ରାଶିଫଳ: ଶୁକ୍ରବାର, ଡିସେମ୍ବର ୬ ତାରିଖ – Daily Horoscope

ମେଷ ଆଜିର ଗ୍ରହ ପ୍ରଭାବରେ ବିଭିନ୍ନ ଦିଗରୁ ଅର୍ଥ ସମାଗମ ହେବ କିନ୍ତୁ ସମସ୍ୟା ଛାଡିବ ନାହିଁ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ। ସନ୍ତାନଙ୍କ ବୈବାହ ଲାଗି ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାର ସୂଚନା ରହିଛି। ବୃଷ ବାଧକସ୍ଥାନରେ ତୃତୀୟାଧିପ ଯୋଗୁ ବନ୍ଧୁଙ୍କ ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଲାଭ କଷ୍ଟକର ହେବ। ସମ୍ପର୍କୀୟଙ୍କ ଚକ୍ରାନ୍ତରୁ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ। ଆମଦାନୀ […] The post ରାଶିଫଳ: ଶୁକ୍ରବାର, ଡିସେମ୍ବର ୬ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ଶୁକ୍ରବାର, ଡିସେମ୍ବର ୬ ତାରିଖ – Daily Horoscope
ମେଷ
ଆଜିର ଗ୍ରହ ପ୍ରଭାବରେ ବିଭିନ୍ନ ଦିଗରୁ ଅର୍ଥ ସମାଗମ ହେବ କିନ୍ତୁ ସମସ୍ୟା ଛାଡିବ ନାହିଁ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ। ସନ୍ତାନଙ୍କ ବୈବାହ ଲାଗି ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାର ସୂଚନା ରହିଛି।
ବୃଷ
ବୃଷ
ବାଧକସ୍ଥାନରେ ତୃତୀୟାଧିପ ଯୋଗୁ ବନ୍ଧୁଙ୍କ ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଲାଭ କଷ୍ଟକର ହେବ। ସମ୍ପର୍କୀୟଙ୍କ ଚକ୍ରାନ୍ତରୁ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ। ଆମଦାନୀ ବାଣିଜ୍ୟରେ ଉନ୍ନତି କରିବେ କିନ୍ତୁ ପରିବହନ ସମସ୍ୟାବହୁଳ ହୋଇପାରେ। ଅନ୍ତର୍ଦ୍ୱନ୍ଦ୍ୱ ପାଇ ଭ୍ରାତୃ ସମ୍ପର୍କରେ ଅବନତି ଘଟିବ।
ମିଥୁନ
ମିଥୁନ
ଧନସ୍ଥାନରେ ମଙ୍ଗଳଙ୍କ ସ୍ଥିତି ଅଭିଳାଷ ପୂରଣ ଦିଗରେ ସାହାଯ୍ୟ କରିବ। ଆରମ୍ଭ କରିଥିବା କାର୍ଯ୍ୟ ହାସଲ ପାଇଁ ଚେଷ୍ଟାକଲେ ନିଶ୍ଚିତ ଉପକୃତ ହେବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି ଯାହାକି ପରିସ୍ଥିତିକୁ ସରଳ କରିବାରେ ସହାୟକ ହେବ। ପ୍ରତିବନ୍ଧକ କାରଣରୁ ବ୍ୟବସାୟୀମାନଙ୍କ ପାଇଁ ଦିନଟି ଭଲରେ କଟିବ ନାହିଁ।
କର୍କଟ
କର୍କଟ
ଏକାଦଶସ୍ଥାନରେ ବୃହସ୍ପତି ଥିବାରୁ ଯାହା ଚାହୁଁଛନ୍ତି ତାହା ପାଇବାରେ ଅସୁବିଧା ହେବନାହିଁ। କିନ୍ତୁ କର୍ମକ୍ଷେତ୍ରରେ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଦୂରଯାତ୍ରାରେ କାର୍ଯ୍ୟସିଦ୍ଧି ଘଟିବ ମାତ୍ର ସୁଯୋଗ ପାଇବା ସହଜ ହୋଇ ନ ପାରେ। ପାରିବାରିକ ଜୀବନରେ ଅସହିଷ୍ଣୁତା ଓ ପକ୍ଷପାତିତା ଅଶାନ୍ତିର କାରଣ ହେବ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟର ଅଗ୍ରଗତି ଅଭାବରୁ ମନସ୍ତାପ କରିପାରନ୍ତି। ପରିବାରରେ ଭୁଲ୍‌ ବୁଝାମଣାରୁ ଘରେ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ସୂଚନା ରହିଛି। ଦେହ ଭଲ ରହିବା ସାଙ୍ଗକୁ ଗଠନମୂଳକ ପ୍ରସ୍ତାବ ନେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଯେଉଁ ଜିନିଷଟିକୁ ପାଇବାକୁ ଆଶା କରିଛନ୍ତି ତାହା ସାମାନ୍ୟ ବିଳମ୍ବରେ ପାଇବେ।
