ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଦୁଇ ବଡ଼ ପ୍ରତିଦ୍ୱନ୍ଦ୍ୱୀ, ଫଳାଫଳକୁ ଅପେକ୍ଷା
ଓ୍ବାଶିଂଟନ,୮ା୫: ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରିପବ୍ଲିକାନ ଏବଂ ଡେମୋକ୍ରାଟିକ୍ ଦଳ ମଧ୍ୟରେ ପ୍ରାର୍ଥୀ ଚୟନ କରିବାକୁ ପ୍ରାଥମିକ ନିର୍ବାଚନ ଚାଲିଛି। ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରାଥମିକ ନିର୍ବାଚନରେ ଜିତିଛନ୍ତି। ତେବେ ପ୍ରାର୍ଥୀ ହେବା ପାଇଁ ଉଭୟ ନେତା ନିଜ ନିଜ ଦଳରୁ ଆବଶ୍ୟକ ପ୍ରତିନିଧିଙ୍କ ସମର୍ଥନ ଗ୍ରହଣ କରିସାରିଛନ୍ତି। ଆମେରିକାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମଙ୍ଗଳବାରର ବିଜୟ ସହିତ ଟ୍ରମ୍ପଙ୍କୁ ୫୮ ଜଣ ପ୍ରତିନିଧିଙ୍କ […] The post ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଦୁଇ ବଡ଼ ପ୍ରତିଦ୍ୱନ୍ଦ୍ୱୀ, ଫଳାଫଳକୁ ଅପେକ୍ଷା appeared first on Dharitri Odia News.
ଓ୍ବାଶିଂଟନ,୮ା୫: ନଭେମ୍ବରରେ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରିପବ୍ଲିକାନ ଏବଂ ଡେମୋକ୍ରାଟିକ୍ ଦଳ ମଧ୍ୟରେ ପ୍ରାର୍ଥୀ ଚୟନ କରିବାକୁ ପ୍ରାଥମିକ ନିର୍ବାଚନ ଚାଲିଛି। ରାଷ୍ଟ୍ରପତି ଜୋ ବାଇଡେନ ଏବଂ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରାଥମିକ ନିର୍ବାଚନରେ ଜିତିଛନ୍ତି। ତେବେ ପ୍ରାର୍ଥୀ ହେବା ପାଇଁ ଉଭୟ ନେତା ନିଜ ନିଜ ଦଳରୁ ଆବଶ୍ୟକ ପ୍ରତିନିଧିଙ୍କ ସମର୍ଥନ ଗ୍ରହଣ କରିସାରିଛନ୍ତି।
ଆମେରିକାର ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମଙ୍ଗଳବାରର ବିଜୟ ସହିତ ଟ୍ରମ୍ପଙ୍କୁ ୫୮ ଜଣ ପ୍ରତିନିଧିଙ୍କ ସମର୍ଥନ ମିଳିଛି। ଇଣ୍ଡିଆନା ରିପବ୍ଲିକାନ ଭୋଟ୍ରେ ୭୭ ବର୍ଷୀୟ ଟ୍ରମ୍ପ ଏକମାତ୍ର ସକ୍ରିୟ ପ୍ରାର୍ଥୀ ଥିଲେ। ସେହିଭଳି ଇଣ୍ଡିଆନା ଡେମୋକ୍ରାଟିକ୍ ପ୍ରାଥମିକ ନିର୍ବାଚନରେ ବାଇଡେନ ସମସ୍ତ ୭୯ ପ୍ରତିନିଧିଙ୍କ ସମର୍ଥନ ମଧ୍ୟ ପାଇଛନ୍ତି। ଟ୍ରମ୍ପଙ୍କ ପରି ବାଇଡେନ ଇଣ୍ଡିଆନାର ଡେମୋକ୍ରାଟିକ୍ ଭୋଟର ଏକମାତ୍ର ପ୍ରତିଦ୍ୱନ୍ଦ୍ୱୀ ଥିଲେ।
ନଭେମ୍ବର ୫ରେ ଡେମୋକ୍ରାଟିକ୍ ପାର୍ଟିର ବାଇଡେନ ଏବଂ ରିପବ୍ଲିକାନ ପାର୍ଟିର ଟ୍ରମ୍ପଙ୍କ ମଧ୍ୟରେ ଆଉ ଏକ ପ୍ରତିଯୋଗିତା ହେବ। ଅନ୍ୟପକ୍ଷରେ, ଜର୍ଜିଆ ସିନେଟ୍ ପାଇଁ ନିର୍ବାଚନ ଲଢୁଥିବା ଭାରତୀୟ ବଂଶୋଦ୍ଭବ ଅଶ୍ୱିନ ରାମସ୍ବାମୀ ୨,୮୦,୦୦୦ ଡଲାରରୁ ଅଧିକ ଆୟ କରିଛନ୍ତି, ଯାହା ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଶାନ ଷ୍ଟିଲ୍ଙ୍କ ଠାରୁ ୨୨ଗୁଣ ଅଧିକ।
The post ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଦୁଇ ବଡ଼ ପ୍ରତିଦ୍ୱନ୍ଦ୍ୱୀ, ଫଳାଫଳକୁ ଅପେକ୍ଷା appeared first on Dharitri Odia News.