ରାଷ୍ଟ୍ରପତି ଜେଲେଂସ୍କିଙ୍କୁ ଭେଟିଲେ ମୋଦି, ଦେଖନ୍ତୁ ଖାସ୍ ମୁହୂର୍ତ୍ତର Video
କିଭ୍ : ଋଷିଆ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁଦ୍ଧ ଦେଶ ଗସ୍ତରେ ଅଛନ୍ତି। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶୁକ୍ରବାର ୟୁକ୍ରେନ ରାଷ୍ଟ୍ରପତି ଭୋଲେଦିମୀର ଜେଲେଂସ୍କିଙ୍କୁ ଭେଟିଛନ୍ତି। ସାକ୍ଷାତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଜେଲେଂସ୍କିଙ୍କ କାନ୍ଧରେ ହାତ ରଖି ତାଙ୍କ ହାଲଚାଲ ପଚାରି ବୁଝିବା ସହ ଦେଶର ହାଲଚାଲ ନେଇ ଚର୍ଚ୍ଚା କରିଛନ୍ତି। କିଭ୍ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ଜାତୀୟ ସଂଗ୍ରହାଳୟକୁ ଯାଇଥିଲେ। ଏହିଠାରେ ଜେଲେଂସ୍କି ଓ ମୋଦିଙ୍କ ସାକ୍ଷାତ ହୋଇଥିବା ବେଳେ ଯୁଦ୍ଧରେ ପ୍ରାଣ ହରାଇଥିବା ଶିଶୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ୟୁକ୍ରେନ ଯାତ୍ରା ଋଷିଆ ଓ ୟୁକ୍ରେନ ମଧ୍ୟରେ ସଂଘର୍ଷ ସ୍ଥିତିରେ ଆଲୋଚନା ଲାଗି ଋଷିଆ ଯାତ୍ରାର ୬ ସପ୍ତାହ ପରେ ଅନୁଷ୍ଠିତ ହେଉଛି। କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ୟୁକ୍ରେନ ଗସ୍ତ। ଏହାକୁ ନେଇ ଦୁଇ ଦେଶଙ୍କ ସମ୍ପର୍କ ଆହୁରି ମଜଭୁତ ହେବ ବୋଲି ଆଶା କରାଯାଉଛି। ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ୪ ଦଶନ୍ଧୀ ପରେ ପ୍ରଧାନମନ୍ତ୍ରୀଙ୍କ ପୋଲାଣ୍ଡ ଗସ୍ତ ଯୋଗୁ ଭାରତ-ପୋଲାଣ୍ଡ ସମ୍ପର୍କ ବ୍ୟାପକ ଓ ଗଭୀର ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି। Modi-Zelensky meet in #Kyiv.PM @narendramodi becomes first Indian PM to visit #Ukraine
କିଭ୍ : ଋଷିଆ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁଦ୍ଧ ଦେଶ ଗସ୍ତରେ ଅଛନ୍ତି। ଏହି ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ଶୁକ୍ରବାର ୟୁକ୍ରେନ ରାଷ୍ଟ୍ରପତି ଭୋଲେଦିମୀର ଜେଲେଂସ୍କିଙ୍କୁ ଭେଟିଛନ୍ତି। ସାକ୍ଷାତ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଜେଲେଂସ୍କିଙ୍କ କାନ୍ଧରେ ହାତ ରଖି ତାଙ୍କ ହାଲଚାଲ ପଚାରି ବୁଝିବା ସହ ଦେଶର ହାଲଚାଲ ନେଇ ଚର୍ଚ୍ଚା କରିଛନ୍ତି। କିଭ୍ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୋଦି