ରାଶିଫଳ: ସୋମବାର, ଅକ୍ଟୋବର ୧୪ ତାରିଖ – Daily Horoscope

ମେଷ ଆଜି ଘରର କେତେକ ଅକୁହା କଥାକୁ ଚିନ୍ତାକରି ମନରେ ଆଲୋଡ଼ନ ସୃଷ୍ଟି ହେବ। ପରୋକ୍ଷ ଶତ୍ରୁତାଜନିତ ଭୟ ଓ ଆଶଙ୍କାରେ ବିବ୍ରତ ରହିବେ। ପରିସ୍ଥିତିର ତାଡ଼ନାରେ କେତେକ କାମ କରିବାକୁ ବାଧ୍ୟ ହେବେ। ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ ସହକର୍ମୀଙ୍କ ସହିତ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ବୃଷ ଅନ୍ୟମାନଙ୍କ ଭଲ ସକାଶେ ନିଜକୁ ଉତ୍ତରଦାୟୀ ହେବାକୁ ପଡ଼ିପରେ। ପରିସ୍ଥିତିକୁ ସୁଧାରିବା ସକାଶେ ଅଭାବ ପୂରଣ ଦିଗରେ ଚେଷ୍ଟା କଲେ ସଫଳତା ମିଳିବ। ଅସମ୍ପୂର୍ଣ୍ଣ କାମରୁ ପୂର୍ଣ୍ଣାଙ୍ଗ […] The post ରାଶିଫଳ: ସୋମବାର, ଅକ୍ଟୋବର ୧୪ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ସୋମବାର, ଅକ୍ଟୋବର ୧୪ ତାରିଖ – Daily Horoscope
ମେଷ
ଆଜି ଘରର କେତେକ ଅକୁହା କଥାକୁ ଚିନ୍ତାକରି ମନରେ ଆଲୋଡ଼ନ ସୃଷ୍ଟି ହେବ। ପରୋକ୍ଷ ଶତ୍ରୁତାଜନିତ ଭୟ ଓ ଆଶଙ୍କାରେ ବିବ୍ରତ ରହିବେ। ପରିସ୍ଥିତିର ତାଡ଼ନାରେ କେତେକ କାମ କରିବାକୁ ବାଧ୍ୟ ହେବେ। ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ ସହକର୍ମୀଙ୍କ ସହିତ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ।
ବୃଷ
ବୃଷ
ଅନ୍ୟମାନଙ୍କ ଭଲ ସକାଶେ ନିଜକୁ ଉତ୍ତରଦାୟୀ ହେବାକୁ ପଡ଼ିପରେ। ପରିସ୍ଥିତିକୁ ସୁଧାରିବା ସକାଶେ ଅଭାବ ପୂରଣ ଦିଗରେ ଚେଷ୍ଟା କଲେ ସଫଳତା ମିଳିବ। ଅସମ୍ପୂର୍ଣ୍ଣ କାମରୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ବାଲ୍ୟବନ୍ଧୁ ସାହାଯ୍ୟ କରିବେ। ସରକାରୀ ସ୍ତରରୁ ବକେୟା ପାଇବାରେ ବିଳମ୍ବ ଘଟିବା କାରଣରୁ ଅଶାନ୍ତ ରହିପାରନ୍ତି।
ମିଥୁନ
ମିଥୁନ
ଦୀର୍ଘଦିନରୁ ଚେଷ୍ଟା କରୁଥିବା କାମରୁ ବନ୍ଧୁଙ୍କ ମାଧ୍ୟମରେ ଅର୍ଥ ପାଇବେ। ବ୍ୟବସାୟରେ ଶାଖା ପ୍ରଶାଖା ଖୋଲିବା ସକାଶେ କିଛି ନୂତନତ୍ୱ ଯୋଡି ପାରନ୍ତି। ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝି ପାରିବାରିକ ସମ୍ପର୍କକୁ ତିକ୍ତ କରିପାରନ୍ତି। ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଜଞ୍ଜାଳ ବୃଦ୍ଧି ପାଇପାରେ।
କର୍କଟ
କର୍କଟ
ମାନସିକ ଅସ୍ଥିରତା ମଧ୍ୟରେ ଦୂରଯାତ୍ରା ସହ କାମକୁ ପୂର୍ଣ୍ଣାଙ୍ଗ କରିବାରେ ସମର୍ଥ ହେବେ। ଯାହା ଖୋଜୁଥିଲେ ତାହା ନିର୍ଦ୍ଦିଷ୍ଟ ସମୟରେ ନ ପାଇ ସାମାନ୍ୟ ବିଳମ୍ବରେ ପାଇବେ। ଖାଦ୍ୟର ଅନିୟମିତତା କାରଣରୁ ପେଟ ଗୋଳମାଳରୁ ପୀଡ଼ା ଅନୁଭବ କରିପାରନ୍ତି। ଗୁରୁଜନ ଓ ହିତୈଷୀଙ୍କ ପରାମର୍ଶରେ ନୂତନ କର୍ମାରମ୍ଭ କରିବା ପ୍ରୀତିପଦ ହେବ।
ସି˚ହ
ସି˚ହ
ଦୂରଦର୍ଶିତା ଅଭାବରୁ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡିପାରନ୍ତି। ବନ୍ଧୁଙ୍କ ପରାମର୍ଶରେ ଆବଶ୍ୟକତା ପୂରଣ ସକାଶେ ଧାର ସୂତ୍ରରେ ଅର୍ଥ ପାଇବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ଆନୁଷଙ୍ଗିକ ସାହାଯ୍ୟ ଲାଭକରି ନିର୍ମାଣ କାର୍ଯ୍ୟ ଜୋରରେ ଆଗକୁ ବଢି ଚାଲିବ।