କନ୍ୟା
ଭାଗ୍ୟସ୍ଥାନକୁ ବୁଧ ଦେଖୁଥିବାରୁ ନିଜଲୋକମାନଙ୍କ ସହଯୋଗ ଲାଭ କରି ନୂତନ କର୍ମାରମ୍ଭ କରିବାରେ ସମର୍ଥ ହେବେ। ଭଲ ସମ୍ପର୍କ ନ ଥିବା ବନ୍ଧୁଙ୍କ ଛଳନାତ୍ମକ କଥାକୁ ବୁଝି ପାରିବେନି। ସାହିତ୍ୟ, ଚିତ୍ରକଳା, ଲେଖାପଢ଼ା ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କିତ ଦୁଶ୍ଚିନ୍ତା ମନକୁ ଆସିବ।
ତୁଳା
ତୁଳା
ଧନାଧିପ ଭାଗ୍ୟସ୍ଥ ଯୋଗୁ ଅର୍ଥନୈତିକ ଅଭିବୃଦ୍ଧି ସହ ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ବନ୍ଧୁଙ୍କ ଜରିଆରେ ବିଭ୍ରାନ୍ତିକର ଖବର ପାଇ ବିବ୍ରତ ହୋଇପାରନ୍ତି। କର୍ମକ୍ଳାନ୍ତ ଶରୀର ସାଙ୍ଗକୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ମନକୁ ନ ପାଇବା ହେତୁ କିଣି ଆଣିଥିବା ଜିନିଷ ଠିକ୍‌ ବଦଳାଇବା ପାଇଁ କଷ୍ଟକର ହେବାର ସୂଚନା ରହିଛି।
ବିଛା
ବିଛା
ଚତୁର୍ଥସ୍ଥ ଶନି ଆପଣଙ୍କ ଲକ୍ଷ୍ୟହୀନ ଭ୍ରମଣ ସାଙ୍ଗକୁ କାର୍ଯ୍ୟ କ୍ଷେତ୍ରକୁ ଶୃଙ୍ଖଳିତ ରଖିବ ନାହିଁ। ଆଶା କରୁଥିବା ଅର୍ଥ ପାଇବା ସହଜ ହେବନାହିଁ ବରଂ ଖର୍ଚ୍ଚାନ୍ତ ହୋଇ ମନସ୍ତାପ କରିବେ। ପରୋକ୍ଷ ଶତ୍ରୁତା କାରଣରୁ କର୍ମକ୍ଷେତ୍ରର ଘଟଣାଗୁଡ଼ାକ ଅସାଧାରଣ ମନେହେବ। ପରିବାରରେ ନିଜ ଜିଦ୍‌ରେ ଅଟଳ ରହି ସମସ୍ୟାକୁ ନିମନ୍ତ୍ରଣ କରିପାରନ୍ତି।
ଧନୁ
ଧନୁ
ଆଜି ଖର୍ଚ୍ଚ ବୃଦ୍ଧି କିମ୍ବା ଅର୍ଥ ସମ୍ପର୍କିତ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ଆଶାନୁରୂପକ ସଫଳତା ହାସଲରେ ଜଣେ ବନ୍ଧୁ ସାହାଯ୍ୟ କରିବେ। କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ ନ କଲେ ପଶ୍ଚାନ୍ତେ ଅନୁତାପ କରିବାକୁ ପଡିପାରେ।
ମକର
ମକର
ଆପଣଙ୍କ ବନ୍ଧୁଙ୍କ ପ୍ରତି ଅନୁରକ୍ତି ପାରିବାରିକ କଳହକୁ ନିମନ୍ତ୍ରଣ କରିବ। ଅଫିସ କାମରେ ଫାଇଲ୍‌ କାମ ଅଟକିବା ସକାଶେ ଅନୁତପ୍ତ ହେବେ । ଆଜିର ଯାତ୍ରାର ଲକ୍ଷ୍ୟ ପୂରଣ ହେବ ମାତ୍ର ଖର୍ଚ୍ଚ ପରିମାଣ ବୃଦ୍ଧିରୁ ଅଶାନ୍ତି ରହିପାରନ୍ତି। ପୂର୍ବ ଶତ୍ରୁତାକୁ ନେଇ ଈର୍ଷା ଓ ଅସୂୟା ମନୋଭାବ ପୋଷଣ କରି ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି।
କୁମ୍ଭ
କୁମ୍ଭ
ପଦାଧିକାରୀଙ୍କ ଆନୁଷଙ୍ଗିକ ସାହାଯ୍ୟ ଲାଭକରି ଅଟକିଥିବା କାମକୁ ସମ୍ପନ୍ନ କରିବାରେ ସମର୍ଥ ହେବେ। ଅତୀତର ବିବାଦୀୟ ଘଟଣା ମନକୁ ବିବ୍ରତ କରିପାରେ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ ଏଣୁ ସାବଧାନତା ନିତାନ୍ତ ଦରକାର। ଯାତ୍ରା, ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।
ମୀନମୀନ

ପ୍ରତ୍ୟେକ ଦୃଷ୍ଟିକୋଣରୁ ଗ୍ରହସ୍ଥିତି ଆଜିର ଜୀବନଯାତ୍ରା ପାଇଁ ଅନୁକୂଳ ରହିବ। ଆଶା କରୁଥିବା ବନ୍ଧୁଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ଆର୍ଥିକ ଅଭାବ ଓ ଅନଟନ କେତେକ କାମକୁ ସ୍ଥଗିତ ରଖିଦେଇପାରେ।

The post ରାଶିଫଳ: ଶୁକ୍ରବାର, ଡିସେମ୍ବର ୬ ତାରିଖ – Daily Horoscope appeared first on Dharitri Odia News.