ରାଷ୍ଟ୍ରପତି ନିର୍ବାଚନରେ କମଲା ହାରିସଙ୍କ ବିଜୟ ସମ୍ଭାବନା ୫୫%, ସର୍ଭେରୁ ଖୁଲାସା
ନୂଆଦିଲ୍ଲୀ: ଆସନ୍ତା ନଭେମ୍ୱର ମାସରେ ହେବାକୁ ଥିବା ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ପ୍ରାର୍ଥୀ କମଲା ହାରିସଙ୍କ ବିଜୟ ସମ୍ଭାବନା (ଅଗଷ୍ଟ ୨୬ରେ) ୫୫ ପ୍ରତିଶତ ରହିଛି । ଡିସିଜନ୍ ଡେସ୍କ ଏଚକ୍ୟୁ ଏବଂ ଦ ହିଲ୍ର ଏକ ପୂର୍ବାନୁମାନରେ ଏହା ସାମନାକୁ ଆସିଛି । ଉଲ୍ଲେଖଯୋଗ୍ୟ ଯେ ପୂର୍ବ ଅନୁମାନରେ ବାଇଡେନଙ୍କ ସହ ମୁକାବିଲା ହେଲେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ସମ୍ଭାବନା ୫୬ ପ୍ରତିଶତ ରହିଛି ବୋଲି ଦାବି କରାଯାଇଥିଲା ।ଏରିଜୋନା, ଜର୍ଜିଆ, ନେବାଦା, ପେନ୍ସିଲଭେନିଆ ଏବଂ ଭିକ୍ସନ୍ସିନରେ ଉଭୟ ନେତା ପରସ୍ପରକୁ କଡ଼ା ମୁକାବିଲା ଦେଉଛନ୍ତି । କିନ୍ତୁ ହାରିସ ଏଠାରେ ବାଇଡନଙ୍କ ତୁଳନାରେ ଅଧିକ ଭଲ ପ୍ରଦର୍ଶନ କରୁଛନ୍ତି । ବର୍ତ୍ତମାନରେ ହାରିସ ଉପଲବ୍ଧ ୫୩୮ ଇଲେକ୍ଟୋବାର ଭୋଟ ମଧ୍ୟରୁ ୨୪୧ ଭୋଟ୍ ହାସଲ କରିବା ପାଇଁ ବଢୁଥିବାବେଳେ ଟ୍ରମ୍ପଙ୍କୁ ୨୯୧ ଭୋଟ ମିଳିବାର ଅନୁମାନ ରହିଛି । ରାଷ୍ଟ୍ରପତି ପଦ ପାଇଁ କୌଣସି ପ୍ରାର୍ଥୀଙ୍କୁ ୨୭୦ ଇଲେକ୍ଟୋବାର ଭୋଟ ହାସଲ କରିବାକୁ ପଡ଼ିଥାଏ । ସର୍ଭେ ରିପୋର୍ଟ ଅନୁସାରେ, ସଦନରେ ନିୟନ୍ତ୍ରଣ ଏବେବି ଅସ୍ପଷ୍ଟ ରହିଛି , ତେବେ ରିପବ୍ଲିକାନ ପାର୍ଟିର ଜିତିବା ସମ୍ଭାବନା ୫୬ ପ୍ରତିଶତ ରହିଛି, ଯାହା ବାଇଡେନଙ୍କ ହଟିବା ପୂର୍ବରୁ ୬୧ ପ୍ରତିଶତ ରହିଥିଲା ।
ନୂଆଦିଲ୍ଲୀ: ଆସନ୍ତା ନଭେମ୍ୱର ମାସରେ ହେବାକୁ ଥିବା ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟିକ ପ୍ରାର୍ଥୀ କମଲା ହାରିସଙ୍କ ବିଜୟ ସମ୍ଭାବନା (ଅଗଷ୍ଟ ୨୬ରେ) ୫୫ ପ୍ରତିଶତ ରହିଛି । ଡିସିଜନ୍ ଡେସ୍କ ଏଚକ୍ୟୁ ଏବଂ ଦ ହିଲ୍ର ଏକ ପୂର୍ବାନୁମାନରେ ଏହା ସାମନାକୁ ଆସିଛି । ଉଲ୍ଲେଖଯୋଗ୍ୟ ଯେ ପୂର୍ବ ଅନୁମାନରେ ବାଇଡେନଙ୍କ ସହ ମୁକାବିଲା ହେଲେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ସମ୍ଭାବନା ୫୬ ପ୍ରତିଶତ ରହିଛି ବୋଲି ଦାବି କରାଯାଇଥିଲା ।
ଏରିଜୋନା, ଜର୍ଜିଆ, ନେବାଦା, ପେନ୍ସିଲଭେନିଆ ଏବଂ ଭିକ୍ସନ୍ସିନରେ ଉଭୟ ନେତା ପରସ୍ପରକୁ କଡ଼ା ମୁକାବିଲା ଦେଉଛନ୍ତି । କିନ୍ତୁ ହାରିସ ଏଠାରେ ବାଇଡନଙ୍କ ତୁଳନାରେ ଅଧିକ ଭଲ ପ୍ରଦର୍ଶନ କରୁଛନ୍ତି । ବର୍ତ୍ତମାନରେ ହାରିସ ଉପଲବ୍ଧ ୫୩୮ ଇଲେକ୍ଟୋବାର ଭୋଟ ମଧ୍ୟରୁ ୨୪୧ ଭୋଟ୍ ହାସଲ କରିବା ପାଇଁ ବଢୁଥିବାବେଳେ ଟ୍ରମ୍ପଙ୍କୁ ୨୯୧ ଭୋଟ ମିଳିବାର ଅନୁମାନ ରହିଛି । ରାଷ୍ଟ୍ରପତି ପଦ ପାଇଁ କୌଣସି ପ୍ରାର୍ଥୀଙ୍କୁ ୨୭୦ ଇଲେକ୍ଟୋବାର ଭୋଟ ହାସଲ କରିବାକୁ ପଡ଼ିଥାଏ । ସର୍ଭେ ରିପୋର୍ଟ ଅନୁସାରେ, ସଦନରେ ନିୟନ୍ତ୍ରଣ ଏବେବି ଅସ୍ପଷ୍ଟ ରହିଛି , ତେବେ ରିପବ୍ଲିକାନ ପାର୍ଟିର ଜିତିବା ସମ୍ଭାବନା ୫୬ ପ୍ରତିଶତ ରହିଛି, ଯାହା ବାଇଡେନଙ୍କ ହଟିବା ପୂର୍ବରୁ ୬୧ ପ୍ରତିଶତ ରହିଥିଲା ।