ରାଷ୍ଟ୍ରପତିଙ୍କୁ ସମ୍ୱୋଧନ ପରେ ଘେରିଲେ ସୋନିଆ, କହିଲେ POOR LADY ପାରିଲେନି ଥକ୍କିଗଲେ

ନୂଆଦିଲ୍ଲୀ ୩୧/୦୧: ବଜେଟ୍ ଅଧିବେଶନରେ ରାଷ୍ଟ୍ରପତିଙ୍କ ସମ୍ୱୋଧନ । ସାରା ଦେଶବାସୀଙ୍କୁ ସମ୍ୱୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଆରମ୍ଭ ହୋଇଛି ରାଜନୀତି । ବିଶେଷ କରି କଂଗ୍ରେସ ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧିଙ୍କ ମନ୍ତବ୍ୟକୁ ନେଇ ହଇଚଇ । ସୋନିଆ ରାଷ୍ଟ୍ରପତିଙ୍କୁ କହିଛନ୍ତି 'Poor ଲେଡି...ପଢି ପଢି ଥକିଗଲେ ସେ । ସୋନିଆ ଏମିତି କିଛି କହିବା ପରେ ତର୍ଜମା ଜୋର । କାରଣ ସୋନିଆ କହିଥିଲେ ରାଷ୍ଟ୍ରପତିଙ୍କ ଭାଷଣ ଥିଲା ବୋରିଂ । ମିଥ୍ୟା ପ୍ରତିଶ୍ରୁତି ଏବଂ ବିଚାରୀ ମହିଳା କହି ରାଷ୍ଟ୍ରପତିଙ୍କୁ ତାତ୍ସଲ୍ୟ କରିଛନ୍ତି ସୋନିଆ । ତାଙ୍କ କହିବା କଥା ଅଭିଭାଷଣ ପଢି ପଢି ରାଷ୍ଟ୍ରପତି ଥକି ଯାଉଛନ୍ତି । ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବୋରିଂ କହିଛନ୍ତି । ସୋନିଆ ଗାନ୍ଧୀଙ୍କ ଏଭଳି ବିବାଦୀୟ ମନ୍ତବ୍ୟ ପରେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି। #WATCH | Delhi | After the President's address to the Parliament, Congress MP Sonia Gandhi says,"...The President was getting very tired by the end...She could hardly speak, poor thing..." pic.twitter.com/o6cwoeYFdE— ANI (@ANI) January 31, 2025କଂଗ୍ରେସ ନେତାଙ୍କ ଏଭଳି ବିବାଦୀୟ ବୟାନ ପରେ ରାଜନୈତିକ ମାହୋଲ ସରଗରମ ହୋଇଛ

ରାଷ୍ଟ୍ରପତିଙ୍କୁ ସମ୍ୱୋଧନ ପରେ ଘେରିଲେ ସୋନିଆ, କହିଲେ POOR LADY ପାରିଲେନି ଥକ୍କିଗଲେ

ନୂଆଦିଲ୍ଲୀ ୩୧/୦୧: ବଜେଟ୍ ଅଧିବେଶନରେ ରାଷ୍ଟ୍ରପତିଙ୍କ ସମ୍ୱୋଧନ । ସାରା ଦେଶବାସୀଙ୍କୁ ସମ୍ୱୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତେବେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ଆରମ୍ଭ ହୋଇଛି ରାଜନୀତି । ବିଶେଷ କରି କଂଗ୍ରେସ ରାଜ୍ୟସଭା ସାଂସଦ ସୋନିଆ ଗାନ୍ଧିଙ୍କ ମନ୍ତବ୍ୟକୁ ନେଇ ହଇଚଇ । ସୋନିଆ ରାଷ୍ଟ୍ରପତିଙ୍କୁ କହିଛନ୍ତି 'Poor ଲେଡି...ପଢି ପଢି ଥକିଗଲେ ସେ । 