ୟୁକ୍ରେନ ଜାତୀୟ ସଂଗ୍ରହାଳୟକୁ ଯାଇଥିଲେ। ଏହିଠାରେ ଜେଲେଂସ୍କି ଓ ମୋଦିଙ୍କ ସାକ୍ଷାତ ହୋଇଥିବା ବେଳେ ଯୁଦ୍ଧରେ ପ୍ରାଣ ହରାଇଥିବା ଶିଶୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦିଙ୍କ ୟୁକ୍ରେନ ଯାତ୍ରା ଋଷିଆ ଓ ୟୁକ୍ରେନ ମଧ୍ୟରେ ସଂଘର୍ଷ ସ୍ଥିତିରେ ଆଲୋଚନା ଲାଗି ଋଷିଆ ଯାତ୍ରାର ୬ ସପ୍ତାହ ପରେ ଅନୁଷ୍ଠିତ ହେଉଛି। କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ୟୁକ୍ରେନ ଗସ୍ତ। ଏହାକୁ ନେଇ ଦୁଇ ଦେଶଙ୍କ ସମ୍ପର୍କ ଆହୁରି ମଜଭୁତ ହେବ ବୋଲି ଆଶା କରାଯାଉଛି। ବିଦେଶ ମନ୍ତ୍ରାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ୪ ଦଶନ୍ଧୀ ପରେ ପ୍ରଧାନମନ୍ତ୍ରୀଙ୍କ ପୋଲାଣ୍ଡ ଗସ୍ତ ଯୋଗୁ ଭାରତ-ପୋଲାଣ୍ଡ ସମ୍ପର୍କ ବ୍ୟାପକ ଓ ଗଭୀର ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି।
Modi-Zelensky meet in #Kyiv.
PM @narendramodi becomes first Indian PM to visit #Ukraine since it got Independence in 24 August 1991. pic.twitter.com/FvVhitoWmN— Abhishek Jha (@abhishekjha157) August 23, 2024
ମୋଦିଙ୍କ ୟୁକ୍ରେନ ଯାତ୍ରାକୁ ନେଇ ମିଳିତ ଜାତିସଂଘ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଯୁଦ୍ଧ ସମାପ୍ତିର ସମ୍ଭାବନା ସାମ୍ନାକୁ ଆସିପାରେ ବୋଲି ଆଶାବ୍ୟକ୍ତ କରାଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୟାନରେ କହିଛନ୍ତି ଯେ ଜଣେ ବନ୍ଧୁ ଓ ସାଥୀ ରୂପେ ଆମେ ଏହି କ୍ଷେତ୍ରରେ ଖୁବଶୀଘ୍ର ଶାନ୍ତି ଓ ସ୍ଥିରତା ଫେରିଆସିବ ବୋଲି ଆଶାପୋଷଣ କରୁଛୁ। ଉଲ୍ଲେଖ ଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୋଲାଣ୍ଡ ଗସ୍ତ ପରେ ଏବେ ୟୁକ୍ରେନ ଗସ୍ତରେ ପହଞ୍ଚିଛନ୍ତି।
ୟୁକ୍ରେନରେ ପ୍ରଧାନମନ୍ତ୍ରୀ ମୋଦି ୭ ଘଣ୍ଟା ଅବସ୍ଥାନ କରିବେ। ରାଷ୍ଟ୍ରପତି ଜେଲେଂସ୍କିଙ୍କ ସହ ସାକ୍ଷାତ ଆଲୋଚନା ପରେ ମୋଦି ପୁଣି ଭାରତ ପ୍ରତ୍ୟାବର୍ତ୍ତନ କରିବେ। ତେବେ ମୋଦିଙ୍କ ଏହି ଗସ୍ତ ଯୁଦ୍ଧଗ୍ରସ୍ତ ଦେଶରେ ଶାନ୍ତି ସ୍ଥାପନାରେ ସହାୟକ ହୋଇପାରେ ବୋଲି ସାରା ବିଶ୍ୱ ଆଶା ପୋଷଣ କରୁଛି। ତେବେ ମୋଦିଙ୍କ ଗସ୍ତର ଫଳାଫଳ ଆଗକୁ କଣ ହେଉଛି ତା ଉପରେ ସାରା ବିଶ୍ୱ ନଜର ରଖିଛି।