ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ
ଗୋପାଳପୁର,୧୩ା୩(ନବୀନ ରାଜ ଆଚାରୀ) ଭାରତୀୟ ବାୟୁ ସେନାର ଜଣେ ଯବାନଙ୍କ ଆକସ୍ମିକ ମୃତ୍ୟୁ ହୋଇଛି। ସେ ହେଲେ ଗୋଳନ୍ଥରା ଥାନା ଇନ୍ଦ୍ରିକ୍ଷୀ ଗ୍ରାମର ଇନ୍ଦ୍ରମଣି ସାହୁ (୩୬)। ତାଙ୍କ ମର ଶରୀର ଗାଁରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଇନ୍ଦ୍ରମଣି ଆସାମର ଜୋରାହାଟ ୟୁନିଟରେ କାର୍ଯ୍ୟରତ ଥିବାବେଳେ ଗତ ୧୨ ତାରିଖରେ ଅସୁସ୍ଥ ହୋଇପଡିଥିଲେ। ସହକର୍ମୀମାନେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। […] The post ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ appeared first on Dharitri Odia News.
ଗୋପାଳପୁର,୧୩ା୩(ନବୀନ ରାଜ ଆଚାରୀ) ଭାରତୀୟ ବାୟୁ ସେନାର ଜଣେ ଯବାନଙ୍କ ଆକସ୍ମିକ ମୃତ୍ୟୁ ହୋଇଛି। ସେ ହେଲେ ଗୋଳନ୍ଥରା ଥାନା ଇନ୍ଦ୍ରିକ୍ଷୀ ଗ୍ରାମର ଇନ୍ଦ୍ରମଣି ସାହୁ (୩୬)। ତାଙ୍କ ମର ଶରୀର ଗାଁରେ ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ଇନ୍ଦ୍ରମଣି ଆସାମର ଜୋରାହାଟ ୟୁନିଟରେ କାର୍ଯ୍ୟରତ ଥିବାବେଳେ ଗତ ୧୨ ତାରିଖରେ ଅସୁସ୍ଥ ହୋଇପଡିଥିଲେ। ସହକର୍ମୀମାନେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁବାର ମରଶରୀର ଗ୍ରାମରେ ପହଞ୍ଚିବା ପରେ କାନ୍ଦ ବୋବାଳିରେ ଗାଁ ଫାଟି ପଡିଥିଲା। ଗୋଳାବନ୍ଧ ଏଡ଼ିଜେ କଲେଜରେ ଯବାନମାନେ ତୋପ ସଲାମୀ ପ୍ରଦାନ କରିଥିଲେ। ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ୫୪ନଂ. ଜିଲା ପରିଷଦ ସଭ୍ୟ ଦୀପକ ସାମନ୍ତ, ବହୁ ବିଜେଡ଼ି କର୍ମୀ ଯବାନଙ୍କ ମରଶରୀରରେ ପୁଷ୍ପମାଲ୍ୟାର୍ପଣ କରବା ସହ ଶୋକାକୁଳ ପରିବାରକୁ ସମବେଦନା ଜଣାଇଛନ୍ତି।
The post ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଯବାନଙ୍କ ଶେଷକୃତ୍ୟ ସମ୍ପନ୍ନ appeared first on Dharitri Odia News.