ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ଅନ୍ତିମ ଯାତ୍ରାରେ ଯୋଗ ଦେବାକୁ ଇରାନ ଯିବେ ଉପରାଷ୍ଟ୍ରପତି
ନୂଆଦିଲ୍ଲୀ: ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ଅନ୍ତିମ ଯାତ୍ରାରେ ଶୋକ ପ୍ରକାଶ କରିବାକୁ ଇରାନ ଗସ୍ତ କରିବେ ଉପରାଷ୍ଟ୍ରପତି ଜଗଦିଶ ଧନଖଡ଼। ଏନେଇ ଭାରତ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହା ପୂର୍ବରୁ ରବିବାର ତାଙ୍କ ବିୟୋଗ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋସିଆଲ୍ ମିଡିଆରେ ଶୋକ ବାର୍ତ୍ତା ଦେଇଥିଲେ। ଏବେ ଉପରାଷ୍ଟ୍ରପତି ଖୋଦ୍ ଇରାନ ଗସ୍ତ କରିବେ।ମଙ୍ଗଳବାର ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି “ ମେ ୧୯ ତାରିଖରେ ଏକ ଦୁର୍ଭାଗ୍ୟଜନକ ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ସୟଦ ଇବ୍ରାହିମ୍ ରାଇସି, ବୈଦେଶିକ ବ୍ୟାପାର ମନ୍ତ୍ରୀ ହୋସେନ୍ ଆମୀର-ଅବଦୋଲ୍ଲାହିନ ଏବଂ ଅନ୍ୟ ଇରାନର ଅଧିକାରୀଙ୍କ ଦୁଃଖଦ ମୃତ୍ୟୁରେ ସମବେଦନା ଜଣାଇବାକୁ ଆୟୋଜିତ ସମାରୋହରେ ଯୋଗ ଦେବାକୁ ଭାରତର ଉପ-ରାଷ୍ଟ୍ରପତି ଜଗଦୀପ ଧନଖର ୨୨ ମେଁରେ ଇସଲାମିକ୍ ରିପବ୍ଲିକ୍ ଇରାନ ଗସ୍ତରେ ଯିବେ।” ଏହା ପୂର୍ବରୁ ମଙ୍ଗଳବାର ଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଦିଲ୍ଲୀର ଇରାନ ଦୂତାବାସକୁ ଯାଇ ଏହି ଦୁଃଖଦ ଦୁର୍ଘଟଣାରେ ରାଷ୍ଟ୍ରପତି ରଇସି ଏବଂ ବୈଦେଶିକ ମନ୍ତ୍ରୀଙ୍କ ମୃତ୍ୟୁକୁ ନେଇ ଭାରତ ପକ୍ଷରୁ ଗଭୀର ସମବେଦନା ଜଣାଇଥିଲେ। ଏହି ଦୁଃଖ ସମୟରେ ଭାରତ ଇରାନବାସୀଙ୍କ ସହ ଛିଡ଼ା ହୋଇଛି ବୋଲି ଜୟଶଙ୍କର କହିଛନ୍ତି। ଏଥିସହିତ ରଇସିଙ୍କ ବିୟୋଗରେ ମ
ନୂଆଦିଲ୍ଲୀ: ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ଅନ୍ତିମ ଯାତ୍ରାରେ ଶୋକ ପ୍ରକାଶ କରିବାକୁ ଇରାନ ଗସ୍ତ କରିବେ ଉପରାଷ୍ଟ୍ରପତି ଜଗଦିଶ ଧନଖଡ଼। ଏନେଇ ଭାରତ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏହା ପୂର୍ବରୁ ରବିବାର ତାଙ୍କ ବିୟୋଗ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋସିଆଲ୍ ମିଡିଆରେ ଶୋକ ବାର୍ତ୍ତା ଦେଇଥିଲେ। ଏବେ ଉପରାଷ୍ଟ୍ରପତି ଖୋଦ୍ ଇରାନ ଗସ୍ତ କରିବେ।
ମଙ୍ଗଳବାର ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିବୃତ୍ତିରେ କୁହାଯାଇଛି “ ମେ ୧୯ ତାରିଖରେ ଏକ ଦୁର୍ଭାଗ୍ୟଜନକ ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ସୟଦ ଇବ୍ରାହିମ୍ ରାଇସି, ବୈଦେଶିକ ବ୍ୟାପାର ମନ୍ତ୍ରୀ ହୋସେନ୍ ଆମୀର-ଅବଦୋଲ୍ଲାହିନ ଏବଂ ଅନ୍ୟ ଇରାନର ଅଧିକାରୀଙ୍କ ଦୁଃଖଦ ମୃତ୍ୟୁରେ ସମବେଦନା ଜଣାଇବାକୁ ଆୟୋଜିତ ସମାରୋହରେ ଯୋଗ ଦେବାକୁ ଭାରତର ଉପ-ରାଷ୍ଟ୍ରପତି ଜଗଦୀପ ଧନଖର ୨୨ ମେଁରେ ଇସଲାମିକ୍ ରିପବ୍ଲିକ୍ ଇରାନ ଗସ୍ତରେ ଯିବେ।”
ଏହା ପୂର୍ବରୁ ମଙ୍ଗଳବାର ଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଦିଲ୍ଲୀର ଇରାନ ଦୂତାବାସକୁ ଯାଇ ଏହି ଦୁଃଖଦ ଦୁର୍ଘଟଣାରେ ରାଷ୍ଟ୍ରପତି ରଇସି ଏବଂ ବୈଦେଶିକ ମନ୍ତ୍ରୀଙ୍କ ମୃତ୍ୟୁକୁ ନେଇ ଭାରତ ପକ୍ଷରୁ ଗଭୀର ସମବେଦନା ଜଣାଇଥିଲେ। ଏହି ଦୁଃଖ ସମୟରେ ଭାରତ ଇରାନବାସୀଙ୍କ ସହ ଛିଡ଼ା ହୋଇଛି ବୋଲି ଜୟଶଙ୍କର କହିଛନ୍ତି। ଏଥିସହିତ ରଇସିଙ୍କ ବିୟୋଗରେ ମଙ୍ଗଳବାର ଗୋଟିଏ ଦିନ ପାଇଁ ସାରା ଦେଶରେ ଶୋକପାଳନ କରାଯାଇଥିଲା।