସ୍ତ୍ର ଅଳଙ୍କାରାଦି କ୍ରୟ ସକାଶେ ମନ ବଳାଇବେ। କାର୍ଯ୍ୟବ୍ୟସ୍ତ ଯୋଗୁ ଖାଦ୍ୟପେୟ ଠିକ୍‍ ରହିନପାରେ। ସଚେତନତା ଅଭାବରୁ ପୁରାତନ ରୋଗର ପୀଡ଼ା ବୃଦ୍ଧି ପାଇପାରେ ା
ସି˚ହ
ସି˚ହ
ସାଧାରଣ କଥାକୁ କେନ୍ଦ୍ରକରି ପାରିବାରିକ ସମ୍ପର୍କରେ ବ୍ୟାଘାତ ସୃଷ୍ଟି କରିବ। କୌଣସି କାମ ସକାଶେ ଆପଣଙ୍କ ଖର୍ଚ୍ଚ ପରିମାଣ ବଢ଼ିଯିବା ସାଙ୍ଗକୁ ମନରେ ଆଶଙ୍କା ଓ ଅସ୍ଥିରତା ଲାଗି ରହିପାରେ। ମଘା ନକ୍ଷତ୍ରର ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବ। କର୍ମକ୍ଷେତ୍ରରେ କାର୍ଯ୍ୟଦକ୍ଷତା ହେତୁ ସାମାଜିକ ସ୍ତରରେ ପ୍ରଶଂସିତ ହେବେ।
କନ୍ୟା
ଉତ୍ତରାଫାଲଗୁନୀ ନକ୍ଷତ୍ରର ପାରିବାରିକ ଜୀବନ ଓ ଲୋକସମ୍ପର୍କରେ ଶିଥିଳତା ଆଣିପାରେ। ଆଣ୍ଠୁଠାରୁ ଗୋଡ ତଳକୁ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରିବେ। ଅଟକି ରହିଥିବା କାମଟିକୁ ଆରମ୍ଭ କରିବାକୁ ମନ ବଳାଇପାରନ୍ତି। ପ୍ରଶାସନ ଓ ପ୍ରକାଶନ, ମକଦ୍ଦମାରେ ଶୁଭଫଳ ସଙ୍ଗକୁ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜିବେ।
ତୁଳା
ତୁଳା
ଆଜି କାର୍ଯ୍ୟସିଦ୍ଧି, ଯାତ୍ରା, ପ୍ରତିଯୋଗିତା, ପାରିବାରିକ ଜୀବନ ପାଇଁ ଅସୁବିଧା ହେବନାହିଁ। ସ୍ବାତୀନକ୍ଷତ୍ରର ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ଆଧ୍ୟାତ୍ମିକ ସଭାସମିତିରେ ପ୍ରଶଂସିତ ହେବେ। ଆଶା କରିଥିବା ବନ୍ଧୁଙ୍କ ନିକଟରୁ ଧାର ସୂତ୍ରରେ ଅର୍ଥ ପାଇ କାମ ହାସଲ କରିବେ। ଗବେଷଣା, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହୋଇପାରିବ।
ବିଛା
ବିଛା
ଆଜି ଅନୁରାଧା ନକ୍ଷତ୍ରର ଅପବ୍ୟୟ ସାଙ୍ଗକୁ ଦୂରଯାତ୍ରା ପାଇଁ ମାନସିକ ବ୍ୟଗ୍ରତା ସୃଷ୍ଟି କରିବ। ଦେଖି ଚାହିଁ ବୁଝିବିଚାରି କାମ ନ କଲେ ଅସୁବିଧା ଭୋଗିବେ। ଅଫିସ୍‍ କ୍ଷେତ୍ରରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ। ତଥାପି ବୈଷୟିକ ସୁଖ, ସମୃଦ୍ଧି, ଦ୍ରବ୍ୟଲାଭ, ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ସାମୟିକ ମନ ପ୍ରଫୁଲ୍ଲ ରହିପାରେ ା
ଧନୁ
ଧନୁ
ଉତ୍ତରାଷାଢ଼ା ନକ୍ଷତ୍ର ସକାଶେ ଆଜି କୌଣସି କାମ ସହଜରେ ସମ୍ପନ୍ନ ହେବନାହିଁ। ସମସ୍ୟା ସମାଧାନରେ ରାସ୍ତା ବାହାର କରିବାରେ ସମର୍ଥ ହେବେ। ଶାରୀରିକ ଅବସ୍ଥାରେ ଉନ୍ନତି ସାଙ୍ଗକୁ ସାମାଜିକ ସ୍ତରରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ। ମନୋଭାବକୁ ହଠାତ୍‍ ପ୍ରକାଶ କଲେ ବିବାଦ ଭିତରକୁ ଠେଲି ହୋଇଯାଇପାରନ୍ତି।
ମକର
ମକର
ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇଲେ ମଧ୍ୟ ସହଜ ଓ ସୁବିଧାଜନକ ସ୍ଥିତି ପାଇବେ ନାହିଁ। ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ହେତୁ ବ୍ୟସ୍ତ ରହିବେ। ଶ୍ରବଣା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତାରେ ନିର୍ମାଣାଧୀନ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ପଡ଼ୋଶୀଙ୍କ ସହାୟତାରେ ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟସମସ୍ୟା ଦୁଶ୍ଚିନ୍ତାର କାରଣ ହୋଇପାରେ। ବିବଦମାନ ସ୍ଥିତିରୁ ମୁକ୍ତି ମିଳିବ କିନ୍ତୁ ଶାନ୍ତି ଓ ସନ୍ତୋଷ ପାଇବେ ନାହିଁ। ନିର୍ମାଣାଧୀନ କାର୍ଯ୍ୟ କିମ୍ବା ନୂଆ ଯୋଜନାର ପରିକଳ୍ପନା ଉପରେ ଗୁରୁତ୍ୱ ଦେଇପାରନ୍ତି। ପ୍ରବାସୀ ବନ୍ଧୁ ନିଃସଙ୍ଗତା ବୋଧ କରିପାରନ୍ତି ଓ ଘର କଥା ମନକୁ ବାରମ୍ବାର ଆଲୋଡିତ କରିବ।
ମୀନମୀନ

ସମସ୍ୟା ସମାଧାନର ରାସ୍ତା ପାଉ ନ ଥିବାରୁ ମାନସିକ ଦୁଶ୍ଚିନ୍ତା ବୃଦ୍ଧି ପାଇବ। ପାରିବାରିକ ସହମତିରେ କାମ କରିଚାଲିଲେ କେତେକାଂଶରେ ଉପକୃତ ହେବେ। ସଭାସମିତିରେ ସଫଳତା ହାସଲ କରିବେ ଏବଂ ଅର୍ଥସଂକଟରୁ ରକ୍ଷା ପାଇପାରିବେ। ବନ୍ଧୁଙ୍କ ମାଧ୍ୟମରେ ଅପେକ୍ଷା କରିଥିବା ଖବରଟି ପାଇବା ସମ୍ଭାବନା ରହିଛି।

The post ରାଶିଫଳ: ଶନିବାର, ଜୁନ୍ ୧୪ ତାରିଖ – Daily Horoscope appeared first on Dharitri Odia News.