ସୋନିଆ ଏମିତି କିଛି କହିବା ପରେ ତର୍ଜମା ଜୋର । କାରଣ ସୋନିଆ କହିଥିଲେ ରାଷ୍ଟ୍ରପତିଙ୍କ ଭାଷଣ ଥିଲା ବୋରିଂ । ମିଥ୍ୟା ପ୍ରତିଶ୍ରୁତି ଏବଂ ବିଚାରୀ ମହିଳା କହି ରାଷ୍ଟ୍ରପତିଙ୍କୁ ତାତ୍ସଲ୍ୟ କରିଛନ୍ତି ସୋନିଆ । ତାଙ୍କ କହିବା କଥା ଅଭିଭାଷଣ ପଢି ପଢି ରାଷ୍ଟ୍ରପତି ଥକି ଯାଉଛନ୍ତି । ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବୋରିଂ କହିଛନ୍ତି । ସୋନିଆ ଗାନ୍ଧୀଙ୍କ ଏଭଳି ବିବାଦୀୟ ମନ୍ତବ୍ୟ ପରେ ସାରା ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇଛି। 


କଂଗ୍ରେସ ନେତାଙ୍କ ଏଭଳି ବିବାଦୀୟ ବୟାନ ପରେ ରାଜନୈତିକ ମାହୋଲ ସରଗରମ ହୋଇଛି। ଏହି ପ୍ରସଙ୍ଗରେ ଶାସକ ଦଳ କଂଗ୍ରେସକୁ ଘେରି ପାରନ୍ତି ବୋଲି ଅନୁମାନ କରାଯାଉଛି। ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ଏସପି ସିଂହ ବଘେଲ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, 'ସୋନିଆ ଗାନ୍ଧୀଙ୍କ ଏଭଳି ପ୍ରତିକ୍ରିୟା ସର୍ବୋଚ୍ଚ ଆସନରେ ବସିଥିବା ଆଦିବାସୀ ମହିଳାଙ୍କ ପ୍ରତି ଅପମାନ।' ସେହିଭଳି ସମ୍ବିତ ପାତ୍ର ବି ତୀବ୍ନ ନିନ୍ଦା କରିଛନ୍ତି ।  ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, 'ଏଭଳି ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ। ରାଷ୍ଟ୍ରପତି ଦେଶର ପ୍ରଥମ ନାଗରିକ, ସେ କଦାପି ବିଚାରି ନୁହଁନ୍ତି। ସେ ସଶକ୍ତ, ସେ ଥକି ନାହାଁନ୍ତି କି ନଇଁ ନାହାଁନ୍ତି ।' 


ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, 'ସୋନିଆ ଗାନ୍ଧୀଙ୍କ ଏହା ସୀମାନ୍ତବାଦୀ ଚିନ୍ତାଧାରା। ତାଙ୍କର ଅହଙ୍କାର ପାଇଁ ନିନ୍ଦା କରୁଛି। ବାରମ୍ଵାର ପରାଜୟକୁ ଗ୍ରହଣ କରିପାରୁ ନାହାଁନ୍ତି। ଦେଶକୁ ତାଙ୍କର ଜାଗିରି ଭାବୁଛନ୍ତି। ଦେଶବାସୀ ନିଶ୍ଚୟ ଏହାର ଜବାବ ଦେବେ।'

ବଜେଟ୍ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ରଖିଥିଲେ। ସଂସଦର ଉଭୟ ଗୃହକୁ ସମ୍ବୋଧନ କରିଥିଲେ। ଅଭିଭାଷଣରେ ସେ ମୋଦି ସରକାରଙ୍କ ଉପଲବ୍ଧି ବିଷୟରେ କହିଥିଲେ। କେନ୍ଦ୍ର ସରକାରଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଯୋଜନା ଏବଂ ପରିବର୍ତ୍ତନ ବିଷୟରେ କହିଥିଲେ।