ରାଷ୍ଟ୍ରପତିଙ୍କୁ ‘Poor Lady’ କହି କଟାକ୍ଷ କଲେ ସୋନିଆ: କହିଲେ, ଭାଷଣ ପଢ଼ି ପଢ଼ି ଥକ୍କି ଗଲେ

ନୂଆଦିଲ୍ଲୀ,୩୧।୧: ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ସୋନିଆ ଗାନ୍ଧୀ କହିଛନ୍ତି, ବିଚାରୀ ଭାଷଣ ପଢ଼ି ପଢ଼ି କ୍ଳାନ୍ତ ହୋଇଯାଇଥିଲେ। ସେପଟେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରାଷ୍ଟ୍ରପତି ମୁର୍ମୁଙ୍କ ଭାଷଣକୁ ବିରକ୍ତିକର ବୋଲି କହିଛନ୍ତି। ଏହାକୁ ନେଇ ଏବେ ରାଜନୀତି ଉଷ୍ମ ହୋଇଇଛି। ଭାଜପା କହିଛି ଯେ, ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କୁ ଅପମାନିତ କରିଛନ୍ତି। ସୋନିଆ […] The post ରାଷ୍ଟ୍ରପତିଙ୍କୁ ‘Poor Lady’ କହି କଟାକ୍ଷ କଲେ ସୋନିଆ: କହିଲେ, ଭାଷଣ ପଢ଼ି ପଢ଼ି ଥକ୍କି ଗଲେ appeared first on Dharitri Odia News.

ରାଷ୍ଟ୍ରପତିଙ୍କୁ ‘Poor Lady’ କହି କଟାକ୍ଷ କଲେ ସୋନିଆ: କହିଲେ, ଭାଷଣ ପଢ଼ି ପଢ଼ି ଥକ୍କି ଗଲେ

ନୂଆଦିଲ୍ଲୀ,୩୧।୧: ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ସୋନିଆ ଗାନ୍ଧୀ କହିଛନ୍ତି, ବିଚାରୀ ଭାଷଣ ପଢ଼ି ପଢ଼ି କ୍ଳାନ୍ତ ହୋଇଯାଇଥିଲେ। ସେପଟେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ରାଷ୍ଟ୍ରପତି ମୁର୍ମୁଙ୍କ ଭାଷଣକୁ ବିରକ୍ତିକର ବୋଲି କହିଛନ୍ତି। ଏହାକୁ ନେଇ ଏବେ ରାଜନୀତି ଉଷ୍ମ ହୋଇଇଛି। ଭାଜପା କହିଛି ଯେ, ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କୁ ଅପମାନିତ କରିଛନ୍ତି।
ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବୟାନ ଉପରେ ପ୍ରତିକ୍ରିୟା ରଖିଛନ୍ତି ଭାଜପା ନେତା ତଥା କେନ୍ଦ୍ରମନ୍ତ୍ରୀ ଏସପି ସିଂହ ବାଘେଲ। ସେ କହିଛନ୍ତି, ସୋନିଆ ଗାନ୍ଧୀଙ୍କ ବକ୍ତବ୍ୟ ସର୍ବୋଚ୍ଚ ପଦବୀରେ ବସିଥିବା ଜଣେ ଆଦିବାସୀ ମହିଳାଙ୍କ ପ୍ରତି ଅପମାନ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟର ଏକ ବିବରଣୀ ଥିଲା। ପୂର୍ବ ବଜେଟ ଏବଂ ସରକାରଙ୍କ ବିଭିନ୍ନ ଯୋଜନାରୁ ଲୋକଙ୍କୁ ଲାଭ ମିଳିଛି। ସମାଜର ପ୍ରତ୍ୟେକ ବର୍ଗ ଉପକୃତ ହୋଇଛି। ଏହା ଏକ ଚମତ୍କାର ହିସାବ ଥିଲା।
ସଂସଦର ବଜେଟ ଅଧିବେଶନର ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଶୁକ୍ରବାର ଲୋକସଭାରେ ଅର୍ଥନୈତିକ ସର୍ଭେ ୨୦୨୪-୨୫ ଉପସ୍ଥାପନ କରିଥିଲେ। ଏହା ପରେ, ଲୋକସଭାର କାର୍ଯ୍ୟକୁ ଫେବୃଆରୀ ୧, ୨୦୨୫ ସକାଳ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ସରକାରଙ୍କ ସଫଳତା ଉପରେ ଆଲୋକପାତ କରି କହିଛନ୍ତି, ଏକ ରାଷ୍ଟ୍ର, ଏକ ନିର୍ବାଚନ ଏବଂ ୱାକଫ (ସଂଶୋଧନ) ବିଲ ଭଳି ଆଇନ ଗୃହୀତ ହୋଇଛି।

ସଂସଦର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରି ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ, ସରକାର ଅଭୂତପୂର୍ବ ସଫଳତା ମାଧ୍ୟମରେ ଭାରତର ବିକାଶ ଯାତ୍ରାର ଏହି ଅମୃତ କାଳକୁ ନୂତନ ଶକ୍ତି ପ୍ରଦାନ କରୁଛନ୍ତି। ସରକାରଙ୍କ ପ୍ରୟାସ ଯୋଗୁ ଦେଶର ୨୫ କୋଟି ଲୋକ ଦାରିଦ୍ର୍ୟ ସୀମାରେଖାରୁ ବାହାରି ଆସିଛନ୍ତି।

 

The post ରାଷ୍ଟ୍ରପତିଙ୍କୁ ‘Poor Lady’ କହି କଟାକ୍ଷ କଲେ ସୋନିଆ: କହିଲେ, ଭାଷଣ ପଢ଼ି ପଢ଼ି ଥକ୍କି ଗଲେ appeared first on Dharitri Odia News.