କନ୍ୟା
କର୍ମକ୍ଷେତ୍ରରେ ନିଜ ଲୋକମାନଙ୍କ ସାହାଯ୍ୟରୁ କାମ ହାସଲ କରିବେ। ପାରିବାରିକ ବ୍ୟତିକ୍ରମ କେତେକାଂଶରେ ହାଲୁକା ମନେହେବ। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଥିବାର ଅନୁଭବ କରିପାରନ୍ତି ।
ତୁଳା
ତୁଳା
ପାରିବାରିକ ସ୍ଥିତି ପୂର୍ବାପେକ୍ଷା ବହୁଳାଂଶରେ ବଦଳିଯିବାରୁ ଏକପ୍ରକାର ଆଶ୍ୱସ୍ତିଲାଭ କରିବେ। କର୍ମଜଞ୍ଜାଳ ବୃଦ୍ଧି ପାଇବା କାରଣରୁ କାର୍ଯ୍ୟବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍‌ ରହିବ ନାହିଁ। ଉପରିସ୍ଥଙ୍କ ଅନୁକମ୍ପା ଓ ସହକର୍ମୀଙ୍କ ସୌହାର୍ଦ୍ଦ୍ୟରୁ ଅର୍ଥ ସମ୍ପର୍କିତ ଟେନସନ୍‌ ଦୂର ହେବ। ଲେଖାପଢ଼ା, ବାଣିଜ୍ୟ କ୍ଷେତ୍ରରୁ ଶୁଭଫଳ ପାଇବେ।
ବିଛା
ବିଛା
ନିୟମିତ ଔଷଧସେବନ ଏବଂ ଯୋଗ ପ୍ରଭାବରେ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ପାରିବାରିକ ଆବଶ୍ୟକତା ପୂରଣ କରିବା ସକାଶେ ଋଣ ସୂତ୍ରରେ ଅର୍ଥଲାଭ କରିବେ। ଆଜିର ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ଆପୋସ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ।
ଧନୁ
ଧନୁ
ବନ୍ଧୁଙ୍କ ମାଧ୍ୟମରେ ସକାଳୁ ସକାଳୁ ଶୁଭଖବର ପାଇ ମନ ଖୁସି ହୋଇଯିବ। ଆନୁଷ୍ଠାନିକ କାମ, କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରଶଂସା ମିଳିବ। ପାରିବାରିକ କ୍ଷେତ୍ରରେ ଶେଷ ମୁହୂର୍ତ୍ତରେ ନିଷତ୍ତି ପରିବର୍ତ୍ତନ କରିପାରନ୍ତି। ମାଙ୍ଗଳିକ କାମର ଫଳପ୍ରଦ ଆଲୋଚନା କରି ଏକପ୍ରକାର ଶାନ୍ତିରେ ନିଃଶ୍ୱାସ ମାରିବେ।
ମକର
ମକର
ପୂର୍ବ ନିର୍ଦ୍ଧାରିତ ଆଲୋଚନା ପ୍ରକାରେ ଘରେ ଆମୋଦ ପ୍ରମୋଦର ସୁଅ ଛୁଟିବ। ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କରିବାକୁ ଏକ ପ୍ରକାର ବାଧ୍ୟ ହୋଇପାରନ୍ତି। ଯାନବାହନ କ୍ଷେତ୍ରରେ ସତର୍କ ରହିବା ଭଲ ହେବ ନତୁବା ବହୁମୂଲ୍ୟ ଦେବାକୁ ପଡ଼ିପାରେ। ଜମିଜମା କାରବାରରେ ପ୍ରତିବନ୍ଧକ ଦୂରେଇଯିବ ଏବଂ ଆପଣଙ୍କ ଆଲୋଚନା ନିଷ୍ଫଳ ହେବନାହିଁ।
କୁମ୍ଭ
କୁମ୍ଭ
ଯେଉଁ ଲୋକଟି ଦିନେ ଅସୁବିଧା ପଡିଲେ ମୋତେ କିଛି କହିବ ବୋଲି କହୁଥିଲେ ଆଜି ହିଁ ତାଙ୍କ ସହ ମିଶିବାର ପ୍ରକୃଷ୍ଟ ଦିନ। ନିଜ ପରିସରରେ ସଭାସମିତିକୁ ଆହୂତ ହୋଇ ସଫଳତା ହାସଲ କରିବେ। ବ୍ୟବସାୟୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିବ। ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିଲେ ମଧ୍ୟ ମାନସିକ ସ୍ଥିତି ବିଶେଷ ଭଲ ରହି ନ ପାରେ।
ମୀନମୀନ

ପରିବାରରେ କିଛିଟା ସମସ୍ୟା ଲାଗିରହିଥିବାରୁ ମାନସିକ ଅସ୍ଥିରତା ଦେଖାଦେବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ। ବକେୟା ଅର୍ଥ ଆଦାୟ କରିବାରେ ବନ୍ଧୁ ସାହାଯ୍ୟ କରିବେ। ଉପରିସ୍ଥଙ୍କ ତାଗିଦା କାରଣରୁ କର୍ମକ୍ଷେତ୍ରରେ ଦାୟିତ୍ୱବୋଧ ବଢ଼ିଯିବ।

The post ରାଶିଫଳ: ସୋମବାର, ଅକ୍ଟୋବର ୧୪ ତାରିଖ – Daily Horoscope appeared first on Dharitri Odia News.